ପ୍ରେମିକ ବଦଳାଉଥିବା ଝିଅକୁ ବିଦୁସ୍ମିତାଙ୍କ ଶକ୍ତ ଚାପୁଡ଼ା । କଲେ ଏଭଳି କାମ , ଯାହା ଶୁଣିଲେ ଆପଣବି ଗର୍ବ କରିବେ ।

ବାସ୍ତବରେ ଆଜିକା ସମୟରେ କଣ ବାସ୍ତବ ପ୍ରେମ ଆଉ ଅଛି ? ପ୍ରଶ୍ନର ଉତ୍ତର ଆପଣଙ୍କ ପାଖରେ ହୁଏତ ନଥିବ । କିନ୍ତୁ ବିଦୁସ୍ମିତା ପ୍ରମାଣ କରି ଦେଖାଇଛନ୍ତି ଯେ ଟଙ୍କା ପଇସା ସୌନ୍ଦର୍ଯ୍ୟ ଏସବୁ ପ୍ରେମ ଆଗରେ ହାର ମାନିଛି । ବିଦୁସ୍ମିତାଙ୍କ ପାଇଁ ମନରୁ ସମ୍ମାନ ଅଟେ । ଦୁନିଆରେ ଏମିତି ଝିଅ ଖୁବ କମ ଅଛନ୍ତି ଯେଉଁମାନେ ନିଜ ଜୀବନ କେମିତି ଭଲ ରହିବ ଅର୍ଥାତ ନିଜ ସ୍ୱାର୍ଥ ଦେଖନ୍ତି ନାହିଁ ବରଂ ଅନ୍ୟ ମାନେ କେମିତି ଭଲରେ ରହିବେ ସେହି ବିଷୟରେ ଭାବନ୍ତି । ଯେଉଁ ଝିଅ ମାନେ ବାଇକ , ଟଙ୍କା , ଘର ଦେଖି କିଛି ଝିଅ ନିଜ ପ୍ରେମିକକୁ ଛାଡ଼ି ଦିଅନ୍ତି , ସେଭଳି ଝିଅଙ୍କୁ ବିଦୁସ୍ମିତା ଶକ୍ତ ଚାପୁଡ଼ା ମାରିଛନ୍ତି ।

ପ୍ରେମିକ ବସନ୍ତଙ୍କର ଯେତେବେଳେ ଦୁର୍ଘଟଣା ହେଲା ସେତେବେଳେ ଅନେକ ଚିକିତ୍ସା ପରେବି ତାଙ୍କର ଗୋଡ଼ ଠିକ ହୋଇପାରି ନଥିଲା । ଆଉ ସେତେବେଳେ ପ୍ରେମିକ ବସନ୍ତ ମଧ୍ୟ ବିଦୁସ୍ମିତାଙ୍କୁ ଅନ୍ୟତ୍ର ବିବାହ କରିବାକୁ କହିଥିଲେ । କିନ୍ତୁ ବିଦୁସ୍ମିତା ରାଜି ହୋଇ ନଥିଲେ ଏବଂ ନିଜ ପ୍ରେମିକ ବସନ୍ତଙ୍କୁ ହିଁ ବିବାହ କରିବାକୁ ଜିଦ ଧରିଥିଲେ । କାରଣ ସେ ଟଙ୍କା ପଇସାକୁ ନୁହେଁ ବରଂ ବସନ୍ତଙ୍କୁ ପ୍ରେମ କରିଥିଲେ ।

ପ୍ରେମିକର ଏଭଳି ଅବସ୍ଥାରେ ସେ କିପରି ତାଙ୍କୁ ଛାଡ଼ି ପାରିବେ । ଆଉ ତାଙ୍କର ଏହି ନିଷ୍ପତ୍ତି ଲୋଭୀ ପ୍ରେମିକା ମାନଙ୍କୁ ଏକ ଶକ୍ତ ଝଟକା ହୋଇଛି । ତେବେ କହିରଖିବୁ ଯେ ୨୦୧୬ ରୁ ଆରମ୍ଭ ହୋଇଥିବା ଏହି ପ୍ରେମ କାହାଣୀ ବର୍ତ୍ତମାନ ଏଭଳି ସମୟରେ ପହଞ୍ଚିଛି ।ଯାହାକୁ ସଫଳ ପ୍ରେମ ବୋଲି ମଧ୍ୟ କୁହାଯାଇପାରେ । ପୂର୍ବ ବର୍ଷର ଦୁହିଁଙ୍କର ଫୋଟ ଦେଖିଲେ ଆପଣ ମାନେ ଜାଣି ପାରିବେ ଯେ ଦୁହେଁ କେତେ ଖୁସିରେ ଥିଲେ । ଆଉ ସେହି ଦୁର୍ଘଟଣା ପରେ ଯେମିତି ସବୁକିଛି ବଦଳି ଗଲା ।

ତିନି ବର୍ଷ ଚିକିତ୍ସା କରିବା ପରେବି ବସନ୍ତ ଠିକ ହୋଇ ନଥିଲେ । କିନ୍ତୁ ଭଲ କଥା ଏହା ଯେ ସବୁକିଛି ହୁଏତ ବଦଳି ଗଲା କିନ୍ତୁ ପ୍ରେମ ବଦଳିଲା ନାହିଁ । ବିଦୁସ୍ମିତା ବସନ୍ତଙ୍କୁ ବିବାହ କରିବାକୁ ସେମିତି ଜିଦ ଧରି ବସିଲେ । ନିଜ ବାପାଙ୍କୁ ମଧ୍ୟ ସେ ବୁଝାଇଲେ । ୨୦୨୧ ରେ ଭଦ୍ରକ ଯାଉଥିବା ସମୟରେ ବସନ୍ତଙ୍କର ଦୁର୍ଘଟଣାରେ ଗୋଡ଼ ଚାଲିଗଲା । କିନ୍ତୁ ତଥାପି ପ୍ରେମିକା ବିଦୁସ୍ମିତା ତାଙ୍କ ହାତ ଛାଡ଼ି ନଥିଲେ ଏବଂ ବର୍ତ୍ତମାନ ୨୦୨୪ ରେ ସେହି ଦୁହିଁଙ୍କ ପ୍ରେମ ସଫଳ ହୋଇଛି ।

Leave a Reply

Your email address will not be published. Required fields are marked *