ଘରେ ଶୋଇଥିଲା ଭାଇବୋହୁ….ଦେଢଶୁର ଘରେ ପଶି ଭାଇବୋହୁକୁ ଜଙ୍ଗଲକୁ ନେଇ ଏମିତି କଲା….।

ହଜିଗଲାଣି ମଣିଷ ପଣିଆ। କ୍ଷଣିକ ଖୁସି ପାଇଁ ସମ୍ପର୍କକୁ ଭୁଲିଯାଉଛନ୍ତି। ଶେଷରେ ରାକ୍ଷସ ପାଲଟି ଗଲା ଦେଢଶୁର। ଯାହାଙ୍କ ପାଇଁ ଏ ସମ୍ପର୍କର ମୂଲ୍ୟ କିଛି ନାହିଁ। ଭାଇବୋହୁ ଘରେ ଶୋଇଥିବା ବେଳେ ଶୋଇବା ଘରେ ପଶି ଭାଇବୋହୂର ଗଡ଼ ହାତ ଧରି ଏମିତି କରିଛି ଆଉ ଜଙ୍ଗଲକୁ ନେଇ ଜୋରଜବରଦସ୍ତି ଦୁଷ୍କର୍ମ କରିବାକୁ ବି ପୋଛାଇଲାନାହିଁ ଦେଢଶୁର। ଯାହା ଫଳରେ ଆଜି ବାଇବୋହୂର ଜୀବନ ଚାଲିଗଲା।

ଏମିତି ଏକ ଘଟଣା କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଦେଢଶୁର ଦ୍ୱାରା ଦୁଷ୍କର୍ମର ଶିକାର ହେବା ପରେ ଲୋକ ଲଜ୍ୟା ସହି ନପାରି ଏଭଳି ଚରମ ନିଷ୍ପତ୍ତି ନେଇଗଲା ଭାଇବୋହୁ। ଆଉ ଘର ଭିତରେ ହିଁ ଅକାଳରେ ଚାଲିଗଲା ଭାଇବୋହୂର ଜୀବନ।ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଜମଚୁଆ ଗାଁରେ। ଜମଚୁଆ ଗାଁର ମହିଳା ଟିଙ୍ଗ ମାଖନ ଗାଁରେ ଉମା ମାଝୀଙ୍କୁ ବିବାହ କରିଥିଲେ। ଆଉ ବେସ ହସ ଖୁସିରେ ଚାଲିଥିଲା ତାଙ୍କ ସୁନାର ସଂସାର। କିନ୍ତୁ ତାଙ୍କ ସୁନାର ସଂସାରକୁ ଆଜି ଉଜାଡ଼ି ଦେଇଛି ଦେଢଶୁର।

ହଁ ଆଜ୍ଞା ବନ୍ଧୁଗଣ ଗତ କିଛି ମାସ ହେବ ଭାଇବୋହୂର ସ୍ୱାମୀ ଉମା ମାଝୀ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଚାଲିଯାଇଥିଲେ ଆଉ ମହିଳା ଜଣକ ଘରେ ଏକୁଟିଆ ରହୁଥିଲେ। ଗତ ଦୁଇ ଦିନ ତଳେ ଉମା ମାଝୀଙ୍କ ସମ୍ପର୍କୀୟ ବଡ଼ ଭାଇ ଅରୁଣ ମାଝୀ ଘରେ କେହି ନଥିବାର ସୁଯୋଗ ନେଇ ଘର ଭିତରକୁ ଡାକିଥିଲେ ଭାଇବୋହୁକୁ। ଆଉ ଏହା ପରେ ହାତ ଗୋଡ଼ ବାନ୍ଧି ଗାଁ ନିକଟରେ ଥିବା ଜଙ୍ଗଲକୁ ନେଇ ଜୋରଜବରଦସ୍ତ ଦୁଷ୍କର୍ମ କରିବା ପରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ଏହା ପରେ ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଜଣକ ନିଜ ବାପ ଘରକୁ ଚାଲି ଯାଇଥିଲେ। ସେଠାରେ ନିଜର ପରିବାର ଓ ନିଜର ସ୍ୱାମୀ ଉମାଙ୍କୁ ସମ୍ପୂର୍ଣ୍ଣ କଥା କହିବା ପରେ ଦାଦନ ଯାଇଥିବା ସ୍ୱାମୀ ଘରକୁ ଫେରିଥିଲେ। ଏନେଇ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଘଟଣାଟି ଜୋରଦାର ଚର୍ଚ୍ଚା ହୋଇଥିଲା ଆଉ ଶେଷରେ ଭାଇବୋହୁ ଜଣକ ଲୋକଲଜ୍ୟାକୁ ସହି ନପାରି ଗତ କାଲି ରାତିରେ ହିଁ ଘର ଭିତରେ ଜୀବନ ହାରିଦେଲେ। ଏମିତି ଅଭିଯୋଗ କରିଛନ୍ତି ପରିବାର ଲୋକେ।।

ଖବର ପାଇ ଘଟଣା ସ୍ଥଳରେ ଜୟପାଟଣା ପୋଲିସ ପହଁଚି ମୃତ ଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।।ସେପଟେ ମୃତ ଦେହ ଶବ ବ୍ୟବଚ୍ଛେଦ ପରେ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପ୍ରକାଶ କରିଥିବା ବେଳେ ଅଭିଯୁକ୍ତ ଅରୁଣ ମାଝୀ ମାରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଆଗାମୀ ଦିନରେ ପୋଲିସ କିଭଳି ପ୍ରକାରରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ତାହା ପୋଲିସ ପକ୍ଷରୁ ସୂଚନା ମିଳିଛି। ଆଉ କେବେ ଅଭିଯୁକ୍ତ ଅରୁଣ ମାଝିକୁ ଦଣ୍ଡ ମିଳିବ ତାହା ଜାଣିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *