ଯାତ୍ରା ପେଣ୍ଡାଲରେ ଅଭିନେତା ପିୟୁଷଙ୍କ ଉପରକୁ ବୋତଲ ମା-ଡ଼ , ତାପରେ ହେଲା ଏମିତି

ଅଭିନେତା ପୀୟୂଷ ତ୍ରିପାଠୀ ଯାହାଙ୍କୁ ନେଇ ସଦାବେଳେ ଚର୍ଚ୍ଚା ଲାଗି ରହିଥାଏ । ଯାହାଙ୍କୁ ସମସ୍ତେ ବହୁତ ଭଲ ପାଇଥାନ୍ତି । ନିଜର ନିଖୁଣ ଅଭିନୟ ପାଇଁ ସେ ସବୁଆଡେ ବେଶ୍ ଚର୍ଚ୍ଚିତ । ଯାତ୍ରା ଦୁନିଆଁରେ ତାଙ୍କର ରହିଛି ଏକ ଭିନ୍ନ ପରିଚୟ । ତାଙ୍କ ଯାତ୍ରା ଯେଉଁଠି ହେବ , ସେଠାରେ ଦର୍ଶକ ମାନଙ୍କ ଭିଡ ଲାଗିବା ସୁନିଶ୍ଚିତ । ତେବେ କେବଳ ଯାତ୍ରା ନୁହେଁ , ଟେଲିଭିଜନ ଦୁନିଆଁରେ ମଧ୍ୟ ପୀୟୂଷ ବେଶ୍ ପରିଚିତ । ସେ ନିଜ ଅଭିନୟକୁ ଜୀବନ୍ତ ଭାବରେ ପ୍ରକାଶ କରିଥାନ୍ତି ବୋଲି ଆଲୋଚନା ହୋଇଥାଏ ।

ତେବେ ନିଜର ନିଖୁଣ ଅଭିନୟ ପାଇଁ ତାଙ୍କୁ ଅନେକ ସମୟରେ ଦର୍ଶକ ମାନଙ୍କ ଠାରୁ ମାଡ଼ ଖାଇବାର ଦେଖିବାକୁ ମିଳିଛି । ଲୋକ ମାନେ ତାଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି । ତେବେ ହଁ ଆଜ୍ଞା , ପୁଣିଥରେ ସାମ୍ନାକୁ ଏପରି କିଛି ଦୃ-ଶ୍ୟ ଆସିଛି , ଯେଉଁଥିରେ ଦର୍ଶକ ମାନେ ତାତି ଯାଇଛନ୍ତି ଆଉ ଏପରି କିଛି କାମ କରିଛନ୍ତି । ତେବେ ସୂଚନା ଅନୁଯାୟୀ , ବଲାଙ୍ଗୀରରୁ ଏପରି କିଛି ଦୃ-ଶ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଦର୍ଶକ ମାନେ ବିଭୋର ହୋଇ ଏପରି କିଛି ପଦକ୍ଷେପ ନେଇ ଯାଇଛନ୍ତି । ସେମାନେ ନିଜର କୋହ ସମ୍ଭାଳି ପାରି ନଥିଲେ ଆଉ ନିଜକୁ ଏପରି କାମ କରିବାକୁ ରୋକି ମଧ୍ୟ ପାରି ନଥିଲେ ।

ତେବେ ସୂଚନା ଅନୁସାରେ , ବଲାଙ୍ଗୀରରେ ଚାଲିଥିଲା ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ ଆଉ ନାଟକ ଥିଲା ଅଧା ରାତିର ସାଥି । ଯେଉଁଥିରେ ଦେଖିବାକୁ ମିଳିଥିଲା ପୀୟୂଷ ତ୍ରିପାଠୀଙ୍କୁ । ଦର୍ଶକଙ୍କ ସେଠାରେ ଭିଡ ବହୁ ପରିଣାମରେ ଲାଗି ରହିଥିଲା । କାହିଁକି ନା ପୀୟୂଷଙ୍କ ଅଭିନୟ ଯାଦୁରେ ସମସ୍ତେ ବନ୍ଧା । ତେବେ ଏହାରି ମଧ୍ୟରେ ପୀୟୂଷ ଆସିଥିଲେ ପେଣ୍ଡାଲ ଉପରକୁ ଆଉ ତାଙ୍କର ଏକ ଦୃଶ୍ୟ ଥିଲା କି ସେ ତାଙ୍କ ମାଆଙ୍କ ସହିତ କିଛି ଖରାପ ବ୍ୟବହାର କରିବା ସହିତ ଗା-ଳି ଗୁଳଜ ମଧ୍ୟ କରୁଛନ୍ତି । ତେବେ ତାଙ୍କ ଅଭିନୟ ଏତେ ବାସ୍ତବିକଆଉ ନିଖୁଣ ଥିଲା ଯେ , ଲୋକେ ନିଜର କୋହ ସମ୍ଭାଳି ପାରି ନଥିଲେ ।

ସେମାନେ ଏହାକୁ ସତ ବୋଲି ଭାବି ନେଇଥିଲେ ଆଉ ସାଙ୍ଗେ ସାଙ୍ଗେ ପୀୟୂଷଙ୍କ ଉପରକୁ ପାଣି ବୋତଲ ମା-ଡ଼ କରିଥିଲେ । ତେବେ ମା-ଡ଼ ଖାଇ ମଧ୍ୟ ପୀୟୂଷ ନିଜ ଅଭିନୟ ଅଟକାଇ ନଥିଲେ । ତେବେ ପରେ ଯାତ୍ରା କମିଟି ପକ୍ଷରୁ ଆସି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ ଆଉ କହିଥିଲେ ଏହା ପ୍ରକୃତ ନୁହେଁ । ତାପରେ ଯାଇ ଲୋକ ମାନେ ବୁଝିଥିଲେ । ତେବେ କହି ରଖୁଛୁ ଯେ , ଆଗରୁ ମଧ୍ୟ ଖଣ୍ଡଗିରିରେ ପୀୟୂଷଙ୍କ ଅଭିନୟର ବିଭୋର ହୋଇ ଲୋକେ ତାଙ୍କ ଉପରକୁ ଚେୟାର ଫୋପାଡ଼ି ଦେଇଥିଲେ ।

Leave a Reply

Your email address will not be published. Required fields are marked *