DIG ଙ୍କ ସ୍ତ୍ରୀଙ୍କ ନାମରେ ଆଣିଲେ ଅଭି-ଯୋଗ । କହିଲେ ହୋମଗାର୍ଡ ଡ୍ୟୁଟି କରୁଥିବା ଭାଉଜଙ୍କୁ ଲଗାଉଥିଲେ ଅଲଗା କାମରେ ।

DIG ଙ୍କ ଘରେ ମହିଳା ହୋମଗାର୍ଡ ଭାବରେ କାମ କରୁଥିବା ସୈରେନ୍ଦ୍ରୀ ସାହୁଙ୍କ ମାମଲା ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ଯିଏକି ନିର୍ଯା-ତନା ସହି ନପାରି ଜୀବନ ହାରି ଦେବାକୁ ଉଦ୍ୟମ କରିଥିଲେ । ତେବେ ମହିଳା ହୋମଗାର୍ଡଙ୍କର ଜୀବନ ହୁଏତ ବଞ୍ଚି ଯାଇଛି କିନ୍ତୁ ସେ ନିଜର ଦୁଇଟି ଗୋଡ଼ ହରାଇଛନ୍ତି ।

ଖବର ଅନୁଯାୟୀ ଅନୁଗୁଳ DIG ବ୍ରିଜେଶ କୁମାର ରାୟଙ୍କ ଘରେ ହୋମଗାର୍ଡ ଭାବରେ ରହୁଥିଲେ ସୈରେନ୍ଦ୍ରୀ । ତାଙ୍କୁ DIGଙ୍କ ପତ୍ନୀ ନିର୍ଯା-ତନା ଦେଉଥିଲେ । ତେଣୁ ସେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା ସତ କିନ୍ତୁ ତାଙ୍କର ଦୁଇଟି ଯାକ ଗୋଡ଼ ସବୁଦିନ ପାଇଁ ଅକାମି ହୋଇ ଯାଇଛି ।

ତେବେ ଏହି ମାମ-ଲା ପରେ ଯେତେବେଳେ ତାଙ୍କ ଦିଅରଙ୍କୁ ଏହି ବିଷୟରେ ପ-ଚରା ଯାଇଛି ସେ କହିଛନ୍ତି ଯେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସମୟରେ ମଧ୍ୟ ସୈରେନ୍ଦ୍ରୀ ସେହି ସମାନ କଥା କହିଥିଲେ ଯେ DIG ଙ୍କ ସ୍ତ୍ରୀ କିଭଳି ତାଙ୍କୁ ନିର୍ଯା-ତନା ଦେଉଥିଲେ । ଖାଲି ସେତିକି ନୁହେଁ ଘର କାମରେ କୌଣସି ଭୁଲ ହେଲେ ମା-ଡ଼ ଗା-ଳି କରିବା ସହିତ ଚାକିରୀରୁ ବାହାର କରି ଦେବାର ଧ-ମକ ମଧ୍ୟ ଦେଉଥିଲେ ।

ଆଉ ଗତ ଚାରି ତାରିଖରେ ଏଭଳି କିଛି ହୋଇଥିଲା ଯେଉଁ କାରଣରୁ DIG ଙ୍କ ସ୍ତ୍ରୀ ତାଙ୍କୁ ଗଳାରୁ ଧ-କ୍କା ଦେଇ ଘରୁ ବାହାର କରିଦେବା ପରେ ଚାକିରୀ ଚାଲିଯିବା ଭ-ୟରେ ସେ ଏଭଳି ଆ-ତ୍ମହ-ତ୍ୟା କରିବା ନିଷ୍ପତ୍ତି ନେଇ ଯାଇଥିଲେ ।ମାତ୍ର ସୌଭଗ୍ୟ ବଶତଃ ତାଙ୍କର ଜୀବନ ବଞ୍ଚି ଯାଇଥିଲା ଏବଂ ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ଅଭି-ଯୋଗ ଯେ ଦୀର୍ଘ ବର୍ଷ ହେବ ସେ ହୋମଗାର୍ଡ ଭାବରେ କାମ କରି ଆସୁଛନ୍ତି ଏବଂ ଗତ କିଛି ମାସ ହେବ DIG ଙ୍କ ଘରେ ହୋମଗାର୍ଡ ଭାବରେ କାମ କରି ଆସୁଥିଲେ । ମାତ୍ର DIGଙ୍କ ସ୍ତ୍ରୀ ତାଙ୍କୁ ନିର୍ଯା-ତନା ଦେଉଥିଲେ । ଏହି କାରଣରୁ ସେ ବର୍ତ୍ତମାନ ଅଭି-ଯୋଗ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *