ମଥା କୋଡି କା-ନ୍ଦୁଛି ନବବଧୂ… ବାହାଘର ମାସେ ନପୂରୁଣୁ ସରିଗଲା ସ୍ୱାମୀସୁଖ

ଅନେକ ଆଶା ଆଉ ଭରସା ନେଇ ଝିଅଟିଏ ନିଜ ଶାଶୁଘର ଆସିଥିଲା , ନିଜ ସ୍ଵାମୀ ସହିତ ଏକ ସୁଖର ସଂସାର ଗଢ଼ିବ ବୋଲି ସ୍ବପ୍ନ ଦେଖିଥିଲା । କିନ୍ତୁ ସେହି ସ୍ବପ୍ନ କେବଳ ସ୍ବପ୍ନ ହୋଇ ରହିଗଲା । କାହିଁକି ନା ବିବାହର ମାସେ ନ ହେଉ ହେଉ ଅକାଳରେ ଚାଲିଗଲା ଗୋଟିଏ ନିରୀହ ଜୀବନ । ସଡକ ଦୁର୍ଘ-ଟଣା ଛଡ଼ାଇ ନେଇ ଚାଲିଗଲା ନବ ବିବାହିତା ମଥାରୁ ସିନ୍ଦୁର ।

ବର୍ତ୍ତମାନ ମୁଣ୍ଡ ବାଡେଇ ବାଡେଇ କାନ୍ଦିବା ଛଡ଼ା ନବ ବଧୂ ପାଖରେ ଆଉ କିଛି ଉପାୟ ନାହିଁ । ନିଜ ସଂସାରର ସବୁ ସୁଖ ଭଗବାନ ହଠାତ୍ ଏପରି ଛଡ଼ାଇ ନେଇ ଚାଲିଯିବେ ବୋଲି କେବେ ସ୍ବପ୍ନରେ ମଧ୍ୟ ଭାବି ନଥିଲା ମାସେ ପୂର୍ବରୁ ସ୍ଵାମୀ ପାଖକୁ ଆସିଥିବା ଝିଅଟିଏ । ନିଜ ସ୍ଵାମୀକୁ ନେଇ ଏକ ସୁଖର ସଂସାର ଗଢିବାର ଆଶା ସେହି ଆଶା ହୋଇ ରହିଗଲା। ବର୍ତ୍ତମାନ କେବଳ ଦୁଃ-ଖର କଳା ବାଦଲ ମାଡ଼ି ଆସିଲା ।

ତେବେ ଏପରି ଏକ ଲୋମ ଟାଙ୍କୁରା ଦୃ-ଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାରେ । ସୂଚନା ଅନୁଯାୟୀ , ଫେବୃୟାରୀ ୭ ତାରିଖରେ ବାଲେଶ୍ଵର ଜିଲ୍ଲା ମାଙ୍କଡପଡ଼ା ପଞ୍ଚାୟତ ଟାଙ୍ଗୀରିଆ ଗ୍ରାମର ଜଗନ୍ନାଥ ପାଣିଗ୍ରାହୀ ବାଲେଶ୍ଵର ଅଞ୍ଚଳର ଜୟଶ୍ରୀ ମହାପାତ୍ରଙ୍କୁ ସମସ୍ତ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ଦୁହିଁଙ୍କ ବିବାହରେ ପୁରା ପରିବାର ଲୋକ ଉପସ୍ଥିତ ରହିଥିଲେ । ନୂଆ ବୋହୂକୁ ଘରକୁ ଆଣି ସମସ୍ତେ ଅତ୍ୟନ୍ତ ଖୁସି ରହିଥିଲେ ।

ସମସ୍ତେ ଇଚ୍ଛା ରଖିଥିଲେ କି , ନୂଆ ବୋହୂ ତାଙ୍କ ଘରକୁ ଖୁସି ଆଣି ଦେଉ ଆଉ ସବୁ ଠିକ୍ ଠାକ୍ ଆଗକୁ ବଢ଼ି ଚାଲିଥାଉ । ତେବେ ଏହାରି ମଧ୍ୟରେ ମାତ୍ର ମାସେ ସେମାନେ ନୂଆ ବୋହୂ ସହିତ ମିଶି ଥିଲେ ଆଉ ନୂଆ ବୋହୂକୁ ଜାଣିବାକୁ ଚେଷ୍ଟା କରୁଥିଲେ । ଆଉ ନୂଆ ବୋହୂ ମଧ୍ୟ ସମସ୍ତଙ୍କ ସହିତ ମିଶିବା ପାଇଁ ଅନେକ ଚେଷ୍ଟା କରିଥିଲା ।

କିନ୍ତୁ କିଛି ବି ହେଲା ନାହିଁ । କାହିଁକି ନା ଯାହା ପାଇଁ ସେ ଏହି ନୂଆ ଘରକୁ ଆସିଥିଲା , ସେ ହିଁ ତାକୁ ଅଧା ବାଟରେ ଛାଡି ଦେଇ ପର କରି ଚାଲିଗଲା। ବର୍ତ୍ତମାନ ମୁଣ୍ଡ ବାଡେଇ ବାଡେଇ କା-ନ୍ଦିବା ଛଡ଼ା ଆଉ କିଛି କାହା ପାଖରେ ଉପାୟ ନାହିଁ । ତେବେ ଏପରି ଘ-ଟଣା ସେହି ସମୟରେ ଘଟିଗଲା , ଯେଉଁ ସମୟରେ ଜଗନ୍ନାଥ ଯୌ-ତୁକ ଜିନିଷ ନେଇ ନିଜ ଘରକୁ ଫେରି ଆସୁଥିଲେ ।

ସେ ନିଜ ବାଇକ୍ ମାଧ୍ୟମରେ କପ୍ତିପଦା ଦେଇ ଘରକୁ ଫେରି ଆସୁଥିଲେ ଆଉ ଠିକ୍ ଏହି ସମୟରେ ସବୁକିଛି ଓଲଟା ପାଲଟା ହୋଇ ଯାଇଥିଲା । ଘରକୁ ଫେରି ଆସୁଥିବା ସମୟରେ ହଠାତ୍ ତାଙ୍କ ଆର ପାଖରୁ ଏକ ଦୃତ୍ ଗତିରେ ମାଡ଼ି ଆସୁଥିବା ସ୍କୁଲ ବସ୍ ଆସିଥିଲା । ଆଉ ଗାଡ଼ିର ବେଗ ଏତେ ଯୋର୍ ଥିଲା କି , କିଛି ବି କରିବା ସମ୍ଭବ ପର ନଥିଲା। ତେବେ ଏହି ଫାଶରେ ପଡ଼ି ଯାଇଥିଲେ ଜଗନ୍ନାଥ । ନିଜ ଗାଡ଼ିକୁ କଡକୁ ନେବାକୁ ଚେଷ୍ଟା କରିଥିଲେ ।

ତେବେ ନିଜ ଗାଡ଼ିକୁ କଡକୁ ନେବାକୁ ଚେଷ୍ଟା କରିଥିବା ସମୟରେ ହଠାତ୍ ସେପଟୁ ଆସୁଥିବା ଦୃତ ବେଗର ସ୍କୁଲ ବସ୍ ତାଙ୍କୁ ଧ-କ୍କା ଦେଇ ଚାଲି ଯାଇଥିଲା । ଆଉ ଏହାପରେ ଜଗନ୍ନାଥ ନିଜ ଗାଡିରୁ ଛିଟିକି ପଡ଼ି ଦୂରରେ ଯାଇ ପହଞ୍ଚି ଥିଲେ । ଆଉ ତାପରେ ସେଠାରେ ଉପସ୍ଥିତ ରହିଥିବା ଲୋକ ମାନେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନେଇ ଯାଇଥିଲେ । କିନ୍ତୁ ଡାକ୍ତରଖାନା ପହଞ୍ଚୁ ପହଞ୍ଚୁ ଡାକ୍ତର ତାଙ୍କୁ ମୃ-ତ ବୋଲି ଘୋଷିତ କରି ଦେଇଥିଲେ ।

ତେବେ ଗତକାଲି ତାଙ୍କ ଶ-ବ ବ୍ୟବ-ଚ୍ଛେଦ ହୋଇ ଘରକୁ ଆସି ପହଂଚି ଥିଲା । ଆଉ ତାପରେ ପୁରା ଗ୍ରାମରେ ଦେଖା ଦେଇଥିଲା ଶୋକା-କୂଳ ପରିବେଶ । ପୁରା କା-ନ୍ଦର ଚିତ୍କା-ରରେ କମ୍ପି ଉଠିଥିଲା ଗାଆଁ । ଭେଣ୍ଡିଆ ଆଉ ରୋଜଗାରିଆ ପୁଅକୁ ହରାଇ ସମସ୍ତେ ଆଉ ନିଜର କୋହ ସମ୍ଭାଳି ପାରି ନଥିଲେ । ଆଉ ଏହାରି ମଧ୍ୟରେ ନୂଆ ବୋହୂଟିଏ ନିଜ ସ୍ୱାମୀକୁ ହରାଇବାର ଦୁଃ-ଖ ଆଉ ସହି ପାରି ନଥିଲା । ପୁରାପୁରି ଭା-ଙ୍ଗି ପଡିଥିଲା।

Leave a Reply

Your email address will not be published. Required fields are marked *