ଡ଼ିଜେ ବୟ ଆଜେକ୍ସଙ୍କ ମାଆ କା-ନ୍ଦି କା-ନ୍ଦି କହିଲେ ସବୁ କଥା , ପୁଅ ଠାରୁ ଜିଜ୍ଞାସା ନେଇଥିଲା ନେଇଥିଲା ୧୫ ହଜାର

ସାରା ରାଜ୍ୟର ବର୍ତ୍ତମାନ ସମୟରେ ଚର୍ଚ୍ଚିତ ଖବର ହେଉଛି ଭୁବନେଶ୍ୱରରେ ଗତକାଲି ଘଟି ଯାଇଥିବା ଘଟଣା । ଜଣେ ଯୁବକ ଯିଏକି ଡିଜେ ବୟ ନାମରେ ପରିଚିତ ହଠାତ୍ ସେ ଜୀବନ ହରାଇ ଦେଇଛନ୍ତି , ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ କେହି ସହି ପାରୁ ନାହାଁନ୍ତି । ପରିବାର ଲୋକ ପୁଅର ହଠାତ୍ ଏପରି ଆ-ତ୍ମହ-ତ୍ୟା କରିଦେବା ଘଟ-ଣାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଜୀବନରେ ଏତେ ବାଟ ଆଗେଇ ଯାଇ ଯଦି ଜଣେ ପୁଅ ଏତେ ବଡ କାମ କରିବ ଆଉ ବାପା ମାଆ କଥା ନ ଭାବି ନିଜ ଜୀବନ ଶେଷ କରିଦେବ

ତା ହେଲେ ଏପରି ପରିସ୍ଥିତିରେ କିଛି ବି କୁହା ଯାଇପାରିବ ନାହିଁ । ଜଣେ ଏତେ ବଡ ପୁଅ ଆଉ ବୁଝା ସୁଝା ପୁଅ ହୋଇଥିବା ପରେ ମଧ୍ୟ ଡିଜେ ବୟ ଆଜେକ୍ସଙ୍କ ଏପରି ପଦକ୍ଷେପ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି।ତାଙ୍କ ପରିବାରରେ କାଲି ଠାରୁ ଆଉ ଖୁସି ନାହିଁ ବୋଲି ବର୍ତ୍ତମାନ ସମୟରେ ତାଙ୍କ ମାଆ କ୍ୟାମେରା ଆଗକୁ ଆସି ମୁଁହ ଖୋଲିଛନ୍ତି । ଏତେ ବଡ ୨୮ ବର୍ଷର ଭେଣ୍ଡିଆ ପୁଅକୁ ହରାଇ ବର୍ତ୍ତମାନ ତାଙ୍କ ମାଆ ପୁରାପୁରି ଭାଙ୍ଗି ପଡିଛନ୍ତି । ସେ କହିଛନ୍ତି କି ମୋ ଆଖି ଆଗରେ ମୋ ପୁଅ ଚାଲିଗଲା ଆଉ ମୋ କୋଳ ଖାଲି ହୋଇଗଲା ।

ବର୍ତ୍ତମାନ ଆଉ କେହି ମୋତେ ମାଆ ବୋଲି କହିବାକୁ ନାହିଁ । ଆଉ ଏଥିପାଇଁ ସେ ପୁରାପୁରି ସମସ୍ତ ଦୋଷ ଆଜେକ୍ସଙ୍କ ପ୍ରେମିକା କୁହା ଯାଉଥିବା ଜିଜ୍ଞାସାକୁ ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ , ଜୀବନର ସମସ୍ତ ଦୁଃ-ଖ ହେଉ କି ସୁଖ ତାଙ୍କ ପୁଅ ତାଙ୍କ ସହିତ ସେୟାର କରିଥାନ୍ତି । ଆଉ ଜିଜ୍ଞାସା କଥା ମଧ୍ୟ କହିଥିଲେ । କାହିଁକି ନା ଥରେ ସେ ମେଳାରେ ଜିଜ୍ଞାସା ସହିତ ତାଙ୍କୁ ଭେଟ କରାଇ ଥିଲେ । ଆଉ ତାପରେ ସେ ଝିଅ କିଏ ବୋଲି ପଚାରିବାରୁ କହିଥିଲେ କି , ସେ ତାଙ୍କୁ ଭଲ ପାଉଛନ୍ତି ।

ତେବେ ଧୀରେ ଧିରେ ଏହି ଭଲ ପାଇବା ଆଗକୁ ବଢିବା ସହିତ ଅନେକ ସମୟରେ ଆଜେକ୍ସ ଜିଜ୍ଞାସା ଉପରେ ଅନେକ ଟଙ୍କା ଉଡାଇ ଥାଆନ୍ତି । ଆଉ ଏହି କଥା ମଧ୍ୟ ତାଙ୍କ ମାଆ ଜାଣି ଥାଆନ୍ତି । କାହିଁକି ନା ସେ ସମସ୍ତ ଫୋଟ ମଧ୍ୟ ମାଆଙ୍କୁ ଦେଖାଇଥାନ୍ତି । ତେବେ ଅନେକ ଥର ଜିଜ୍ଞାସାଙ୍କୁ ନେଇ ଆଜେକ୍ସଙ୍କ ଦାମୀ ଦାମୀ ହୋଟେଲ ଯାଇଥାନ୍ତି ଆଉ ତାଙ୍କୁ ଭଲରେ ରଖିବା ପାଇଁ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି ବୋଲି ତାଙ୍କ ମାଆ ଏସବୁ କଥା ଗଣମାଧ୍ୟମ ଆଗରେ ଖୋଲି କରି କହିଛନ୍ତି ।

ନିଜ ପୁଅର ହଠାତ୍ ଏପରି ପଦକ୍ଷେପ ଗ୍ରହଣ କରିବା ପାଇଁ ତାଙ୍କ ମାଆ ସମସ୍ତ ଦୋ-ଷ ଜିଜ୍ଞାସାଙ୍କୁ ଦେଇଛନ୍ତି । କାହିଁକି ନା ତା ପାଇଁ ହିଁ ଆଜି ତାଙ୍କ ପୁଅ ତାଙ୍କ ପାଖରେ ନାହିଁ ବୋଲି ସେ କହିଛନ୍ତି । କେବଳ ଏତିକି ନୁହେଁ , ସେ ଆହୁରି ମଧ୍ୟ କହିଛନ୍ତି କି , ଜିଜ୍ଞାସା ନିଜ ପରୀକ୍ଷାରେ ଖରାପ କରିଥାନ୍ତି ।

ଆଉ ପରୀକ୍ଷାରେ ଖରାପ କରିଥିଲେ ସେ ଆଜେକ୍ସଙ୍କ ଠାରୁ ଟଙ୍କା ମଧ୍ୟ ମାଗି ଥାଆନ୍ତି । ଯାହା ପରେ ପୁଅ ତାଙ୍କୁ ସାହାଯ୍ୟ କରିବା ପାଇଁ ଟଙ୍କା ମଧ୍ୟ ଦେଇ ଥାଆନ୍ତି । ସବୁ କଥା ତାଙ୍କୁ ଜଣା ଥିଲା ଆଉ ନିଜ ବଡ ଝିଅର ବିବାହ କରାଇ ସାରିବା ପରେ ପୁଅର ବାହାଘର କଥା ଭାବି କରି ମଧ୍ୟ ରଖିଥିଲେ । ଆଉ କହିଥିଲେ କି , ସେ ଝିଅର ଘର ଲୋକଙ୍କ ସହିତ କଥା ମଧ୍ୟ ହେବେ । କିନ୍ତୁ ସବୁ ହେବା ଆଗରୁ ସବୁକିଛି ସରିଗଲା ।

ସବୁ ସ୍ବପ୍ନ ଅଧାରେ ରହିଗଲା। ବର୍ତ୍ତମାନ ତାଙ୍କୁ ମାଆ ବୋଲି ଆଉ କିଏ କହିବ ବୋଲି ସେ କା-ନ୍ଦି କା-ନ୍ଦି କହିଛନ୍ତି । ତେବେ ଆଜେକ୍ସଙ୍କ ମାଆ ଶେଷରେ ଗୋଟିଏ କଥା କହିଛନ୍ତି କି , ତାଙ୍କ ପୁଅ ଯେମିତି ଯନ୍ତ୍ର-ଣାରେ ମ-ରିଛି , ସେଥିପାଇଁ ସେହି ଝିଅକୁ ମଧ୍ୟ ସେତିକି ଶାସ୍ତି ଦିଆଯାଉ । ଯାହା ପରେ ତାଙ୍କ ପୁଅର ଆତ୍ମା ଶାନ୍ତି ପାଇବ ।

Leave a Reply

Your email address will not be published. Required fields are marked *