ଛାଡ଼ପତ୍ର ପରେ ଆଉ ମାସକୁ ଭରଣ ପୋଷଣ ପାଇଁ ଟଙ୍କା ପାଇବେନି ବର୍ଷା । ଅନୁଭବଙ୍କ ଓକିଲ କହିଲେ ଏମିତି ।

ଏବେ ଅନୁମତି ମିଳିବା ପରେ ବର୍ଷାଙ୍କ ଠାରୁ ଅନୁଭବ ଅଲଗା ହୋଇଯିବେ । ଏହାବ୍ୟତୀତ ଅଲଗା ହେବା ପରେ ବର୍ଷାଙ୍କୁ ଅନୁଭବ ଆଉ ମାସିକ ଭରଣ ପୋଷଣ ପାଇଁ ଟଙ୍କା ମଧ୍ୟ ଦେବେନି । କାରଣ ଏହି ମାମଲାରେ ଅନୁଭବଙ୍କ ପ୍ରତି ବର୍ଷାଙ୍କ କ୍ରୁଏଲଟି ପ୍ରମାଣିତ ହୋଇଥିବାରୁ ଦୁହିଁଙ୍କର ଛାଡ଼ପତ୍ର ହୋଇଯିବ ମାତ୍ର କୌଣସି ଏଲିମିନି ରହିବ ନାହିଁ । ତାହା ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।

ଯାହା ବର୍ତ୍ତମାନ ଅନୁଭବଙ୍କ ଓକିଲ କହିଛନ୍ତି ଯେ ବର୍ଷାଙ୍କୁ ଆଉ ଭରଣ ପୋଷଣ ଟଙ୍କା ମଧ୍ୟ ମିଳିବ ନାହିଁ । କହିରଖିବୁ ଯେ ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଥିବା ବିବାଦ ବର୍ତ୍ତମାନ ସମାପ୍ତ ହୋଇଛି ଏବଂ ସମାଧାନ ସ୍ୱରୂପ ହାଇକୋର୍ଟ ବର୍ତ୍ତମାନ ଦୁହିଁଙ୍କ ଛାଡ଼ପତ୍ର ନିର୍ଦେଶ ଦେଇଛନ୍ତି ।

ଏହାପରେ ଅନୁଭବ ମହାନ୍ତି ଖୁସି ବ୍ୟକ୍ତ କରିଛନ୍ତି । ଏହାବ୍ୟତୀତ ଆଖିରୁ ଲୁହ ପୋଛି ନିଜ ପରିବାର ଲୋକଙ୍କୁ ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି । ଅନୁଭବ କହିଥିଲେ ଯେ ତାଙ୍କ ଜୀବନର ସବୁଠାରୁ ବଡ଼ ଭୁଲ ହେଲା ବର୍ଷାଙ୍କୁ ବିବାହ କରିବା । ଆଉ ସେହି ଭୁଲର ସେ ବର୍ତ୍ତମାନ ପ୍ରାୟଶ୍ଚିତ କରିଛନ୍ତି । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ , ବର୍ତ୍ତମାନ କଣ ଅନୁଭବ ବର୍ଷାଙ୍କୁ ମାସିକ ଭରଣ ପୋଷଣ ପାଇଁ ଟଙ୍କା ଦେବେ କି ?

କିନ୍ତୁ ଏପଟେ ଅନୁଭବଙ୍କ ଓକିଲ କହିଛନ୍ତି ଯେ ପୂର୍ବ ଦିନରେ ବର୍ଷା ଯେଉଁଭଳି ଭାବରେ ନିଷ୍ଠୁରତା ଦେଖାଇଛନ୍ତି , ତେଣୁ ଛାଡ଼ପତ୍ର ପରେ ଟଙ୍କା ମିଳିବ ନାହିଁ । ସେ କହିଛନ୍ତି ଯେ ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁଯାୟୀ ନିଷ୍ଠୁରତା ପ୍ରତି ଏହି ମାମଲାରେ ନଜର ଦିଆଯାଇ ପାରିଛି ।

ଅନୁଭବଙ୍କ ପକ୍ଷରୁ କୋର୍ଟରେ ଶୁଣାଣି ସମୟରେ ଯୁକ୍ତି ଦର୍ଶା ଯାଇଥିଲା । ଯେହେତୁ ବର୍ଷା ଏବଂ ଅନୁଭବଙ୍କ ମଧ୍ୟରେ ସ୍ୱାମୀ ସ୍ତ୍ରୀ ଭଳି କୌଣସି ସମ୍ପର୍କ ନାହିଁ । ତେଣୁ ଅନୁଭବ ବର୍ଷାଙ୍କୁ ଭରଣ ପୋଷଣ ପାଇଁ କୌଣସି ଅର୍ଥ ରାଶି ଦେବାର ଆବଶ୍ୟକତା ନାହିଁ । ଏହି ଯୁକ୍ତି ଆଧାରରେ ହାଇକୋର୍ଟ ଏହି ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଥାଇ ପାରନ୍ତି ବୋଲି ଅନୁଭବଙ୍କ ଓକିଲ କହିଛନ୍ତି ।

ଅନୁଭବଙ୍କ ଓକିଲଙ୍କ ଅନୁଯାୟୀ ବିବାହ ପରେ ଉଭୟଙ୍କ ମଧ୍ୟରେ ବିବାହ ପରେ କୌଣସି ଶାରୀରିକ ସମ୍ପର୍କ ହୋଇ ନଥିଲା । ତେଣୁ ସ୍ୱାମୀ ସ୍ତ୍ରୀ ସମ୍ପର୍କର କୌଣସି ଅସ୍ତିତ୍ୱ ନାହିଁ । ଯେଉଁ ବିଷୟରେ ଅନୁଭବ ମଧ୍ୟ କୋର୍ଟରେ ଯୁକ୍ତି ରଖିଥିଲେ । ଯାହାକି ହିନ୍ଦୁ ବିବାହ ଆଇନ ଅନୁଯାୟୀ ମାନସିକ ନିଷ୍ଠୁରତା ଦର୍ଶା ଯାଇଛି । ଯେଉଁ ଛାଡ଼ପତ୍ର ପରେ ଅନୁଭବ ବର୍ଷାଙ୍କୁ ଆଉ ଟଙ୍କା ଦେବେ ନାହିଁ ।

Leave a Reply

Your email address will not be published. Required fields are marked *