ଆସିଲା ଖୁସି ଖବର,ହେବନି ବର୍ଷା ଅନୁଭବଙ୍କ ଛାଡ଼-ପତ୍ର ।

ବର୍ଷା ଅନୁଭବଙ୍କ ପ୍ରଶଂସକ ମାନେ ବର୍ତ୍ତମାନ ଅଛନ୍ତି ବେଶ୍ ଖୁସି । କେବଳ ପ୍ରଶଂସକ ନୁହଁନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଅଛନ୍ତି ବେଶ ଖୁସି । କାରଣ ଛାଡ଼ପତ୍ର ହେବନି ବର୍ଷା ଆଉ ଅନୁଭବଙ୍କର । କଟକ ପରିବାର ଅଦାଲତରେ ଚାଲିଥିବା ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅନୁଭବଙ୍କ ପକ୍ଷରୁ ରୁଜୁ କରାଯାଇଥିବା ଛାଡ଼ପତ୍ର ଏବଂ ବର୍ଷାଙ୍କ ପକ୍ଷରୁ ରୁଜୁ ଅନୁଭବଙ୍କ ସହ ପୁନଃମିଳନ ଓ ଅବସ୍ଥାପନ ଆବେଦନ ମାମଲାଦ୍ୱୟକୁ ପରିବାର ଅଦାଲତ ଶୁକ୍ରବାର ଖାରଜ କରିଦେଇଛନ୍ତି।

ଓଡ଼ିଆ ସିନେମା ଜଗତର ବହୁ ଚର୍ଚ୍ଚିତ ଦମ୍ପତ୍ତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ଆଜି ସମ୍ପୂର୍ଣ୍ଣ ଭାବେ ଭିନ୍ନ ମୋଡ଼ ନେଇଛି । କୋର୍ଟ ଲଢେଇରେ ଅନୁଭବଙ୍କୁ ଝଟକା ଲାଗିଛି । ଅଭିନେତା ତଥା ସାଂସଦ ଅନୁଭବ ଦାଖଲ କରିଥିବା ଛାଡପତ୍ର ପିଟିସନକୁ । କଟକ ଫାମିଲି କୋର୍ଟ ଖାରଜ କରିଦେଇଛନ୍ତି । ତେବେ କେବଳ ଅନୁଭବ ନୁହେଁ ବରଂ ବର୍ଷାଙ୍କ ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଥିବା ଅନୁଭବଙ୍କ ଓକିଲ କହିଛନ୍ତି । ତେବେ ଏହା ପରେ ପ୍ରଶଂସକ ମାନଙ୍କ ମଧ୍ୟରେ ପ୍ରବଳ ଖୁସି ରହିଛି ।

କାରଣ ଦୀର୍ଘ ଦିନ ଧରି ବର୍ଷା ଅନୁଭବଙ୍କ ପାରିବାରିକ ମାମଲା ଅଦାଲତରେ ଥିବା ବେଳେ । ବର୍ଷା ଅନୁଭବ କେବେ ଅଲଗା ନ ହୁଅନ୍ତୁ ଏନେଇ ଅନୁଭବ ବର୍ଷାଙ୍କୁ ଭଲ ପାଉଥିବା ଲୋକେ ଭଗବାନଙ୍କୁ ପାର୍ଥନା କରୁଥିଲେ । ବର୍ତ୍ତମାନ ପାରିବାରିକ ଅଦାଲତ ଦୁଇ ପକ୍ଷଙ୍କ ଆବେଦନକୁ ଖାରଜ କରିଥିବା ବେଳେ । ଅନୁଭବଙ୍କୁ ଲାଗିଛି ଶକ୍ତ ଝଟକା । ଦୁହେଁ ଦୁହିଁଙ୍କୁ ପ୍ରେମ ବିବାହ କରିଥିବା ବେଳେ । ବିବାହର କିଛି ବର୍ଷ ପରେ ଦୁହିଁଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିଲା ମତାନ୍ତର । ଯାହାକୁ ନେଇ ଅନୁଭବ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ।

ତେବେ ଏହା ପରେ ଅନୁଭବ ହାଇକୋର୍ଟର ଦ୍ବାରସ୍ଥ ହୋଇଥିବା ଜଣା ପଡ଼ିଥିବା ବେଳେ । ଅନୁଭବ ମହାନ୍ତି ଏବେ ବି ଚାହାଁନ୍ତି କି ତାଙ୍କର ଛାଡ଼ପତ୍ର ହେଇ ଯାଉ ଆଉ ସେ ଏହି ବିବାଦରୁ ମୁକ୍ତି ପାଆନ୍ତୁ । କିନ୍ତୁ ବର୍ଷା ଅନୁଭବଙ୍କ ଘଟଣାରେ ନୂଆ ମୋଡ ଆସିବା ପରେ । ଏବେ ପୁଣି ଥରେ ପ୍ରଶଂସକ ମାନଙ୍କ ମନରେ ନୂତନ ଆସା ସୃଷ୍ଟି ହୋଇଛି କି ହୁଏତ ଏକାଠି ହୋଇ ପାରନ୍ତି ବର୍ଷା ଅନୁଭବ ।

Leave a Reply

Your email address will not be published. Required fields are marked *