ଲୋନ ପରେ ଲୋନ ଆଣିଲେ..ଲୋନ ସୁଝି ନପାରିବାରୁ ଦେହ ବ୍ୟବସାୟ କରୁଛନ୍ତି ମହିଳା ।

ଫାଇନାନ୍ସ ରୁ ଲୋନ ପରେ ଲୋନ ଆଣି ଚାଲିଲେ । ହେଲେ ଶେଷରେ ଟଙ୍କା ସୁଝି ନପାରିବାରୁ ଉପାୟ ଶୂନ୍ୟ ହୋଇ ଦେହ ବିକିବା ଆରମ୍ଭ କରିଦେଲେ । ଅସୁବିଧା ସମୟରେ ମହିଳା ମାନେ ଫାଇନାନ୍ସ କମ୍ପାନୀରୁ ଲୋନ ଆଣି ପରିବାର ପ୍ରତିପୋଷଣ କରୁଥିଲେ । ଯେତେବେଳେ ଲୋନ ଟଙ୍କା ହୁ ହୁ ହୋଇ ବଢି ଚାଲିଲା ସେତେବେଳେ ମହିଳା ମାନେ ଆଉ ଟଙ୍କା ସୁଝି ପାରିନଥିଲେ ।

ସେପଟେ ଲୋନ ଦେଇଥିବା ଫାଇନାନ୍ସ କମ୍ପାନୀ ଯେତେବେଳେ ଟଙ୍କା ମାଗିଲେ ସେତେବେଳେ ମହିଳା ମାନେ ଟଙ୍କା ଯୋଗାଡ଼ କରି ନପାରି ଦେହ ବିକ୍ରି କରିବା ଆରମ୍ଭ କରିଦେଲେ । ଏଭଳି ଏକ ଖବର ମାଲକାନଗିରି ଜିଲ୍ଲାରୁ ସାମ୍ନାକୁ ଆସିଛି । ଫାଇନାନ୍ସ କମ୍ପାନୀରୁ ଲୋନ ପରେ ଲୋନ ଆଣି ପଇସା ସୁଝି ନପାରିବାରୁ ଦେହ ବ୍ୟବସାୟ କରୁଛନ୍ତି ମହିଳା ମାନେ । ଆଉ ଏହି ଖବର ଯିଏ ଶୁଣୁଛି ତାଙ୍କ ମୁଣ୍ଡ ବୁଲେଇ ଦେଉଛି ।

ତେବେ ଜଣେ କି ଦୁଇ ଜଣ ମହିଳା ନୁହଁନ୍ତି ଏପରି କିଛି ସଙ୍ଗୀନ ଅଭି-ଯୋଗ ଆଣି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ଶତାଧିକ ମହିଳା । ମାନଙ୍କ କହିବା ଅନୁଯାୟୀ ସେମାନେ ପରିବାରର ଆର୍ଥିକ ଅବସ୍ଥା ପାଇଁ ଫାଇନାନ୍ସ ରୁ ଲୋନ ଆଣିଥିଲେ ହେଲେ ଦାରିଦ୍ରତା କାରଣରୁ ସେମାନେ ଆଉ ଟଙ୍କା ସୁଝି ପାରିନଥିଲେ ତେଣୁ ବାଧ୍ୟ ହୋଇ ସେମାନେ ଦେହ ବିକି ଟଙ୍କା ସୁଝିବାକୁ ଯୋଜନା କରିଥିଲେ ।

ସେପଟେ ଏହି ଖବର ପବନ ବେଗରେ ପ୍ରଚା-ରିତ ହେବା ପରେ ଏହି ଖବର ସମସ୍ତଙ୍କୁ ଚକିତ କରି ଦେଇଛି । ଆଉ ମହିଳା ମାନେ ଏନେଇ ଗଣମାଧ୍ୟମରେ ମୁହଁ ଖୋଲି ଯାହା ବଖାଣିଛନ୍ତି ତାହା ମଧ୍ୟ ଆପଣଙ୍କ ପାଦ ତଳୁ ମାଟି ଖସାଇ ଦେବ । ମହିଳା ମାନଙ୍କ କହିବା ଅନୁଯାୟୀ ସାର ମାନେ ଆମ ଘରେ ଆସି ବସୁଛନ୍ତି ଟଙ୍କା ନେବା ପାଇଁ । ହେଲେ ଆମେ ଟଙ୍କା କେଉଁଠୁ ଆଣିବୁ ଲୋନ ସୁଝିବା ପାଇଁ ତେଣୁ ଆମେ ବାଧ୍ୟ ହେଲୁ ଏହି କାର୍ଯ୍ୟ କରିବା ପାଇଁ ।

ଆମେ ଲୋନ ଆଣିଛୁ ମାନୁଛୁ ହେଲେ ଉପାନ୍ତ ଅଞ୍ଚଳର କଥା ତ ସମସ୍ତେ ଜାଣିଛନ୍ତି । ଆମ ସଂସାର ଚାଲିଲେ ସିନା ଆମେ କେଉଁଠୁ ଦୁଇ ପଇସା ଆଣି ଲୋନ ସୁଝିବୁ । ଆମ ସଂସାର ରଥ ଗଡେଇବା ଆମ ପାଇଁ ବହୁତ କ-ଷ୍ଟ ସାଧ୍ୟ ହୋଇ ଯାଉଛି । ତେଣୁ ଆମେ ଲୋନ ଟଙ୍କା ସୁଝି ପାରିଲୁ ନାହିଁ । ଆମ ପରିବାରର ଦାରିଦ୍ରତା ସାର ମାନେ ବୁଝି ପାରୁ ନାହାଁନ୍ତି ମଣିଷ କେତେବେଳେ ଲୋନ ଆଣେ ଯେତେବେଳେ ତାର ପରିବାରରେ ଅସୁବିଧା ଥାଏ ।

ହେଲେ ଏତେ ସବୁ ସମସ୍ୟା ଭିତରେ ଆମେ ଏକ ଦମ ଭାବେ ଘାଣ୍ଟି ହୋଇ ଯାଉଛୁ ତେଣୁ ଆମେ ଆଉ ଲୋନ ଟଙ୍କା ସୁଝି ପାରିଲୁ ନାହିଁ । ଆମେ ଯେତେବେଳେ ଲୋନ ଟଙ୍କା ସୁଝି ପାରିଲୁନି ଆମର ଲୋନ ହୁ ହୁ ହୋଇ ବଢି ଚାଲିଲା । ଆଉ ଏହି ପରିସ୍ଥିତି ଜଣେ କି ଦୁଇ ଜଣଙ୍କର ଆମ ଉପାନ୍ତ ଅଞ୍ଚଳର ଶତାଧିକ ମହିଳାଙ୍କ ଅବସ୍ଥା କିଛି ଏପରି ।

ତେଣୁ ଶେଷରେ ବାଧ୍ୟହୋଇ ସମସ୍ତ ମହିଳା ମାନେ ଦେହ ବିକି କରି ପଇସା ଆଣି ସାର ମାନଙ୍କୁ ଦେଇ ତାଙ୍କ ଲୋନ ଟଙ୍କା ଭରଣ କରିଛୁ । ନହେଲେ ଆମେ ପଇସା କେଉଁଠୁ ଆଣିଥାନ୍ତୁ । ତେଣୁ ଆମେ ଲୋନ ସୁଝିବାକୁ ଦେହ ବିକ୍ରି କଲୁ । ଆଉ ଏବେ ଜିଲ୍ଲା ପାଳଙ୍କ ଅଫିସ ଆସିଛୁ । ସାର ଆମକୁ କଣ କହିବେ ଆମେ ଅପେକ୍ଷା କରିଛୁ । ସାର ଯଦି ଆମ ପାଇଁ କିଛି ବ୍ୟବସ୍ଥା କରନ୍ତେ ତେବେ ଆମେ ଚିର ଉପକୃତ ହୁଅନ୍ତୁ ଏପରି କିଛି କହିଛନ୍ତି ଶତାଧିକ ମହିଳା ମାନେ । ତେବେ ଦେଖିବାକୁ ବାକି ରହିଲା ଏହି ପରିସ୍ଥିତିର ମୁକାବିଲା କିପରି କରୁଛନ୍ତି ଜିଲ୍ଲାପାଳ ସାର

Leave a Reply

Your email address will not be published. Required fields are marked *