ଅନୁଭବଙ୍କୁ ବଡ଼ ଝଟକା, ଗିରଫ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି! ମିଳିବ ନାହିଁ ଅନୁଭବଙ୍କୁ ଜାମିନ।

ଜେଲ ଯିବେ ସାଂସଦ ଅନୁଭବ ମହାନ୍ତି। ସାଂସଦ ଅନୁଭବ ମହାନ୍ତିଙ୍କୁ ମିଳିବ ନାହିଁ ଜାମିନ। ଏନବିଡବ୍ଲୁ ୱାରେଣ୍ଟ ଜାରି କଲେ ଜେଏମଏଫସି କୋର୍ଟ। ଅନୁଭବ ମହାନ୍ତିଙ୍କୁ ଲାଗିଛି ବଡ଼ ଝଟକା। ଗିରଫ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି। ଆଉ ମିଳିବ ନାହିଁ ବେଲ। ଗିରଫ ହେବା ପରେ ଆଉ ଜେଲରୁ ବାହାରି ପାରିବେ ନାହିଁ। ହଁ ଆଜ୍ଞା ବର୍ଷାଙ୍କୁ ଘରୋଇ ହିଂସା ପରେ ଏନବିଡବ୍ଲୁ ୱାରେଣ୍ଟ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଜାରି କରାଯାଇଛି। କଟକ ଜେଏମଏଫସି ଏମ୍ପି ଏମେଲେ କୋର୍ଟ ଏନବିଡବ୍ଲୁ ଜାରି କରିଛନ୍ତି।

ବର୍ଷାଙ୍କ ଅଭିଯୋଗ ଆଧାରରେ ଏନବିଡବ୍ଲୁ ଜାରି କରାଯାଇଛି। ପୁରିଘାଟ ଥାନା ରୁଜୁ ମାମଲାରେ ଏନବିଡବ୍ଲୁ ଜାରି କରିଛନ୍ତି ଜେଏମଏଫସି କୋର୍ଟ। ପୂର୍ବରୁ ଚାର୍ଜ ଫେମ ଜାରି କରିବା ପାଇଁ କୁହାଯାଇଥିଲା। ଚାର୍ଜ ଫେମ ଦାଖଲ ହେବା ପରେ ଏମିତି ଶୁଣାଣି କରିଛନ୍ତି ଜେଏମଏଫସି କୋର୍ଟ।

ଖବର ମୁତାବିକ ଅନୁଭବ ମହାନ୍ତିଙ୍କର ଅଡ଼ୁଆ ବଢି ବଢି ଚାଲିଛି। ଯଦି ଦେଖିବା ହାଇକୋର୍ଟ କହିଥିଲେ କି ଅନୁଭବଙ୍କୁ ଛାଡପତ୍ର ମିଳିପାରିବ ବୋଲି ତ ସେହି ସମୟରେ ସେ ବହୁତ ଖୁସି ହୋଇଯାଇଥିଲେ। ହେଲେ ଏବେ ତାଙ୍କୁ ଏବେ ମିଳିଛି ଏନବିଡବ୍ଲୁ ୱାରେଣ୍ଟ ଯେଉଁଥିରେ ସେ ଗିରଫ ହେଲେ ଜାମିନ ମିଳିପାରିବ ନାହିଁ। ଆଉ ଏମିତି କିଛି ସେତିକି ବେଳେ ହୋଇଥିଲା ଯେତେବେଳେ ବର୍ଷା ପୁରିଘାଟ ଥାନାରେ ଘରୋଇ ହିଂସା ନେଇ ଅଭିଯୋଗ କରିଥିଲେ। ଯାହା ପରେ ପୋଲିସ ଚାର୍ଜସିଟ ଦାଖଲ କରିଥିଲା। ଯେଉଁଥିରେ ବର୍ଷାଙ୍କ ଉପରେ ହୋଇଥିବା ଘରୋଇ ହିଂସାର ଠୋସ ପ୍ରମାଣ ଦେଇଥିଲା ପୋଲିସ।

ସେହି ଚାର୍ଜସିଟ ଆଧାରରେ ଏବେ ଗିରଫ ହୋଇପାରନ୍ତି ଅନୁଭବ ମହାନ୍ତି। ଗିରଫ ହେବା ପରେ ଆଉ ମିଳିବ ନାହିଁ ଜାମିନ। ସେପଟେ ଯଦି ଦେଖିବା ବିଜେଡିରୁ ବାହାରି ବିଜେପିରେ ସାମିଲ ହୋଇଛନ୍ତି ଅନୁଭବ ମହାନ୍ତି। ବିଜେପିର ଷ୍ଟାର କ୍ୟାପଟେନ ତାଲିକାରେ ମଧ୍ୟ ରହିଥିଲେ ଅନୁଭବ। ତେବେ ଦଳ ମଧ୍ୟ ଏହି କାରଣ ଯୋଗୁ ତାଙ୍କୁ କଟକ ବାରବାଟିରୁ ଟିକେଟ ଦେଇନଥାଏ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *