ଦୁର୍ଘ-ଟଣାଗ୍ରସ୍ତ ହେଲା ସେନା ବିମାନ । ଚାଲିଗଲା ୭୪ ଜଣଙ୍କ ଜୀବନ …….

ବର୍ତ୍ତମାନ ସମୟରେ ଏକ ଯୁ-ଦ୍ଧ ବିମାନ ଦୁର୍ଘ-ଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ତେବେ ସେହି ଦୁର୍ଘ-ଟଣାରେ ୭୪ ଜଣଙ୍କ ମୃ-ତ୍ୟୁ ହୋଇଥିବା ସୂଚନା ମିଳିଛି । ବିମାନଟି ତଳକୁ ଖସି ପଡ଼ିବା ପରେ ଭ-ୟଙ୍କର ଶବ୍ଦ ହୋଇଥିଲା । ଯେଉଁ କାରଣରୁ ତା ଭିତରେ ଥିବା ସମସ୍ତଙ୍କର ଜୀବନ ଚାଲି ଯାଇଛି ।

ବିମାନଟି ଦୁର୍ଘ-ଟଣା ଗ୍ରସ୍ତ ହେବା ପରେ ସେଥିରେ ୬୫ ଜଣଙ୍କ ଜୀବନ ଚାଲି ଯାଇଛି । ୬୫ ଜଣ ଯବାନ , ୩ ଜଣ ଏସ୍କୋଟ ଏବଂ ବିମାନର ୬ ଜଣ କ୍ରୁ ମେମ୍ବରଙ୍କୁ ମିଶାଇ ମୋଟ ୭୪ ଜଣଙ୍କ ମୃ-ତ୍ୟୁ ହୋଇଥିବା ସୂଚନା ମିଳିଛି । ଘ-ଟଣା ଅନୁଯାୟୀ ଋଷର ଏକ ସେନା ବିମାନ ୟୁକ୍ରେନ ସୀମା ନିକଟରେ କ୍ରାଶ ହୋଇ ଯାଇଛି ।

ଋଷ ପ୍ରତିର-କ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଘଟଣାରେ ୭୪ ଜଣଙ୍କ ମୃ-ତ୍ୟୁ ହୋଇଥିବା ସୂଚନା ମିଳିଛି । ଋଷର ସେନା ପରିବହନ ବିଭାଗ ଆଇଏଲ76 ୟୁକ୍ରେନ ସୀମା ନିକଟସ୍ଥ ପଶ୍ଚିମ ବ୍ଲେଗର୍ଦ ଅଞ୍ଚଳରେ ଦୁର୍ଘ-ଟଣା ଗ୍ରସ୍ତ ହୋଇଛି । ଏହି ବିମାନରେ ସେହିମାନେ ଥିଲେ , ଯେଉଁ ମାନଙ୍କୁ ଯୁ-ଦ୍ଧ ବନ୍ଦୀ ଭାବରେ ଅପ-ହରଣ କରାଯାଇଥିଲା ।

ଋଷର ଖବର ସରବରାହ ସଂସ୍ଥା ଏନେଇ ସୂଚନା ମିଳିଛି । ଋଷ ୟୁକ୍ରେନ ଯୁ-ଦ୍ଧରେ ବନ୍ଦୀ ହୋଇଥିବା ୬୫ ଜଣ ସୈନିକ , ୬ ଜଣ ପରିଚାଳନା ସଦସ୍ୟ ଏବଂ ତିନି ଜଣ ଏସ୍କୋଟଙ୍କୁ ନେଇ ବିମାନଟି ଯାଉଥିଲା । ଯୁ-ଦ୍ଧର ସର୍ତ୍ତ ମୁତାବକ କ-ଏଦ ହୋଇଥିବା ସୈନିକ ମାନଙ୍କୁ ଅଦଳ ବଦଳ ପାଇଁ ନିଆଯାଉଥିବା ବେଳେ ପୋରଚାଂସି ଜିଲ୍ଲା ବେଲଗର୍ଦ ସହର ନିକଟରେ ବିମାନଟି ଦୁର୍ଘ-ଟଣାଗ୍ରସ୍ତ ହୋଇଛି ।

ଏହି ଦୁର୍ଘ-ଟଣାରେ ସମସ୍ତଙ୍କ ମୃ-ତ୍ୟୁ ହୋଇଥିବା ସ୍ଥାନୀୟ ଗଭରନର ଫେଚେସ ଲାବ ଗ୍ଲାସ ସୂଚନା ଦେଇଛନ୍ତି । କ୍ରାଶ ହୋଇଥିବା ଆଇଏଲ76 ଋଷର ମିଲିଟାରୀ ଟ୍ରାନ୍ସପୋର୍ଟ ବିମାନ । ତାଙ୍କ କହିବା ଅନୁଯାୟୀ ସେନା ମାନଙ୍କୁ ନେବା ଆଣିବା କରିବା ସହିତ ଯୁ-ଦ୍ଧ ଅ-ସ୍ତ୍ର ବୋହିବା ପାଇଁ ଏହି ବିମାନକୁ ବ୍ୟବହାର କରାଯାଇଥାଏ । ଏଥିରେ ୯୦ ଯାତ୍ରୀ ଏବଂ ୫ ଜଣ କ୍ରୁ ମେମ୍ବର ଯିବାର ସୁବିଧା ରହିଛି ।

ତେବେ ଏହି ବିମାନ କାହିଁକି ଦୁର୍ଘ-ଟଣାଗ୍ରସ୍ତ ହେଲା ତାହାର କାରଣ ଏବେ ସୁଦ୍ଧା ଜଣା ପଡ଼ିନଥିବା ବେଳେ ପାଇଲଟ ନିୟନ୍ତ୍ରଣ ହରାଇଥିବାରୁ ଏହି ଦୁର୍ଘ-ଟଣା ଘଟିଥିବା କୁହାଯାଉଛି । ଋଷ ସୁର-କ୍ଷା ସେବା ସହିତ ଜଡ଼ିତ ବାଜା ନାମକ ଏକ ଚ୍ୟାନେଲ ଦ୍ୱାରା ବିମାନ ଦୁର୍ଘ-ଟଣାର ଭିଡ଼ିଓକୁ ଟେଲିଗ୍ରାମ ଦ୍ୱାରା ସେୟାର କରାଯାଇଛି ।

Leave a Reply

Your email address will not be published. Required fields are marked *