ବର୍ତ୍ତମାନ ସମୟରେ ପାଠ ପଢା ହିଁ ଦରିଦ୍ରତା ଦୂର କରି ପାରିବ। ତେବେ ପାଠ ପଢି ଚାକିରୀ କରିବା ସମସ୍ତ ଛାତ୍ରଛାତ୍ରୀ ଙ୍କ ଆଶା ଅଟେ। ସରକାର ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ପ୍ରଚେଷ୍ଟା ଚଳେଇଛନ୍ତି। ପିଲାମାନଙ୍କୁ ପାଠ ପଢା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ମଧ୍ୟାହ୍ନ ଭୋଜନ ଏବଂ ବହି ଖାତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। କେବଳ ସେତିକି ନୁହେଁ ଅନେକ ସମୟରେ ଜାତୀୟ ଶିକ୍ଷା ନୀତିରେ ପରିବର୍ତ୍ତନ ଆଣିଥିବାର ଦେଖିବାକୁ ମିଳିଛି।
ପ୍ରାୟ ୩୪ ବର୍ଷ ପରେ ଜାତୀୟ ଶିକ୍ଷା ନୀତିରେ ପରିବର୍ତ୍ତନ ଆସିଥିବା ଜଣା ପଡ଼ିଛି। ତେବେ ରିପୋର୍ଟ ଅନୁସାରେ ୭ ବର୍ଷ ବୟସରୁ ଆରମ୍ଭ ହେବ ଶ୍ରେଣୀଗୃହ ପାଠ ପଢା। ଅର୍ଥାତ ଶିଶୁର ୭ ବର୍ଷ ବୟସ ହେଲେ ହିଁ ପ୍ରଥମ ଶ୍ରେଣୀରେ ନାମ ଲେଖେଇ ପାରିବ। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏହା ପୂର୍ବରୁ ୬ ବର୍ଷ ବୟସ ଥିଲା କିନ୍ତୁ ବର୍ତ୍ତମାନ ଏହାକୁ ୭ ବର୍ଷ ବୟସ କରିଦିଆଯାଇଛି। କୁହାଯାଉଛି ଯେ ୭ ବର୍ଷ ବୟସ ବେଳକୁ ପିଲାଟିର ହେତୁକର ହୋଇଯାଇଥିବ।
ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ୫+୩+୩+୪ ଆଧାରରେ ପଡିବ ପିଲାଙ୍କ ଶିକ୍ଷାର ମୂଳଦୁଆ। ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ, ନର୍ସରିରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଦିଆଯିବ ଫଣ୍ଡାମେଣ୍ଟାଲ ଶିକ୍ଷା। ତୃତୀୟ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରସ୍ତୁତି ଶିକ୍ଷା, ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟମ ଏବଂ ନବମ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ହେବ ମାଧ୍ୟମିକ ଶିକ୍ଷା।
ଉଚ୍ଚ ଶିକ୍ଷା ସ୍ନାତକ ଶିକ୍ଷାରେ ମଧ୍ୟ ପରିବର୍ତ୍ତନ ଆସିଛି। ତେବେ ସ୍ନାତକ ଶିକ୍ଷା ୪ ବର୍ଷର ପାଠ୍ୟକ୍ରମ ଆଧାରରେ ଦିଆଯିବ ଶିକ୍ଷା। ଆଗରୁ ଏହା ୩ ବର୍ଷ ଥିଲା କିନ୍ତୁ ଏହାକୁ ୪ ବର୍ଷ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କେବଳ ସେତିକି ନୁହେଁ ଯଦି କୌଣସି ଛାତ୍ରଛାତ୍ରୀ ଗ୍ରାଜୁଏସନ ପଢିବା ସମୟରେ ଅଧାରୁ ପାଠ ପଢା ଛାଡି ଦିଅନ୍ତି ତେବେ ପରବର୍ତ୍ତୀ ସମୟରେ ସେ ସେହି ଠାରୁ ହିଁ ପାଠ ପଢା ଆରମ୍ଭ କରି ପାରିବେ। ତେବେ ଜାତୀୟ ଶିକ୍ଷା ନୀତିକୁ ଅଭିଭାବକ ମାନେ ସ୍ୱାଗତ କରିଥିବା ଜଣା ପଡ଼ିଛି।
ଉତ୍କଳ ଅଭିଭାବକ ସଂଘର ସଭାପତି କୃଷ୍ଣଚନ୍ଦ୍ର ପତି ନୂତନ ଜାତୀୟ ଶିକ୍ଷା ନୀତିକୁ ନେଇ ମୁଁହ ଖୋଲିଛନ୍ତି। ସେ କହିଛନ୍ତି ଯେ ଏହା ଏକ ଉଚିତ ପଦକ୍ଷେପ। ପିଲାମାନଙ୍କୁ ଅତି କମ୍ ରେ ୧୫ ବର୍ଷ ପର୍ଯ୍ୟନ୍ତ ପାଠ ପଢିବାକୁ ପଡିବ। ତେବେ ରାଜ୍ୟର କୌଣସି ସ୍କୁଲରେ ନର୍ସରି ଶିକ୍ଷାବ୍ୟବସ୍ଥା ନଥିବା କହିଛନ୍ତି। ତେବେ ରାଜ୍ୟ ସରକାର ଏଥିପ୍ରତି ପ୍ରଥମେ ଧ୍ୟାନ ଦେଲେ ଭଲ ହେବ ବୋଲି କହିଛନ୍ତି।
ଶିକ୍ଷାବିତ୍ ଅମୀୟ ମହାନ୍ତି ମଧ୍ୟ ନୂତନ ଜାତୀୟ ଶିକ୍ଷା ନୀତିକୁ ନେଇ ମତ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ନୂତନ ଶିକ୍ଷା ନୀତିରେ ତ୍ରୁଟି ରହିଛି। ସରକାରଙ୍କୁ ପ୍ରଥମେ ଭିର୍ତ୍ତିଭୂମି ସୁଦୃଢ କରିବାକୁ ହେବ। ଏହାପରେ ଚୂଡାନ୍ତ ପଦକ୍ଷେପ ନିଆଯିବା ଉଚିତ। ତେବେ ଶିକ୍ଷା ନୀତି ଲାଗୁ ହେବା ପୂର୍ବରୁ ଜାତୀୟ ସହମତି ଅଣା ଯିବା ଉଚିତ ବୋଲି କହିଛନ୍ତି।
ଛାତ୍ରମାନେ ମଧ୍ୟ ଏହି ନୂତନ ଶିକ୍ଷା ନୀତିକୁ ସ୍ୱାଗତ କରିଛନ୍ତି। ଶିକ୍ଷା କ୍ଷେତ୍ର ଆଗକୁ ସୁଦୃଢ଼ ହେବ ବୋଲି କହିଛନ୍ତି। ଯଦିଓ ଗ୍ରାଜୁଏସନକୁ ୪ ବର୍ଷ କରି ଦିଆଯାଇଛି। କିନ୍ତୁ ଯେ କୌଣସି ଛାତ୍ରଛାତ୍ରୀ ଯଦି ଅଧାରେ ଛାଡି ଦେଉଛନ୍ତି ତେବେ ପରବର୍ତ୍ତୀ ସମୟରେ ସେହିଠାରୁ ଆରମ୍ଭ କରି ପାରିବେ।