ସରୁନି ବର୍ଷା ଅନୁଭବଙ୍କ ବିବାଦ,ବର୍ଷା ଭଲ ଭାବରେ ଶୁଣାଇଲେ ଅନୁଭବ ।

ଥମୁନି ବର୍ଷା ଅନୁଭବଙ୍କ ଭିତରେ ପାରିବାରିକ ବିବାଦ । କଟକ ପରିବାର ଅଦାଲତରେ ଅନୁଭବଙ୍କ ଛାଡ଼ପତ୍ର ମାମଲା ଖାରଜ ହେବା ପରେ ସୋସିଆଲ ମିଡିଆରେ ବର୍ଷା ପୋଷ୍ଟ କରିଥିଲେ ଧର୍ମର ବିଜୟ ହୋଇଛି । ଆଉ ଏହି ଖୁସିରେ ବର୍ଷା ଜଗନ୍ନାଥ ମନ୍ଦିର ଯାଇଥିବା ବେଳେ ନିଜ ଖୁସିକୁ ମଧ୍ୟ ସେ ସେଳି ବ୍ରେଶନ କରିଥିଲେ । ହେଲେ ଏହା ପରେ ଅନୁଭବ ମହାନ୍ତି ଗଣମାଧ୍ୟମରେ ମୁହଁ ଖୋଲି କିଛି ଏପରି କହିଥିଲେ ଯାହା ସମସ୍ତଙ୍କୁ ଚକିତ କରିଛି । ଅନୁଭବ ମହାନ୍ତି କହିଥିଲେ ଏହା ହେଉଛି ମାତ୍ର କ୍ଷଣିକ ସୁଖ ।

ଛାଡ଼ପତ୍ର ଆଜି ହୋଇନି କାଲି ନିହାତି ହେବ ଆଉ ମୁଁ ଛାଡ଼ପତ୍ର ଦେଇକି ହିଁ ରହିବି । ଆଉ ଏହା ପରେ ଅନୁଭବ ମହାନ୍ତି କହିଥିଲେ ବର୍ଷା ଯଦି ମତେ କେବେ ଭଲ ପାଇଥାନ୍ତେ ତାହାଲେ ସେ ଏଭଳି ନିଷ୍ପତ୍ତିରେ ଖୁସି କେବେ ହୋଇ ନଥାନ୍ତେ । କାରଣ ଅନୁଭବ ମହାନ୍ତି ଏହା ମଧ୍ୟ କହିଥିଲେ କି ବର୍ଷା କେଉଁଥି ପାଇଁ ଖୁସି ହେଉଛନ୍ତି । ମୋ ସହିତ ରହିବା ପାଇଁ ବର୍ଷା ଯେଉଁ ଆବେଦନ କରିଥିଲେ ତାହା ମଧ୍ୟ ଖାରଜ ହୋଇ ଯାଇଛି । ତେବେ ବର୍ଷାଙ୍କ ଖୁସି ହେବା ପଛର କାରଣ କଣ । ମୋ ସହିତ ରହିବେ ନାହିଁ ବୋଲି ଖୁସି ହେଉଛନ୍ତି ନା । ନା ମୁଁ ତାଙ୍କୁ ଛାଡ଼ ପତ୍ର ଦେଇ ପାରିବି ନାହିଁ ବୋଲି ।

ହଁ ଆଜ୍ଞା କଟକ ପରିବାର ଅଦାଲତ ବର୍ଷା ଅନୁଭବଙ୍କ କେଶରେ କିଛି ଏପରି ଶୁଣାଣି ଶୁଣାଇ ଥିଲେ ଯାହାକୁ ନେଇ ଅନୁଭବ ମହାନ୍ତିଙ୍କୁ ଲାଗିଥିଲା ଶକ୍ତ ଝରକା । ଅନୁଭବ ମହାନ୍ତି କହିଥିଲେ ସମ୍ମାନର ସହିତ କହୁଛି ଏହି ନିର୍ଣିୟ କିନ୍ତୁ ଇତିହାସ ନିହାତି ଭାବେ ସୃଷ୍ଟି କରିବ । ବର୍ଷା ଅନୁଭବଙ୍କ ସମ୍ପର୍କ ଭିତରେ ଯେବେ ଠୁ ଫାଟ ସୃଷ୍ଟି ହୋଇଛି ଅନୁଭବ ମହାନ୍ତି ସବୁବେଳେ କହିଛନ୍ତି ଯେବେ ଛାଡ଼ପତ୍ର ହେବ ସେବେ ମୁଁ ଶାନ୍ତିରେ ନିଃଶ୍ୱାସ ମାରିବି । ଅନୁଭବ ମହାନ୍ତି ଛାଡ଼ପତ୍ର ଦିନକୁ ସେଲି ବ୍ରେସନ୍ କରିବା ପାଇଁ ଚାହିଁ ଥିବା ବେଳେ ।

ଅନୁଭବ ମହାନ୍ତିଙ୍କୁ ଶେଷରେ ମିଳିଛି ଝରକା । ଯାହା ପରେ ଅନୁଭବ ମହାନ୍ତି ଅନେକ ଗଣମାଧ୍ୟମରେ ଏନେଇ ମୁଁହ ଖୋଲିଛନ୍ତି । ଆଉ କହିଛନ୍ତି ମୁଁ ହାରିନି ମୁଁ ଲଢେ଼ଇ ଜାରି ରଖିବି ଆଉ ଶେଷରେ ମୁଁ ବିଜୟ ନିହାତି ଭାବରେ ହେବି । ଆଶା ଥିଲା କିଛି ଭାବିଥିଲି ହେଲେ ଆସା ପୂରଣ ହୋଇ ନାହିଁ । କିନ୍ତୁ ମୁଁ ଦିନେ ନିହାତି ଭାବେ ଜିତିକି ରହିବି । ଅନୁଭବ ମହାନ୍ତି ଏହା କହିବା ପରେ ଲୋକେ ଭାବୁଛନ୍ତି କି ପୁଣି ଥରେ ହୁଏତ ବର୍ଷା ଅନୁଭବଙ୍କ ମାମଲା ଏକ ଭିନ୍ନ ମୋଡ ନେଇ ପାରେ ।

Leave a Reply

Your email address will not be published. Required fields are marked *