ଏହି ଗାଁରେ କାର ବଦଳରେ ଘରେ ଘରେ ରହିଛି ଉଡ଼ାଜାହାଜ । ଗାଁ ଲୋକେ ଛୋଟ କାମ ପାଇଁ ବି ବ୍ୟବହାର କରନ୍ତି ପ୍ଲେନ

ଆଜିକାଲି ଲୋକେ ଅଧିକ ଟଙ୍କା ରୋଜଗାର କଲେ ଦୁଇ ଚକିଆ ଗାଡ଼ି କିମ୍ବା ଚାରି ଚକିଆ ଗାଡ଼ି ଆଣିବାର ଚିନ୍ତାଧାରା ହିଁ ଆଣିଥାନ୍ତି । ଆଉ ଚାରି ଚକିଆ ଯାନ ଅଛି ଅର୍ଥ ଲୋକଙ୍କର ଅନେକ କାମ ସୁବିଧା ହୋଇଯାଏ । ତଥାପି ଲୋକେ ଇନ୍ଧନ ପାଇଁ ଖୁବ କମ ଏହାର ବ୍ୟବହାର କରନ୍ତି । କିନ୍ତୁ ଦୁନିଆରେ ଏଭଳି ଏକ ଗାଁ ରହିଛି ଯେଉଁଠି ଲୋକେ ଘରେ ଘରେ ଉଡ଼ାଜାହାଜ ରଖିଛନ୍ତି ଏବଂ ଛୋଟ ମୋଟ କାମ ପାଇଁ ମଧ୍ୟ ଉଡ଼ାଜାହାଜ ନେଇ ବାହାରକୁ ବାହାରି ପଡ଼ନ୍ତି । ତେବେ ସୂଚନା ଅନୁଯାୟୀ କାଲିଫର୍ଣ୍ଣିଆର କ୍ୟାମେରନ ଏୟାର ପାର୍କ ନାମକ ସ୍ଥାନରେ ଏହିଭଳି ସମସ୍ତଙ୍କ ଘରେ ଉଡ଼ାଜାହାଜ ରହିଛି । ଏଠାରେ କୌଣସି ସାଧାରଣ ରାସ୍ତା ନାହିଁ ।

କିନ୍ତୁ ବହୁତ ପ୍ରଶସ୍ତ ରାସ୍ତା ନିର୍ମାଣ କରାଯାଇଛି । ଯାହାଦ୍ୱାରା ବିମାନ ବନ୍ଦରରେ ପହଞ୍ଚିବା ପାଇଁ ରନ ୱେ ଆକାରରେ ବ୍ୟବହାର କରାଯାଇ ପାରିବ । ଏଠାରେ ଥିବା ସମସ୍ତ ଲୋକ ପ୍ରାୟତଃ ଲୋକ ପାଇଲଟ ଅଟନ୍ତି । ଯେଉଁମାନେ କି ସହଜରେ ଉଡ଼ା ଜାହାଜ ଉଡ଼ାଇ ପାରନ୍ତି । ଆଉ ଯେଉଁ ମାନେ ଜାଣି ନଥାନ୍ତି ସେମାନେ ମଧ୍ୟ ପ୍ରଶିକ୍ଷଣ ନେଇ ଉଡ଼ା ଜାହାଜ ଉଡ଼ାଇବା ଶିଖି ଯାଆନ୍ତି । ଏହାପରେ ନିଜ ପରିବାର ପାଇଁ ଉଡ଼ା ଜାହାଜ କିଣିଥାନ୍ତି । ତେଣୁ ଏଥିପାଇଁ ଏହି ଗାଁର ସବୁ ଲୋକେ ପ୍ରାୟ ଉଡ଼ାଜାହାଜ ରଖିଛନ୍ତି । ଆମେରିକାରେ ଏହିଭଳି ୧୧୦ ଟି ଏୟାର ପାର୍କ ରହିଛି । ଯେଉଁଠାରେ ଲୋକଙ୍କ ପାଖରେ ବିମାନ ସବୁ ରହିଛି ।

ଏଠାରେ କେବଳ ଅବସର ପ୍ରାପ୍ତ ସାମରିକ ଲୋକ ପାଇଲଟ ବାସ କରନ୍ତି । ୧୯୪୬ ମସିହାରେ ଆମେରିକାରେ ସମୁଦାୟ ଚାରି ଲକ୍ଷ ପାଇଲଟ ଥିଲେ । ଯେଉଁମାନେ ଏଭଳି ବିମାନ ବନ୍ଦରରେ ବାସ କରିବା ଆରମ୍ଭ କରିଥିଲେ । କ୍ୟାମେରନ ପାର୍କ ମଧ୍ୟ ୧୯୬୩ ମସିହାରେ ନିର୍ମିତ ହୋଇଥିଲା । ଏଠାରେ ସମୁଦାୟ ୧୨୪ ଟି ଘର ଅଛି । ଏଠାରେ ଥିବା ସଡ଼କ ଏବଂ ରାସ୍ତା ଗୁଡ଼ିକ ବିମାନ ଯାଆସ କରିବା ପାଇଁ ସମ୍ପୂର୍ଣ୍ଣ ଆନୁକୂଳ ଅଟେ । ଯେଉଁଥି ପାଇଁ ଘରର ଛୋଟ ମୋଟ କାମ ପଡ଼ିଲେ ବିମାନ କାଢ଼ି ଏଠାକାର ସାଧାରଣ ଲୋକେ ବାହାରକୁ ବାହାରି ପଡ଼ନ୍ତି । ତେବେ ଏହି ଗାଁକୁ ନେଇ ବର୍ତ୍ତମାନ ସାରା ଦୁନିଆରେ ସବୁଠି ଚର୍ଚ୍ଚା ଯେ ଏହି ଗାଁରେ ସମସ୍ତଙ୍କ ପାଖରେ ଉଡ଼ାଜାହାଜ ଅଛି ।

Leave a Reply

Your email address will not be published. Required fields are marked *