ମୁହାଁ ମୁହିଁ ହେଲେ ବବି ମିଶ୍ର ଓ ବାଉନ୍ସ ଚେକ ଦେଇଥିବା ପ୍ରଯୋଜକ ।

ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ଅନେକ ଲୋକେ । ହେଲେ ଏହାରି ଭିତରେ ଏକ 50 ହଜାର ଟଙ୍କାର ବାଉନ୍ସ ଚେକକୁ ନେଇ ସୃଷ୍ଟି ହୋଇଛି ବି-ବାଦ । ଗଣମାଧ୍ୟମ ରେ ମୁହାଁ ମୁହିଁ ହୋଇଛନ୍ତି ପ୍ରଯୋଜକ ଆଉ ବବିମିଶ୍ର । ହେଲେ କିଏ କହୁଛି ସତ ଆଉ କିଏ କହୁଛି ମି-ଛ ଆସନ୍ତୁ ନଜର ପକାଇବା । ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁ-ତର ଥିବାରୁ ଡ଼ାକ୍ତର କହିଥିଲେ ପିଣ୍ଟୁନନ୍ଦଙ୍କ ଲିଭର ସମ୍ପୂର୍ଣ୍ଣ ରୂପେ ନ-ଷ୍ଟ ହୋଇଯାଇଛି ।

ତେବେ ଏହି ସୂଚନା ଡାକ୍ତର ଦେବା ପରେ ପିଣ୍ଟୁନନ୍ଦଙ୍କ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା । କାରଣ ଜଣେ ସାଧାରଣ କଳାକାର ପରିବାର ପାଖରେ ଏତେ ଟଙ୍କା ସଙ୍ଗେ ସଙ୍ଗେ କେଉଁଠୁ ଆସିବ ଭାବି ସାରା ପରିବାର ଚିନ୍ତାରେ ପଡିଯାଇଥିଲେ । ହେଲେ ଏହି ସମୟରେ ପିଣ୍ଟୁନନ୍ଦ ହାତ ଯୋଡି ସାରା ଓଡିଶାବାସୀଙ୍କ ସାହାଯ୍ୟ ଲୋଡି ଥିଲେ । ପିଣ୍ଟୁନନ୍ଦ ଙ୍କୁ ସାହାଯ୍ୟ କରିବା ପାଇଁ ଓଡିଶାବାସୀ ଆଗେଇ ଆସିଥିବା ବେଳେ ଅନେକ ଓଡ଼ିଆ ସିନେ ଜଗତର କଳାକାର ପ୍ରଯୋଜକ ନିର୍ଦେଶକ ମାନେ ମଧ୍ୟ ସାହାଯ୍ୟ କରିଥିଲେ ।

ତେବେ ଏହି ସମୟରେ ଏକ ବାଉନ୍ସ ଚେକକୁ ନେଇ ଉଠିଥିଲା ବି-ବାଦ । ପିଣ୍ଟୁନନ୍ଦଙ୍କୁ ଜଣେ ପ୍ରଯୋଜକ ଦେଖା କରି କହିଥିଲେ ଆପଣ ମୋର ଦାଦା ମୁଁ ଆପଣଙ୍କ ପୁତୁରା ତେଣୁ ମୁଁ ଚାହେଁ ଆପଣ ଖୁବ ଶୀଘ୍ର ଭଲ ହୋଇ ଯାଆନ୍ତୁ । ତେଣୁ ମୁଁ ଆପଣଙ୍କୁ 50 ହଜାର ଟଙ୍କାର ଚେକ ଦେଉଛି । ଯଦି ଆଗକୁ ମଧ୍ୟ ସାହାଯ୍ୟ ଆବଶ୍ୟକ ପଡେ ତେବେ ମୁଁ ନିହାତି ଭାବେ ଆପଣଙ୍କୁ ସାହାଯ୍ୟ କରିବି ।

ହେଲେ ସେହି ଚେକ ଟି ପରେ ବାଉନ୍ସ ଚେକ ଥିବା ଜଣା ପଡିବା ନେଇ ଗଣମାଧ୍ୟମରେ ବବି ମିଶ୍ର ପ୍ରକାଶ କରିଥିଲେ । ବବି ମିଶ୍ର କହିଥିଲେ କି ଲୋକେ ଏଭଳି ପରିସ୍ଥିତିରେ ଉପହାସ କରୁଛନ୍ତି । ସାହାଯ୍ୟ କରିବା ପାଇଁ ଆସି ବାଉନ୍ସ ଚେକ ଦେଉଛନ୍ତି । ପିଣ୍ଟୁନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାହା ଅଛି ଏପରି ପରିସ୍ଥିତିରେ ଏମିତି ଉପହାସ ଆଦୌ ଗ୍ରହଣ ଯୋଗ୍ୟ ନୁହେଁ । କାରଣ ପିଣ୍ଟୁନନ୍ଦ ଭଲ ହୋଇ ଯାଆନ୍ତୁ ବୋଲି ଲୋକେ ଭଗବାନଙ୍କୁ ପାର୍ଥନା କରିଛନ୍ତି । କିନ୍ତୁ ପ୍ରଯୋଜକ ପିଣ୍ଟୁନନ୍ଦ ଙ୍କ ଅସୁବିଧା ସମୟରେ ତାଙ୍କ ସହ ଚିଟ କରିଛନ୍ତି ।

ତେବେ ଏପରି କିଛି ଗଣମାଧ୍ୟମରେ ବବିମିଶ୍ର କହିବା ପରେ । ଏହା ପରେ ମୁହଁ ଖୋଲିଥିଲେ ପ୍ରଯୋଜକ । ପ୍ରଯୋଜକ କହିଥିଲେ ମୁଁ ବାଉନ୍ସ ଚେକ ଦେଇ ନଥିଲି ମୁଁ 10 ହଜାର ଟଙ୍କାର ଚେକ ପ୍ରଦାନ କରିବାକୁ ଯାଇଥିଲି ହେଲେ ପିଣ୍ଟୁନନ୍ଦଙ୍କ ସହିତ ମୋର ଯେହେତୁ ଦୀର୍ଘ ତିନି ବର୍ଷର ସ-ମ୍ପର୍କ ତେଣୁ ପିଣ୍ଟୁନନ୍ଦ ତାଙ୍କୁ 50 ହଜାର ଟଙ୍କାର ଚେକ ପ୍ରଦାନ କରିବାକୁ କହିଥିଲେ ।

ହେଲେ ପିଣ୍ଟୁନନ୍ଦଙ୍କୁ 50 ହଜାର ଟଙ୍କାର ଚେକ ଦେଇ ଆସିବା ପରେ ପ୍ରଯୋଜକଙ୍କ ଘରେ କ-ଳହ ସୃଷ୍ଟି ହୋଇଥିଲା ପ୍ରଯୋଜକଙ୍କ ସ୍ତ୍ରୀ କହିଥିଲେ । ଅଭିନେତାଙ୍କୁ ତ ଅନେକ ଲୋକେ ସାହାଯ୍ୟ କରୁଛନ୍ତି ହେଲେ ତୁମେ ଗରିବ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଅ । ତେବେ ଏମିତି ପରିସ୍ଥିତି ହେବା ପରେ ପ୍ରଯୋଜକ ଚେକ କୁ ବାଉନ୍ସ କରିଦେଇଥିବା ଗଣମାଧ୍ୟମ ରେ ପ୍ରକାଶ କରିବା ସହିତ କହିଛନ୍ତି କି ମୁଁ ଦୁଇ ଦିନ ପରେ ଆକାଉଣ୍ଟ ରେ ଡିପୋଜିଟଦେବି ବୋଲି କହିଥିଲି ।

ହେଲେ ବବି ମିଶ୍ର ମୋ ନାଁରେ ମି-ଛ କହିଲେ । ଏମିତି କହି ପ୍ରଯୋଜକ କହିଛନ୍ତି ମୋ ନାଁରେ ଯେଉଁ ମାନେ ମି-ଛ କହିଛନ୍ତି । ମୁଁ ଜାଣିବାକୁ ଚାହୁଁଛି କି ବବି ମିଶ୍ର କେତେ ଟଙ୍କା ଦେଇଛନ୍ତି । ଏମିତି କହି ଗଣମାଧ୍ୟମ ଆଗରେ ମୁହାଁ ମୁହିଁ ହୋଇଛନ୍ତି ପ୍ରଯୋଜକ ଓ ବବିମିଶ୍ର । ହେଲେ କିଏ ସତ କହୁଛି ଆଉ କିଏ ମିଛ କହୁଛି ତାହା ତ ଦୁହେଁ ହିଁ ଜାଣିଥିବେ । ହେଲେ ଏତେ ସବୁ ଭିତରେ ପିଣ୍ଟୁନନ୍ଦ ଶୀଘ୍ର ସୁସ୍ଥ ହୋଇ ପୁଣି ଥରେ ଓଡିଶା ଫେରି ଆସନ୍ତୁ ବୋଲି ଲୋକେ ଭଗବାନଙ୍କୁ ଡାକୁଛନ୍ତି ।

Leave a Reply

Your email address will not be published. Required fields are marked *