ବୃଦ୍ଧାଙ୍କୁ ହଇରାଣ କରୁଥିଲା ଘର ମାଲିକ , ତାପରେ ଆସିଗଲେ ଭାରତୀୟ ଯବାନ , ତାପରେ ଯାହା କଲେ ….. :- ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ସମୟରେ ଅନେକ ବୃଦ୍ଧାଙ୍କ ଅବସ୍ଥା ଏପରି ହେଉଛି ଯେଉଁଠି ତାଙ୍କର ପରିବାର ଥାଇବି ରାସ୍ତା କଡ଼ରେ ଜୀବନଯାପନ କରିବାକୁ ପଡ଼ୁଛି । ଆଉ ସେହି ବୃଦ୍ଧାଙ୍କ ଉପରେ ଅନେକ ଲୋକ ଅତ୍ୟାଚାର ବି କରିବାର ଦେଖାଯାଉଛି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏକ ସିସିଟିଭି ରେକର୍ଡ଼ ବିଷୟରେ କହିବୁ ଯେଉଁଥିରେ ଜଣେ ଘର ମାଲିକ ଜଣେ ବୃଦ୍ଧାଙ୍କୁ ଖୁବ ଖରାପ ବ୍ୟବହାର କରିଛନ୍ତି କିନ୍ତୁ ଠିକ ସମୟରେ ଜଣେ ଭାରତୀୟ ଯବାନ ଆସି କିଛି ଏପରି କାମ କରିଛନ୍ତି ଯାହାଦ୍ୱାରା ଲୋକେ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି ।

ତେବେ ସୂଚନା ଅନୁଯାୟୀ ଏହି ଭିଡ଼ିଓ ୨୦୨୧ ମସିହାର ଅଟେ । କିନ୍ତୁ ଚଳିତ ବର୍ଷ ମଧ୍ୟ ଏହି ଭିଡ଼ିଓ ପୁଣିଥରେ ଭାଇରଲ ହେବାରେ ଲାଗିଛି । ତେବେ ଭିଡ଼ିଓରେ ନଜର ଆସୁଥିବା ଭଳି ଜଣେ ବୃଦ୍ଧାଙ୍କୁ ଏକ ଘରର ବାରଣ୍ଡାରେ ଶୋଇଥିବାର ଦେଖାଯାଇଛି । ସେହି ସମୟରେ ସେହି ଘରର ମାଲିକ ଆସି ବୃଦ୍ଧାଙ୍କୁ ସେଠାରୁ ଉଠି ଯିବାକୁ କହିଛନ୍ତି । ଏତିକିରେ ବୃଦ୍ଧା ନଉଠିବାରୁ ବ୍ୟକ୍ତି ଜଣକ ବୃଦ୍ଧାଙ୍କ ଉପରକୁ ପାଣି ଫିଙ୍ଗିଛନ୍ତି । କିନ୍ତୁ ତାପରେ ବୃଦ୍ଧା ଜଣକ ଘରର ମଳିକାର ଗୋଡ଼ ମଧ୍ୟ ଧରି ପକାଇଛନ୍ତି । ସେଠାରେ ଥିବା ସବୁ ଲୋକ ଛିଡ଼ା ହୋଇ ନାଟକ ଦେଖୁଥିଲେ ହେଁ ଜଣେ ଭାରତୀୟ ଯବାନ ଆସି କିଛି ଏପରି କାମ କରିଛନ୍ତି ଯାହା ଶୁଣିଲେ ଆପଣ ବି ସେହି ଯବାନଙ୍କ ପାଇଁ ଗର୍ବିତ ହେବେ ।

ସେହି ଯବାନ ଜଣକ ପ୍ରଥମେ ସେହି ବ୍ୟକ୍ତିଙ୍କୁ ଧକ୍କା ଦେଇଛନ୍ତି ଏବଂ ଏପରି କରିବାକୁ ମନା କରିଛନ୍ତି । ଏମିତିକି ସେ ବୃଦ୍ଧାଙ୍କୁ ଚପଲ ପିନ୍ଧାଇଦେବା ସହିତ ତାଙ୍କୁ ପଇସା ମଧ୍ୟ ଦେଇଛନ୍ତି । ଯାହାଦ୍ୱାରା ବୃଦ୍ଧା ଜଣକ ସେହି ଯବାନଙ୍କ ପାଦ ଛୁଇଁ ପ୍ରଣାମ କରିବାରେ ଲାଗିଛନ୍ତି । ଏପରି ଦୃଶ୍ୟ ଦେଖି ଆପଣ ମାନେ ଜାଣି ପାରୁଥିବେ ଯେ ଯବାନ ମାନେ ଆମ ପାଇଁ କୌଣସି ଭଗବାନଙ୍କ ଠାରୁ କମ ନୁହଁନ୍ତି । ସେ ପୁଣି ଦେଶ ସୀମାରେ ହେଉ କିମ୍ବା ଦେଶ ଭିତରେ ହେଉ ସେ ନିଜର କର୍ତ୍ତବ୍ୟ ନିଶ୍ଚିତ ଭଲ ଭାବରେ ପାଳନ କରିଛନ୍ତି ।

ତେବେ ଏହି ଭିଡ଼ିଓ ପୁରୁଣା ହୋଇଥିଲେ ବି ବର୍ତ୍ତମାନ ବି ଏହା ଭାଇରଲ ହେବାରେ ଲାଗିଛି । ଲୋକେ ଏହାକୁ ଖୁବ ପସନ୍ଦ କରିଛନ୍ତି ଏବଂ ଏହି ଭିଡ଼ିଓ ନିଶ୍ଚିତ ଭାବରେ ଯବାନଙ୍କ ମହାନତାର ପ୍ରମାଣ ଦେଉଛି ।

Leave a Reply

Your email address will not be published. Required fields are marked *