ବାଟ ବରଣୀ ସମୟରେ ତିନି ଲୋକଙ୍କ ଜୀବନ ନେଇଗଲା ସ୍କୋର୍ପିଓ…

ଆଜିକାଲିକା ସମୟରେ ସଡ଼କ ଦୁର୍ଘ-ଟଣା ସମ୍ବନ୍ଧୀୟ ଖବର ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । କେଉଁଠି ରାସ୍ତାରେ ଚାଲୁଥିବା ପୋଥିକର ସାମାନ୍ୟ ଭୁଲ ଜୀବନ ନେଇଯାଏ, ତ କେଉଁଠି ମଦ୍ୟ ପାନ କରି ଗାଡ଼ି ଚାଳକ ଚକ ତଳେ ଏକାଧିକ ଜୀବନ ନେଇଯାଏ । ଠିକ ଏହିଭଳି ଅନେକ ଘଟଣା ଘଟୁଛି , ଯେଉଁଠି ମଦ୍ୟ ପାନ କରି ଗାଡ଼ି ଚାଳକ ଅନେକ ଲୋକଙ୍କ ଉପରେ ଗାଡ଼ି ଚଳାଇ ଦେଉଛି । ବର୍ତ୍ତମାନ ସମୟରେ ମଧ୍ୟ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି , ଯେଉଁଥିରେ ତିନି ଜୀବନ ଯାଇଛି । ଘଟଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ସମ୍ପୂର୍ଣ୍ଣ ନିଶ୍ଚୟ ପଢ଼ନ୍ତୁ ।

ତେବେ ଘଟଣା ଅନୁଯାୟୀ ବାଟ ବରଣୀ ସମୟରେ ଏକ ଅବିଶ୍ୱସନୀୟ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ବାଟ ବରଣୀ ସମୟରେ ଏକାଧିକ କନିଆ ଯାତ୍ରୀଙ୍କ ଉପରକୁ ଜଣେ ମଦ୍ୟ ପାନ କରିଥିବା ଡ୍ରାଇଭର ବେପରୁଆ ଭାବରେ ସ୍କୋର୍ପିଓ ଚାଳନା କରିଛି । ଯେଉଁ କାରଣରୁ ଘଟଣା ସ୍ଥଳରେ ହିଁ ତିନୋଟି ଜୀବନ ଅକାଳରେ ଚାଲି ଯାଇଛି । ତେବେ ଏଭଳି ଘଟଣା ଘଟିଛି ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ଛକ ନିକଟରେ । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବାବେଳେ ଜଣେ ନାବାଳିକା ରହିଛନ୍ତି । ସେମାନେ ଲାଞ୍ଜିବୋଲି କେଶବନଗରର ସ୍ୱପ୍ନା ରେଡ୍ଡୀ , ସଞ୍ଜୁ ରେଡ୍ଡୀ ଏବଂ ଭାରତୀ ରେଡ୍ଡୀ ।

ମାଣ୍ଡିଆପଲ୍ଲୀର କନିଆ ପକ୍ଷ ଲୋକ ବାଟବରଣୀ କରିବା ପାଇଁ ହସଖୁସିରେ ଝିଅଘର ପକ୍ଷ ବାହାରେ ଅପେକ୍ଷା କରି ରହିଥିଲେ । ବର ପକ୍ଷ ଆସିଥିବାରୁ ସେମାନଙ୍କୁ ବରଣୀ କରି ନେଇ ଯାଇ ଥାନ୍ତେ । କିନ୍ତୁ ସବୁକିଛି ଅଧାରେ ରହିଗଲା । କନିଆ ପକ୍ଷର ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଲୋକ ଅପେକ୍ଷାରେ ରହିଥିଲେ । କିନ୍ତୁ ବାଟ ବରଣୀ କରିବାକୁ ଆସିଥିବା ଝିଅ ପକ୍ଷ ସ୍ମଶାନକୁ ଚାଲିଗଲେ । ହାସଖୁସି ସଙ୍ଗେ ସଙ୍ଗେ କାନ୍ଦ ବୋବାଳିରେ ପରିବର୍ତ୍ତନ ହୋଇଗଲା । କାରଣ ଏକ ସ୍କୋର୍ପିଓ ରାସ୍ତାରେ ଛିଡ଼ା ହୋଇଥିବା ଝିଅ ପକ୍ଷଙ୍କୁ ପିଟି ଦେଇ ଚାଲି ଯାଇଥିଲା । ଯେଉଁଥିରେ ତିନି ଜଣଙ୍କ ଜୀବନ ଯାଇଥିବା ବେଳେ ପ୍ରାୟ ୨୦ରୁ ଅଧିକ ଅଧିକ ଲୋକ ଆହତ ହୋଇଛନ୍ତି ।

ତେବେ ସେଥିମଧ୍ୟରେ ଦୁଇଜଣ ମହିଳାଙ୍କ ସମେତ ଜଣେ ୧୨ ବର୍ଷର ନାବାଳିକା ମଧ୍ୟ ଥିଲେ । ତେବେ ବର୍ତ୍ତମାନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପଠାଇବା ସହିତ ମଦ୍ୟ ପାନ କରିଥିବା ଡ୍ରାଇଭରକୁ ଗିରଫ କରିଛି । ତେବେ ଏଭଳି ଏକ ଘଟଣା ହଠାତ ଘଟିବା ପରେ କେହିବି ବିଶ୍ୱାସ କରିପାରି ନାହାଁନ୍ତି ଏବଂ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି । କାରଣ କେହିବି ଭାବି ନଥିଲେ ଯେ ବିବାହ ଭଳି ଖୁସିର ବାତାବରଣରେ ଏଭଳି ଏକ ସମସ୍ୟା ସମସ୍ତଙ୍କୁ ଦୁଃଖିତ କରିଛି ।

Leave a Reply

Your email address will not be published. Required fields are marked *