ବରା ସିଙ୍ଗଡ଼ା ପ୍ରେମୀ ଥରେ ନିଶ୍ଚିତ ଜାଣି ନିଅନ୍ତୁ ଏହି ଭାଇରଲ ଭିଡ଼ିଓ ବିଷୟରେ । ଆଉ ଖାଇବେନି ବରା ସିଙ୍ଗଡ଼ା ।

ରାସ୍ତା କଡ଼ରେ କିମ୍ବା ବସ ଷ୍ଟାଣ୍ଡରେ କିମ୍ବା ଛକରେ ବରା ସିଙ୍ଗଡ଼ା ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି । ଏହା ଜାଣିବା ସତ୍ତ୍ୱେବି ଯେ ସେହି ସବୁ ତେଲ ଛଣା ଜିନିଷ କିଭଳି ତିଆରି ହେଉଛି । ତାହାର ପ୍ରମାଣ ମଧ୍ୟ ଆପଣ ଅନେକ ଭାଇରଲ ହୋଇଥିବା ଭିଡ଼ିଓରୁ ଦେଖିଥିବେ । ଯାହା ଦେଖିବା ପରେ ବି ଲୋକେ ବରା ଏବଂ ସିଙ୍ଗଡ଼ା ଦୋକାନର ରାସ୍ତା ଭୁଲି ନାହାଁନ୍ତି । ବରଂ ଆହୁରି ଅଧିକ ଖାଉଛନ୍ତି । ଆଜି ଆମେ ଆପଣଙ୍କୁ ଆଉ ଏକ ଭାଇରଲ ଭିଡ଼ିଓ ବିଷୟରେ କହିବୁ ଯାହାକୁ ଦେଖିଲେ ହୁଏତ ଆପଣ ଆଉ ଦୋକାନରୁ ବରା ସିଙ୍ଗଡ଼ା ଖାଇବେନି । ଆଉ ଭିଡ଼ିଓ ଦେଖିବା ପରେ ହୁଏତ ଆଉ ତେଲ ଛଣା ଜିନିଷ ଖାଇବା ଠାରୁ ଆପଣଙ୍କ ଇଚ୍ଛା ଉଠିଯିବ ।

ଆଜ୍ଞା ହଁ ! ଏକ ଭାଇରଲ ଭିଡ଼ିଓ ଅନୁଯାୟୀ ଜଣେ ବରା ସିଙ୍ଗଡ଼ା ଦୋକାନୀକୁ ରାସ୍ତା ପାର୍ଶ୍ଵରେ ଥିବା ନାଳରେ ଜମା ହୋଇଥିବା ପାଣିରେ ବାସନ କୁସନ ସଫା କରୁଥିବାର ଦେଖିବାକୁ ମିଳିଛି । ରାସ୍ତା ପାଖରେ ପଡ଼ିଥିବା ପଚା ପାଣିରେ ବାସନ କୁସନକୁ ଧୁଆ ଯାଉଛି । ସେହି ବାସନ କୁସନରେ ତିଆରି ହେଉଥିବା ବରା ପକୁଡ଼ି ସିଙ୍ଗଡ଼ାକୁ ଲୋକେ ବେଶ ଆରାମରେ ଖାଉଛନ୍ତି ।3

କିନ୍ତୁ ଏହି ଭାଇରଲ ଭିଡ଼ିଓ ପରେ ହୁଏତ ବ୍ୟକ୍ତିଙ୍କର ବେପାର ମାନ୍ଦା ହେବାପରେ ହୁଏତ ସେ ଏଭଳି କାର୍ଯ୍ୟରୁ ନିବୃତ ହେବେ । ସେହି ପଚା ସଢ଼ା ଜଳରେ କେତେ ଜୀବାଣୁ ଥିବେ । ଆଉ ସେଥିରେ ତିଆରି ହେଉଥିବା ଖାଦ୍ୟ ଖାଇଲେ ଲୋକଙ୍କୁ ନାନା ପ୍ରକାରର ଗମ୍ଭୀର ରୋଗ ମଧ୍ୟ ହୋଇପାରେ ।

ହୋଟେଲରୁ ବାହାରି ଆସୁଥିବା ସେହି ଆବର୍ଜନା ପାଣିରେ ପୁଣି ସେହି ବାସନ କୁସନକୁ ଧୁଆଯାଉଛି । ଏହି ପାଣି ଗୋଡ଼ାରେ ଲାଗିଲେବି ଅସନା ଲାଗିବ । କିଏ ବା ଜାଣେ ? ଏହି ପାଣିକୁ କୌଣସି ରୋଷେଇରେ ଆଉ ବ୍ୟବହାର ହେଉ ନଥିବ ତ ? ତାହାକୁ ନେଇ ସନ୍ଦେହ ହେଉଛି । ସୂଚନା ଅନୁଯାୟୀ ଏଭଳି ଘଟଣା ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଥାନାଛକ ବସଷ୍ଟାଣ୍ଡ ନିକଟରେ ଦେଖିବାକୁ ମିଳିଛି ।

ଏହି ଭାଇରଲ ଭିଡ଼ିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । କାରଣ ଏହି ନାଳ ନର୍ଦମା ପାଣିରେ ବାସନ ଧୋଇବା ପରେ ଲୋକେ ତାହାକୁ କେମିତି ଖାଉଛନ୍ତି । ତେବେ ଏଠାରେ କହିରଖିବୁ ଯେ ଲୋକେ ଯଦି ଟଙ୍କା ଖର୍ଚ୍ଚ କରି ଖାଉଛନ୍ତି ତେବେ ତାଙ୍କୁ ପରିଷ୍କାର ଏବଂ ସଠିକ ଖାଦ୍ୟ ଦରକାର ।

Leave a Reply

Your email address will not be published. Required fields are marked *