ଆଜିକା ସମୟରେ ସମ୍ପର୍କର ମୂଲ୍ୟ କିଛି ନାହିଁ । ସ୍ୱାମୀ ସ୍ତ୍ରୀ ସମ୍ପର୍କ ଯଦିବି ମୁଲ୍ୟହୀନ ତଥାପି ମା ଏବଂ ସନ୍ତାନ ସମ୍ପର୍କ ମଧ୍ୟ ମୁଲ୍ୟହୀନ ହୋଇ ଯାଇଛି । ଯେଉଁ କାରଣରୁ ବର୍ତ୍ତମାନ ସମୟରେ ଜଣେ ମହିଳା ନିଜର ସ୍ୱାମୀ ଏବଂ ସାତ ବର୍ଷର ପୁଅକୁ ଛାଡ଼ି ରାତି ଅଧରେ ଘରୁ ସଜେଇ ହୋଇ ଫେରାର ହୋଇ ଯାଇଛି । ସୂଚନା ଅନୁଯାୟୀ ଏଭଳି ଘଟଣା ପୁରୀ ଜିଲ୍ଲା ନିମାପଡ଼ା ବାହାରଣା ଗାଁରେ ।
ବାହାରଣା ଗାଁର ଚନ୍ଦ୍ରକାନ୍ତ ରାଉତ ଗୋପ ଥାନା ପିଣ୍ଡଳ ଗାଁର ଡ଼ଲି ବିଶ୍ୱାଳଙ୍କୁ ୧୦ ବର୍ଷ ପୂର୍ବେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ବିବାହ ପରେ ମହିଳାଙ୍କର ଦୁଇଟି ସନ୍ତାନ ନଷ୍ଟ ହୋଇ ଯାଇଥିଲା । ଆଉ ଏହାରି ଭିତରେ କେତେ ମାନସିକ କରି ତାଙ୍କର ଜଣେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।
ଯାହାକୁ ବର୍ତ୍ତମାନ ସାତ ବର୍ଷ ହେବ । ତେବେ ମହିଳା ଜଣକ ଗତ ୨୮ ତାରିଖ ଦିନ ଅଧ ରାତିରେ ପାଦରେ ଅଳତା ଏବଂ ମଥାରେ ସିନ୍ଦୁର ଏବଂ ହାତରେ ନେଲପୋଲିସ ଲଗାଇ ନୂଆ ଶାଢ଼ୀ ପିନ୍ଧି ସଜେଇ ହୋଇ ସ୍ୱାମୀ ଶୋଇଯିବା ପରେ କୁଆଡ଼େ ଘରୁ ଫେରାର ହୋଇ ଯାଇଛି । ନିଦରୁ ଉଠି ମହିଳାଙ୍କ ସ୍ୱାମୀ ନିଜ ସ୍ତ୍ରୀକୁ ପାଇ ନଥିଲେ । ଆଉ କିଛି ସମୟ ପୂର୍ବରୁ ସ୍ତ୍ରୀ ସଜେଇ ହେଉଥିଲା ।
ଆଉ ଆଖି ଲାଗିଯିବା ପରେ ସେ ଆଉ ନିଜ ସ୍ତ୍ରୀକୁ ପାଇ ନଥିଲା କାରଣ ସ୍ତ୍ରୀ ଫେରାର ହୋଇ ଯାଇଥିଲା । ଏନେଇ ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ବନ୍ଧୁ ବାନ୍ଧବ ସାଙ୍ଗସାଥୀ ସମସ୍ତଙ୍କ ଘରେ ଖୋଜି ଆସିଲେଣି ।
କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିପାରୁ ନାହିଁ । ତାପରେ ବ୍ୟକ୍ତି ଜଣକ ଏବାବଦରେ ଚାରିଛକ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମିଶିଙ୍ଗ କେସ୍ କରି ଘଟଣାର ତଦନ୍ତ ଜାରି ରଖିଛି । ଏପଟେ ଘରେ ବୃଦ୍ଧ ଶାଶୁ ଶ୍ୱଶୁର ଯେଉଁମାନଙ୍କର ବୟସ ହୋଇ ଗଲାଣି ଏବଂ ଶାଶୁଙ୍କର ଆଖିକୁ ଠିକଭାବରେ ଦେଖା ଯାଉ ନଥିଲେ ମଧ୍ୟ ସେ ଅଣ୍ଡାଳି ଅଣ୍ଡାଳି ରୋଷେଇ କରୁଛନ୍ତି ।
ମହିଳା ଜଣଙ୍କ ଯିବା ସମୟରେ ନିଜ ସାଥିରେ ସୁନା ଗହଣା ଟଙ୍କା ପଇସା ସବୁ ନେଇ ଯାଇଛନ୍ତି । ତେବେ ଏହି ଘଟଣା ବର୍ତ୍ତମାନ ସେଠାକାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇ ଯାଇଛି । ଅଟୋ ଚାଳକ ସ୍ୱାମୀ ଏବଂ ସାତ ବର୍ଷ ପୁଅ ସମେତ ପୁରା ପରିବାର ମହିଳାଙ୍କ ସନ୍ଧାନରେ ରହିଛନ୍ତି ।