NGO ରେ କାମ କରୁଛି କହି ବାରରେ ନାଚୁଥିଲା ସ୍ତ୍ରୀ ଆଉ ଧରା ପଡ଼ିବା ପରେ ସ୍ୱାମୀକୁ କରିଦେଲା ଅନ୍ଧ ।

ଆଜିକାଲି ବିବାହର କିଛି ମାନେ ନାହିଁ । କାରଣ ବିବାହ କାରଣରୁ ଯେତେ ସବୁ ସାଙ୍ଘା-ତିକ ଘ-ଟଣା ଘଟୁଛି । ଯୌ-ତୁକ ନିର୍ଯା-ତନା ଠାରୁ ଆରମ୍ଭ କରି ହ-ତ୍ୟା । ପୁଣି ବର୍ତ୍ତମାନ ସ୍ତ୍ରୀକୁ ସ୍ୱାମୀ ବାରରେ ନାଚିବାକୁ ମନା କରିବାରୁ ସ୍ତ୍ରୀ ରାଗିଯାଇ ସ୍ୱାମୀକୁ ହିଁ ଅନ୍ଧ କରି ଦେଇଛି । ଯାହା ଅତ୍ୟନ୍ତ ଦୁଃ-ଖଦ ଖବର ଅଟେ ।

ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ଘଟି ଯାଇଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅଇଲ ଗାଁରେ । ଗରିବ ଘର ଦେଖି ପାଖ ଗାଁ ଝିଅ ଲକ୍ଷ୍ମୀ ଅଇଲର ଚନ୍ଦନଙ୍କୁ ଭଲ ପାଇ ବିବାହ କରିଥିଲେ ଏବଂ କହିଥିଲେ ଯେ ତାଙ୍କ ଘର ଚଳାଇବେ ବୋଲି । ବିବାହ ସମୟରେ ସେ କହିଥିଲେ ଯେ ସେ ଏକ NGO ରେ କାମ କରୁଛନ୍ତି ବୋଲି ।

କିନ୍ତୁ ସେ NGO ନୁହେଁ ବରଂ ବିହାରର ଏକ ବାରରେ ନାଚୁଥିବାର କହି ନଥିଲେ । ଭଲରେ ଭଲରେ ଦୁହିଁଙ୍କର ବିବାହ ହେବା ପରେ ଦୁହେଁ ଭଲରେ ରହୁଥିଲେ । କିନ୍ତୁ ଯେତେବେଳେ ସ୍ୱାମୀ ସ୍ତ୍ରୀ ସହିତ ଯାଇ ବିହାରରେ ରହିଲେ ସେତେବେଳେ ସବୁ କଥା ସାମ୍ନାକୁ ଆସିଥିଲା । ଏହା ଜାଣିବା ପରେ ଲକ୍ଷ୍ମୀଙ୍କୁ ବାରରେ ନାଚିବା ପାଇଁ ମନା କରିଥିଲେ ଚନ୍ଦନ । କିନ୍ତୁ ଲକ୍ଷ୍ମୀ କିଛିବିଶୁଣି ନଥିଲେ । ଆଉ ଯେତେବେଳେ ଏହାକୁ ନେଇ ଝ-ଗଡ଼ା ହୋଇଥିଲା ସେତେବେଳେ ଚନ୍ଦନଙ୍କ ମୁଣ୍ଡକୁ ଏକ ପ-ଟ୍ଟାରେ ପି-ଟି ଦେଇଥିଲେ ଲକ୍ଷ୍ମୀ । ଯାହା ପରେ ଚନ୍ଦନ ନିଜ ଦୃଷ୍ଟି ଶକ୍ତି ହରାଇ ବସିଥିଲେ ।

ଏହାପରେ ବି ଲକ୍ଷ୍ମୀ ନିଜ ମନ ବଦଳାଇ ନିଜ ସ୍ୱାମୀକୁ ଧରି ଗାଁକୁ ଚାଲି ଆସିଥିଲେ । କିନ୍ତୁ ବେଶୀ ଦିନ ରହିପାରି ନଥିଲେ । ବର୍ତ୍ତମାନ ସ୍ତ୍ରୀ ଲକ୍ଷ୍ମୀ ଥାନାକୁ ଯାଇ ସ୍ୱାମୀ ଚନ୍ଦନଙ୍କ ନାମରେ ଯୌ-ତୁକ ନିର୍ଯା-ତନାର ଅଭି-ଯୋଗ ଦେଇଛନ୍ତି ଏବଂ ନିଜେ ଯାଇ ବିହାରରେ ବାରରେ ନାଚୁଛନ୍ତି । ଏପଟେ କୁନି ପୁଅଟି ମା’କୁ ଖୋଜୁଛି ଏବଂ ମା’କୁ ଫେରି ଆସିବାକୁ କହୁଛି । ପରିବାରରେ ପୁଅର ଏଭଳିଦୁ-ର୍ଦଶା ଦେଖି ବୁଢ଼ୀ ମା’ ଆଖିରୁ ମଧ୍ୟ ଲୁ-ହ ଝରୁଛି ଏବଂ ନିଜ ପୁଅର ସାହାରା କିଏ ହେବ ତାହା କହି କା-ନ୍ଦି ପକାଉଛି । ଛୋଟ ପିଲାଟି ବାରମ୍ବାର ନିଜ ମା’କୁ ଖୋଜୁଛି ଏବଂ ମା’କୁ ଫେରି ଆସିବାକୁ ଅନୁରୋଧ କରିଛି । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ଆଗକୁ ଏହି ମାମ-ଲା କେଉଁ ମୋଡ଼ ନେଉଛି ।

Leave a Reply

Your email address will not be published. Required fields are marked *