ପ୍ରେମିକା ଅନ୍ୟ ଟୋକାକୁ ଧରିଥିଲା , ଆଉ ପ୍ରେମିକ ଦେଖିଦେଲା ବୋଲି ଜୀବନ ନେଇଗଲା ପ୍ରେମିକା ।

ଆଜି ପ୍ରଥମାଷ୍ଟମୀରେ ଯେଉଁଠି ପରିବାର ଲୋକେ ଘର ବଡ଼ ପିଲାକୁ ପ୍ରଥମାଷ୍ଟମୀ କରି ପୂଜା କରିଥାନ୍ତି , ସେଠାରେ ଗୋଟିଏ ପରିବାରର ଆଜି ଦୁଃ-ଖର ଲହରୀ ଖେଳି ଯାଇଛି । କାରଣ ପରିବାର ଲୋକେ ଘରର ବଡ଼ ପୁଅକୁ ସବୁଦିନ ପାଇଁ ହରାଇଛନ୍ତି । ଏପଟେ ସାନ ଭାଇ ବଡ଼ ଭାଇର ମୃ-ତ୍ୟୁ ପାଇଁ ପ୍ରେମିକାକୁ ଦାୟୀ କରିଥିବା ବେଳେ ମାମୁଁ କା-ନ୍ଦି କା-ନ୍ଦି ଭଣଜାକୁ ପ୍ରଥମାଷ୍ଟିମୀ କରିବା ବଦଳରେ ଭଣଜାର ଶ-ବକୁ ନେବାକୁ ଆସିଛି ହସ୍ପିଟାଲ ।

ଏପଟେ ବଡ଼ ଭାଇର ଶ-ବ ହସ୍ପିଟାଲ ପରିସରରେ ପଡ଼ିଥିବା ବେଳେ ସାନ ଭାଇ ନିଜ ମନକୁ ବୁଝାଇ ଗଣମାଧ୍ୟମ ସାମ୍ନାରେ କହିଛି ଯେ ବଡ଼ ଭାଇ କୁଆଡ଼େ ୭ ବର୍ଷ ହେବ ଗୋଟିଏ ଝିଅକୁ ଭଲ ପାଉଥିଲା ଏବଂ ଭାଇ ବାହାରେ ରହି ଚାକିରି କରି ସେହି ଝିଅକୁ ଟଙ୍କା ପଠାଉଥିଲା ।

ଭାଇର ଟଙ୍କାରେ କୁଆଡ଼େ ସେହି ଝିଅ ପାଠ ପଢ଼ିଛି । ସୂଚନା ଅନୁଯାୟୀ ମୃ-ତ ଯୁବକ ଜଣକ ହେଉଛନ୍ତି ପପୁନ ସ୍ୱାଇଁ ଏବଂ ସେ ନିମା ପଡ଼ାର ବାସିନ୍ଦା । ପପୁନ ପିଏସଡି ମିସ୍ତ୍ରୀ ଭାବରେ କାମ କରନ୍ତି । ଆଉ ଗତକାଲି ଭୁବନେଶ୍ୱର ଶିଶୁପାଳଗଡ଼ ତାଙ୍କ ପ୍ରେମିକାର ଘର ଭିତରୁ ତାଙ୍କର ମୃ-ତ ଦେହ ଉ-ଦ୍ଧାର କରାଯାଇଛି ।

ତେବେ ସାନ ଭାଇ କହିଛନ୍ତି ଯେ ତାଙ୍କ ବଡ଼ ଭାଇଙ୍କୁ କୁଆଡ଼େ ସେଇ ଝିଅ ମାରିଛି । ଏପଟେ ମାମୁଁ ମଧ୍ୟ ସେହି ସମାନ କଥା କହିଛନ୍ତି ଯେ ଏହା ଏକ ପ୍ରିପ୍ଲାନଣ୍ଡ ମର୍ଡର ଅଟେ । ସେହି ଝିଅ ସହିତ ତାର ବାପା ଏବଂ ମା’ ମିଶି ତାଙ୍କ ଭଣଜାକୁ ହ-ତ୍ୟା କରିଛନ୍ତି । ତେବେ କହିରଖିବୁ ଯେ ପପୁନ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସମ୍ପ-ର୍କ ଆଜିର ନୁହେଁ କିମ୍ବା ପୁରୁଣା ନୁହେଁ ।

ଉଭୟେ ପରସ୍ପରକୁ ଭଲ ପାଉଥିଲେ ଏବଂ ଉଭୟଙ୍କ ଘରେ ମଧ୍ୟ ଏହି ବିଷୟରେ ସମସ୍ତେ ଜାଣିଥିଲେ । ଏମିତିକି ପପୁନ ମଧ୍ୟ ତାଙ୍କ ଘରକୁ ଯାଉଥିଲେ । ଆଉ ଗତକାଲି ପପୁନ ଯାଇ ଆଉ ଘରକୁ ଫେରି ନଥିଲେ । ଝିଅର ପରିବାର ଲୋକେ କଲ କରି କହିଥିଲେ ଯେ ପପୁନ କୁଆଡ଼େ ଚେ-ତାଶୂ-ନ୍ୟ ହୋଇ ପଡ଼ି ରହିଛନ୍ତି ।

ଆଉ ସାନ ଭାଇ ଏବଂ ମାମୁଁ ଯାଇ ଦେଖିଲା ବେଳକୁ ସବୁ ସରି ଯାଇଥିଲା । ଯାହାକୁ ନେଇ ସାନ ଭାଇ କହିଛନ୍ତି ଯେ ଝିଅର ଅନ୍ୟ ଟୋକା ସହିତ ଚ-କ୍କର ଥିବା କଥା ବଡ଼ ଭାଇକୁ ଜଣା ଥିବ । ଯେଉଁ କାରଣରୁ ତାକୁ ଘରକୁ ଡାକି ହ-ତ୍ୟା କରି ଦିଆଯାଇଛି । ତେବେ ବର୍ତ୍ତମାନ ପୋ-ଲିସ ଯୁବକଙ୍କ ମୃ-ତ୍ୟୁର କାରଣ ଖୋଜୁଛି ।

Leave a Reply

Your email address will not be published. Required fields are marked *