ବିଜେପିକୁ ଯିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ଅନୁଭବ ମହାନ୍ତି ।

ଦେଶରେ ରାଜନୀତି ସରଗରମ ଆଉ ତାସହିତ ରାଜ୍ୟରେ ମଧ୍ୟ ବିଜେଡ଼ିର ନିର୍ବାଚନ ଆୟୋଜନର ଦୃଶ୍ୟ ସବୁଠି ଦେଖିବାକୁ ମିଳୁଛି । କହିରଖିବୁ ଯେ ଅଭିନେତା ଅନୁଭବ ମହାନ୍ତି କୁଆଡ଼େ ୨ ଦିନ ତଳେ ବିଜେଡ଼ି ଛାଡ଼ି ବିଜେପିରେ ମିଶିଛନ୍ତି । ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କିନ୍ତୁ ଦିଲ୍ଲୀ ଯାଇ ଏମିତି କିଛି କହିଲେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କହିରଖିବୁ ଯେ ଅନୁଭବ ମହାନ୍ତି ବିଜେଡ଼ିରୁ ବିଜେପିକୁ ଯାଇଛନ୍ତି । ତେବେ କଥା ଏହା ଯେ ଗତ କିଛିଦିନ ତଳେ ଅନୁଭବ ମହାନ୍ତି ବିଜେଡ଼ି ଛାଡ଼ି ଥିଲେ । ଯାହାକୁ ନେଇ କିଛି ଲୋକ ଭାବୁଥିଲେ ଯେ ବୋଧହୁଏ ଅନୁଭବ ଏଥର ରାଜନୀତିରେ ନରହି ଚଳଚ୍ଚିତ୍ର ଜଗତରେ ଅଧିକ ଆକ୍ଟିଭ ରହିବେ ।

ଆଉ କିଛି ଲୋକ ଏହା ଅନୁମାନ କରିଥିଲେ ଯେ ସେ ବିଜେପିରେ ମିଶିବେ ବୋଲି । କିନ୍ତୁ କାଲି ଦିଲ୍ଲୀ ଯାଇ ବିଜେପିରେ ମିଶିଗଲେ । ଆଗରୁ ଅନୁଭବ ବିଜେପି ଯିବା ନେଇ କେତେ ଚର୍ଚ୍ଚା ହେଉଥିଲା ତାହା ଆପଣ ମଧ୍ୟ ଜାଣିଥିବେ । ଏଭଳି କୁହାଯାଉଥିଲା ଯେ ଅନୁଭବ ବଡ଼ ପ୍ଲାନ କରି ସାରିଛନ୍ତି ।

ଯେତେବେଳେ ଅନୁଭବ ମହାନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସହିତ ହୋଲି ଖେଳୁଥିଲେ , ସେତେବେଳେ ସେ ତାଙ୍କ ଠାରୁ ଆଶୀର୍ବାଦ ମଧ୍ୟ ନେଇଥିଲେ । ସେହି ଦୃଶ୍ୟ ଦେଖିବା ପରେ ତାଙ୍କର ଦଳ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ହେଉଥିଲା । ଲୋକେ କହିବା ଆରମ୍ଭ କରି ଦେଇଥିଲେ ଯେ ବୋଧହୁଏ ଅନୁଭବ ବିଜେପିରେ ଲୋକସଭା ପାର୍ଥୀ ଭାବରେ ଛିଡ଼ା ହେବେ ।

ଦୁଇ ଦିନ ତଳେ ବିଜେଡ଼ି ଦଳରୁ ଇସ୍ତଫା ଦେବା ସହିତ ଆଜି ଅନୁଭବ ଦିଲ୍ଲୀ ଯାଇ ବିଜେପିରେ ସାମିଲ ହୋଇଛନ୍ତି । ଯାହାପରେ ଲୋକେ ଏହା ଜାଣିବାକୁ ଇଚ୍ଛା କରୁଛନ୍ତି ଯେ ଅନୁଭବ ଦିଲ୍ଲୀ ଯାଇ ବିଜେଡ଼ି ବିଷୟରେ କଣ କହୁଛନ୍ତି । ଅନୁଭବ ମହାନ୍ତି ଯେତେବେଳେ ଦିଲ୍ଲୀ ଯାଇ ବିଜେପିରେ ମିଶିଲେ ସେତେବେଳେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ପଚାରିଥିଲେ । ଏହାକୁ ନେଇ ଅନୁଭବ କହିଛନ୍ତି ଯେ ” ମୁଖ୍ୟମନ୍ତ୍ରୀ ମୋ ଲିଡ଼ର ଏବଂ ବାପା ସମାନ ଏବଂ ଦୀର୍ଘ ୧୧ ବର୍ଷ ଧରି ସେ ମୋତେ ଅନେକ ସୁଯୋଗ ଦେଇଛନ୍ତି ଏବଂ ରାଜନୀତି କ୍ଷେତ୍ରରେ ରାଜ୍ୟସଭା ଆସନ ଏବଂ ଲୋକସଭା ଆସନରୁ ଅନେକ ଲୋକ ନିର୍ବାଚିତ ମଧ୍ୟ ହୋଇଛି । ତେଣୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କେବେ ବିରୋଧ କରି ପାରିବି ନାହିଁ । “

Leave a Reply

Your email address will not be published. Required fields are marked *