ହାଇକୋର୍ଟ ରୁ ଆସିଲା ବଡ଼ ନିୟମ ଏବେ ଗୃହିଣୀଙ୍କୁ ମିଳିବ ଦରମା….

ଜଣେ ମହିଳା କେବଳ ଜଣେ ମହିଳା ନୁହେଁ ସେ କେତେବେଳେ ଝିଅ, ଭଉଣୀ, ସ୍ତ୍ରୀ ଏବଂ ପରେ ମାଆ ହେଇଯାଏ। ତାଙ୍କ ଜୀବନରେ କେବଳ ସମ୍ପର୍କର ଡୋରି ବଦଳେ କିନ୍ତୁ ତାଙ୍କ ବଳିଦାନ କେବେ ସରେନାହିଁ। ବିନା କିଛି ମୂଲ୍ୟରେ ସେ ସପ୍ତାହକ ସାତ ଦିନ ସେମିତି କାମ କରନ୍ତି। ଅନ୍ୟର ଖୁସି ପାଇଁ ନିଜ ଖୁସିକୁ ବଳି ଦେଇ ଦିଅନ୍ତି। ଏତେ ଦିନ ପରେ ଏବେ ଗୃହିଣୀ ମାନଙ୍କ ପାଇଁ ହାଇକୋର୍ଟ ଏବେ ଏକ ନୂଆ ରାୟ ଶୁଣାଇଛନ୍ତି।

ଜଷ୍ଟିସ କୃଷ୍ଣ ରାମାସ୍ବାମୀ ଜୁନ୍ ୨୧ ଦିନ ମାଦ୍ରାସ୍ ହାଇକୋର୍ଟ ଗୃହିଣୀ ମାନଙ୍କୁ ନେଇ ଘରୋଇ ବିବାଦରେ ଏକ ରାୟ ଶୁଣାଇଥିଲେ ଯାହା ଫଳରେ ଜଣେ ଗୃହିଣୀ ତାଙ୍କ ସ୍ୱାମୀଙ୍କ ସମ୍ପତ୍ତିରେ ସମାନ ଅଂଶୀଦାର ହେବେ। ଜଷ୍ଟିସ କୃଷ୍ଣ ରାମାସ୍ୱାମୀଙ୍କ କହିବା ଅନୁସାରେ ଜଣେ ଗୃହିଣୀ ପରିବାରର ଯତ୍ନ ନେବା ପାଇଁ ନିଜକୁ ଉତ୍ସର୍ଗ କରିଦେଉଛି ଏବଂ ଚାକିରୀ ସୁଯୋଗ ମିଳିଲେ ମଧ୍ୟ ନିଜ ପରିବାର ପାଇଁ ସେ ଚାକିରୀକୁ ବଳିଦାନ ଦେଇ ଦେଉଛନ୍ତି ସେଥିପାଇଁ ତାଙ୍କ ସ୍ୱାମୀ ରୋଜଗାର କରୁଥିବା ସମସ୍ତ ସମ୍ପତ୍ତିର ସମାନ ଅଂଶ ପାଇବାକୁ ସେମାନେ ହକଦାର ହେବା ଉଚିତ୍।

ତାମିଲନାଡୁ ସରକାର ଯେତେବେଳେ ଘରୋଇ କାମ କରୁଥିବା ବେକାର ବିବାହିତା ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ ଠିକ୍ ସେଇ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବର୍ତ୍ତମାନ ଗୃହିଣୀ ମାନଙ୍କ ଅଧିକାର ପାଇଁ ଦାବି କରି ଆନ୍ଦୋଳନ କରୁଥିବା ମହିଳା ଗୋଷ୍ଠୀ ଏବଂ ଅନ୍ୟ ସଂଗଠନର ମହିଳାମାନେ ବହୁତ୍ ଖୁସି ଅଛନ୍ତି।

ସେମାନଙ୍କ ଦୀର୍ଘ ଦିନର ସ୍ବପ୍ନ ଏବେ ପୁରା ହେଇଛି ସେମାନଙ୍କୁ ଏବେ ସ୍ଵାଧୀନତାର ଅଧିକାର ମିଳିଛି। ଏବେ ସେମାନେ ଆଉ ମାଗଣାରେ କାମ କରିବେନି ତାଙ୍କୁ ମଧ୍ୟ ଦରମା ମିଳିବ। ସେମାନେ ନିଜ ସ୍ଵାମୀଙ୍କ ସବୁ ସ୍ଥାବର ଆସ୍ଥାବର ସମ୍ପତ୍ତିରେ ଏବଂ ଚାକିରୀ କରି ଦରମା ପାଉଥିବା ଟଙ୍କାରେ ସମାନ ଅଂଶୀଦାର ହୋଇପାରିବେ।

Leave a Reply

Your email address will not be published. Required fields are marked *