ସମୁଦ୍ରରେ ବୋଟିଂ କଲାବେଳେ ସାମ୍ନାକୁ ଆସିଲା ବହୁତ୍ ବଡ଼ ପ୍ରାଣୀ, ତା ପରେ ଯାହା ଘଟିଲା ଆପଣ ଦେଖି ଭୟଭୀତ ହେଇଯିବେ। : ଦେଖନ୍ତୁ ଭିଡିଓ

ସମୁଦ୍ରର ସୁନ୍ଦର ଦୃଶ୍ୟ ଦେଖିବାକୁ ସମସ୍ତେ ଭଲ ପାଆନ୍ତି। ଯେତେବେଳେ ଲୋକମାନେ ସମୁଦ୍ର କୂଳକୁ ବୁଲିବାକୁ ଯାଆନ୍ତି, ସେମାନେ ପହଁରିବା ଠାରୁ ଆରମ୍ଭ କରି ବୋଟିଂ ପର୍ଯ୍ୟନ୍ତ କେତେ ମଜା କରନ୍ତି। ବେଳେବେଳେ ଏହି ମଜା ପାଇଁ ଅଘଟଣ ଘଟି ଅନେକ ଲୋକ ମୃତୁ ବରଣ କରନ୍ତି। ଆପଣମାନେ ଶୁଣିଥିବେ ଯେ ବୋଟିଂ କଲାବେଳେ କିଛି ଭୟଙ୍କର ସାମୁଦ୍ରିକ ପ୍ରାଣୀ କିମ୍ବା କୁମ୍ଭୀର ଡଙ୍ଗା ପାଖକୁ ଚାଲି ଆସନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି।

ଏହି ଭିଡ଼ିଓ ଟିକୁ ଦେଖିବା ପରେ ଆପଣ ନିଶ୍ଚିନ୍ତ ରୂପେ ଡରି ଯିବେ। ବାସ୍ତବରେ, କିଛି ଲୋକ ସମୁଦ୍ର ଭିତରକୁ ବୁଲିବାକୁ ଯାଇଥିଲେ । ବୋଟିଂ କୁ ଉପଭୋଗ କରିବାପାଇଁ ସେମାନେ ଡଙ୍ଗାରେ ସମୁଦ୍ରର ମଧ୍ୟଭାଗରେ ପହଞ୍ଚିଥିଲେ । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଲୋକମାନେ ତିନି ଚାରୋଟି ଡଙ୍ଗା ନେଇ ସମୁଦ୍ର ଭିତରକୁ ଗଲେ।କିଛି ସମୟ ପରେ ତାଙ୍କ ଡଙ୍ଗା ପାଖକୁ ଗୋଟେ ବଡ଼ ସାମୁଦ୍ରିକ ପ୍ରାଣୀ ଆସିଲା।

 

View this post on Instagram

 

A post shared by Ocean Life (@oceanlife.4u)

ଭିଡିଓରେ ଦେଖିବାକୁ ମିଳେ ଯେ ଏତେ ବଡ଼ ପ୍ରାଣୀ ଦେଖି ସେମାନେ ଚିତ୍କାର କରୁଛନ୍ତି । ଏହି ସମୟରେ, ଏକ ଭୟାନକ ଘଟଣା ଘଟିଲା ସାମୁଦ୍ରିକ ପ୍ରାଣୀଟି ଗୋଟେ ଡଙ୍ଗା ତଳେ ପଶି ବାହାରି ପଡିଲା। ଯଦି ସେହି ସାମୁଦ୍ରିକ ପ୍ରାଣୀଟି ଡଙ୍ଗା ତଳେ ଯାଇ ପାଣିରୁ ବାହାରି ଆସିଥାନ୍ତା ତେବେ ଡଙ୍ଗାଟି ବୁଡ଼ି ଯାଇଥାନ୍ତା ଏବଂ ଡଙ୍ଗାରେ ଛିଡା ହୋଇଥିବା ଲୋକମାନେ ପାଣିରେ ବୁଡ଼ି ଯାଇଥାନ୍ତେ।

ଭାଗ୍ୟବଷତଃ ସେହି ସାମୁଦ୍ରିକ ପ୍ରାଣୀଟି କାହାର କିଛି କ୍ଷତି କରିନଥିଲା ଏବଂ କିଛି ସମୟ ପରେ ଚାଲିଗଲା।କିନ୍ତୁ ସାମୁଦ୍ରିକ ପ୍ରାଣୀଟି ଯେତିକି ସମୟ ଡଙ୍ଗା ପାଖରେ ଥିଲା ଲୋକମାନେ ସେତିକି ସମୟ ବହୁତ୍ ଡରିଯାଇ ଥିଲେ। କାରଣ ଯଦି କେହି ଏପରି ଦୃଶ୍ୟ ଦେଖିବାକୁ ପାଆନ୍ତି, ତେବେ ସେ ମଧ୍ୟ ଭୟଭୀତ ହେଇଯିବ। ଏହି ଭିଡିଓଟି ଇନଷ୍ଟାଗ୍ରାମ ଆକାଉଣ୍ଟ ଓସେନଲାଇଫ.୪ଇଉ ସହିତ ସେୟାର ହେଇଛି। ଭିଡିଓଟିକୁ ବର୍ତ୍ତମାନ ଯାଏ ୫୦ ହଜାରରୁ ଅଧିକ ଲୋକ ଦେଖିଛନ୍ତି।

Leave a Reply

Your email address will not be published. Required fields are marked *