ଦେଖନ୍ତୁ ଭିଡ଼ିଓ:- ଏମିତି ଅଷ୍ଟପ୍ରହରୀରେ କୀର୍ତ୍ତନ କେବେ ଦେଖିନଥିବେ, ଯାହାକୁ ଦେଖିବା ପରେ ଆପଣଙ୍କ ମନ ମଧ୍ୟ ମୁଗ୍ଧ ହୋଇଯିବ…

ବର୍ତ୍ତମାନ ଆମେ ଏକ ବିଂଶ ଶତାବ୍ଦୀରେ ଅଛେ। ଯାହାକୁ ଆମେ ଆଧୁନିକ ଯୁଗ ମଧ୍ୟ କହିପାରିବ। ତେବେ ଆମ ପାଖରେ ସମସ୍ତ ଉନ୍ନତ ଧରଣର ଅସ୍ତ୍ରଶସ୍ତ୍ର ସହିତ ଅନ୍ୟାନ୍ୟ ସାରଞ୍ଜମୟ ରହିଛି। ତେବେ ଲୋକମାନେ ନାଚ ଉପରେ ଅଧିକ ମନ ଦେଉଛନ୍ତି। ଆମେ ଜାଣିଛେ ଆମ ଦେଶ ଭାରତ ନିଜର ସଂସ୍କୃତି ଏବଂ ପରମ୍ପରା ପାଇଁ ବେଶ ପରିଚିତ। ହିନ୍ଦୁ ଧର୍ମରେ ଅନେକ ଦେବୀ ଦେବତାଙ୍କ ବିଷୟରେ ଉପସ୍ଥାପନ ରହିଛି। ହେଲେ ବର୍ତ୍ତମାନ ଲୋକମାନଙ୍କ ମନରେ ଭଗବାନଙ୍କ ପ୍ରତି ଭକ୍ତି ବିଶ୍ୱାସ ରହିଛି କି ନାହିଁ ତାହା ଆପଣ ଏହି ଭିଡ଼ିଓ ଦେଖିଲେ ଜାଣି ପାରିବେ।

କିଛି ବର୍ଷ ପଛକୁ ଚାଲି ଯାଆନ୍ତୁ ଯେତେବେଳେ କୌଣସି ଧାର୍ମିକ ସମାରୋହ ଆରମ୍ଭ ହେଉଥିଲା ସେତେବେଳେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଥିଲା। କାରଣ ସେତେବେଳେ ଲୋକମାନଙ୍କ ମନରେ ଭଗବାନଙ୍କ ପ୍ରତି ବିଶ୍ଵାସ ଏବଂ ଭଲ ପାଇବା ରହିଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଲୋକମାନଙ୍କୁ ଧାର୍ମିକ ସମାରୋହକୁ ଆକୃଷ୍ଟ କରିବା ପାଇଁ ପ୍ରଥମେ ନାଚ ଗୀତାର ପ୍ରୋଗ୍ରାମ ରହୁଛି। ତେବେ ଏହିଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଯେଉଁଥିରେ ଢୋଲ , ଝାଞ୍ଜ ଏବଂ ହରେ କୃଷ୍ଣ ହରେ ରାମ ନାମ ସହିତ ନାଚ ମଧ୍ୟ ହେଉଛି।

ବର୍ତ୍ତମାନ ଲୋକମାନେ ମର୍ଡନ ସଂସ୍କୃତି କୁ ସମର୍ଥନ କରୁଛନ୍ତି ଅର୍ଥାତ ସେମାନେ ମଧ୍ୟ ଭଗବାନ ଙ୍କର ସଂସ୍କୃତି ଟିକୁ ମର୍ଡନ ନଜର ରେ ଦେଖିବାକୁ ପସନ୍ଦ କରୁଛନ୍ତି। ଆପଣ ଏହି ଭିଡ଼ିଓରେ ଦେଖିବାକୁ ପାଇବେ ଯେ ଭଗବାନଙ୍କର ସଂକୀର୍ତ୍ତନ ଏବଂ ଏହି ଧାର୍ମିକ ସମାରୋହରେ ଲୋକମାନଙ୍କ ଗହଳି ମଧ୍ୟ ଦେଖିବାକୁ ମିଳିବ। ଏଠାରେ ଢୋଲ , ଝାଞ୍ଜ ଏବଂ ହରେ କୃଷ୍ଣ ହରେ ରାମ ନାମ ସହିତ କିଛି ଗେରୁଆ ବସ୍ତ୍ର ପରିଧାନ କରିଛନ୍ତି। ତେବେ ଗେରୁଆ ବସ୍ତ୍ର ପିନ୍ଧିଥିବା ମହିଳା ଓ ପୁରୁଷ ମାନେ ହରେ କୃଷ୍ଣ ହରେ ରାମ ନାମରେ ତାଳ ଦେଇ ନାଚୁଛନ୍ତି।

ତେବେ ଏହି ଅଷ୍ଟପ୍ରହରୀ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ମନ୍ତ୍ରମୁଗ୍ଧର ଏହି ଅଷ୍ଟପ୍ରହରୀ ଲୋକମାନଙ୍କ ମନକୁ ମୁଗ୍ଧ କରି ଦେଉଛି। ତେବେ ସେଠାରେ ଏକ ଧାର୍ମିକ ଏବଂ ପଜେଟିଭିଟି ପରିବେଶ ସୃଷ୍ଟି କରୁଛି। ତେବେ କୀର୍ତ୍ତନ ସହ ତାଳ ଦେଇ ନାଚିବା ତାହା ଲୋକମାନଙ୍କ ମନକୁ ଅଧିକ ଆକୃଷ୍ଟ କରୁଛି। ବର୍ତ୍ତମାନର ଆଧୁନିକ ସମୟରେ ଏହାକୁ ଲୋକମାନେ ପସନ୍ଦ କରିଛନ୍ତି।

ତେବେ ଏହି ସମସ୍ତ ମନହୋର ଦୃଶ୍ୟକୁ କେହି ଜଣେ ମୋବାଇଲରେ ରେକର୍ଡ଼ କରିବା ପରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ୟୁଟୁବ ରେ ପୋଷ୍ଟ କରିଥିଲା। ଯାହାକି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହି ଭିଡ଼ିଓରେ ପ୍ରାୟ ସାଢ଼େ ଛଅ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଲୋକମାନେ ଭିଡ଼ିଓକୁ ଦେଖିବା ପରେ ନିଜ ନିଜର ମତ ମଧ୍ୟ ଦେଉଛନ୍ତି।

Leave a Reply

Your email address will not be published. Required fields are marked *