ଓଡ଼ିଶା ଆସି ମୋଦୀ ସରକାର ଦେଲେ ଏସବୁ ଗ୍ୟାରେଣ୍ଟି । ଶୁଣିଲେ ଆପଣ ଖୁସି ହୋଇଯିବେ ।

ଆଗକୁ ନିର୍ବାଚନ ଆସିଲାଣି । ଏଥିପାଇଁ ବର୍ତ୍ତମାନ ମାହୋଲ ମଧ୍ୟ ଗରମ ରହିଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ ଜିଲ୍ଲାକୁ ଗସ୍ତ ସହିତ ଦେଶରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟକୁ ଗସ୍ତ କରୁଛନ୍ତି । ଆଉ ଏହାରି ମଧ୍ୟରେ କେତେ କେତେ ଯୋଜନା ଲଞ୍ଚ ହେଉଥିବା ଏବଂ ଭବିଷ୍ୟତରେ କେତେ କେତେ ଯୋଜନା ଲଞ୍ଚ ହେବାକୁ ଯାଉଥିବାର ଶୁଣିବାକୁ ମଧ୍ୟ ମିଳୁଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି5ଓଡ଼ିଶା ଗସ୍ତ କରିଥିଲେ ।

ଯେଉଁଠି ଲୋକେ ତାଙ୍କୁ ଖୁବ ଆଗ୍ରହର ସହିତ ସମ୍ବର୍ଦ୍ଧନା ମଧ୍ୟ କରିଥିଲେ । ସାରା ଓଡ଼ିଶାବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଗ୍ୟାରେଣ୍ଟି ଦେଇଥିବା ଦେଖିବାକୁ ମିଳିଛି । ଯେଉଁ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

କହିରଖିବୁ ଯେ ପୂର୍ବରୁ କେନ୍ଦ୍ର ସରକାରଙ୍କ ତରଫରୁ ଗରୀବ ଏବଂ ଦାରିଦ୍ର୍ୟତାରେ ପୀଡ଼ିତ ଲୋକଙ୍କ ପାଇଁ ଆଶ୍ୱାସନା ଭାବରେ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ତାହାଦ୍ୱାରା ଅନେକ ଲୋକ ଉପକୃତ ମଧ୍ୟ ହୋଇ ଆସୁଛନ୍ତି । ଏଥିପାଇଁ ଲୋକେ କେନ୍ଦ୍ର ସରକାରଙ୍କୁ ଖୁବ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ବର୍ତ୍ତମାନ ପୁଣି କେନ୍ଦ୍ର ସରକାର ନିଜର ଗ୍ୟାରେଣ୍ଟି ଦେଇଛନ୍ତି ସାରା ଓଡ଼ିଶାବାସୀଙ୍କୁ ।

କେନ୍ଦ୍ର ସରକାରଙ୍କର ସମସ୍ତ ଯୋଜନାର ଲାଭ ଓଡ଼ିଶା ବାସୀଙ୍କୁ ମିଳୁଛି । ଏହାରି ଭିତରେ କେନ୍ଦ୍ର ସରକାର କହିଛନ୍ତି ଯେ ଯେଉଁ ଲୋକର ଅଭାବ ରହିଛି ଏବଂ ସେମାନେ ଖାଇବାକୁ ପାଉ ନାହାଁନ୍ତି ସେମାନଙ୍କର ମୋଦୀ ଗ୍ୟାରେଣ୍ଟି ରହିଛି । ଯାହାଦ୍ୱାରା ଆହୁରି ଅନେକ ଲୋକ ଆଗକୁ ଉପକୃତ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ତେବେ ମୋଦୀଙ୍କ ଗ୍ୟାରେଣ୍ଟିରେ ବର୍ତ୍ତମାନ ଆଉ ଏକ ଗ୍ୟାରେଣ୍ଟି ଯୁକ୍ତ ହୋଇଛି ତାହା ହେଉଛି ସୂର୍ଯ୍ୟ ଘର ଯୋଜନା । ଯେଉଁ ଯୋଜନା ଅନୁଯାୟୀ ଏଥର ଲୋକଙ୍କୁ ମାଗଣା ବିଜୁଳି ମଧ୍ୟ ମିଳି ପାରିବ । ତେବେ କହିରଖିବୁ ଯେ ଏହି ଯୋଜନା ଅନୁଯାୟୀ ଲୋକଙ୍କୁ ୩୦୦ ୟୁନିଟ ମାଗଣା ବିଦ୍ୟୁତ ମିଳି ପାରିବ ଏବଂ ତାସହିତ ଲୋକେ ବିଦ୍ୟୁତ ବିକ୍ରି କରି ଟଙ୍କା ମଧ୍ୟ ରୋଜଗାର କରି ପାରିବେ ।

ସୂର୍ଯ୍ୟ ଘର ଯୋଜନାରେ ଲୋକେ ଘରର ଛାତ ଉପରେ ସୋଲାର ଲଗାଇବାକୁ ସବ୍ସିଡି ଏବଂ କିଛି ପାଣ୍ଠି ପାଇ ପାରିବେ । ଯାହାଦ୍ୱାରା ଭବିଷ୍ୟତରେ ବିଦ୍ୟୁତ ବାବଦକୁ ଅଧିକ ଖର୍ଚ୍ଚ ସମସ୍ୟା ଦୂର କରିହେବ । ତେବେ ଏହାଦ୍ବାରା ଅନେକ ଲୋକ ଉପକୃତ ହୋଇ ପାରିବେ ବୋଲି ଆଶା କରାଯାଇଛି ଏବଂ ଏଥିପାଇଁ କେନ୍ଦ୍ର ତରଫରୁ ବଡ଼ ପାଣ୍ଠି ଅନୁମୋଦନ ମଧ୍ୟ କରାଯାଇଛି । ଯେଉଁ ବିଷୟରେ ମୋଦୀ ଓଡ଼ିଶାରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *