ଖୁସି ପାଲଟି ଗଲା ଦୁଃ-ଖ , ଗର୍ଭ-ବତୀ ମହିଳାଙ୍କ ଅକାଳରେ ଚାଲିଗଲା ଜୀବନ

କିଏ ଜାଣିଥିଲା ଏମିତି ହେବ । ପରିବାରରେ ଆସିବାକୁ ଯାଉଥିବା ଏତେ ବଡ ଖୁସି ହଠାତ୍ ଦୁଃ-ଖରେ ପରିଣତ ହୋଇଯିବ । ସମସ୍ତଙ୍କ ଆଶା ନିରା-ଶାରେ ପରିଣତ ହୋଇଯିବ । ସମସ୍ତେ ଭାବିଥିଲେ ଆଉ କିଛି ଦିନ ପରେ ଘରକୁ କୁନି ଅତିଥି ଆସିବ ଆଉ ଘର ପୁରି ଉଠିବ । ଆଉ ମନର ଦୁଃ-ଖ ଟିକିଏ ହାଲୁକା ହୋଇଯିବ । ସବୁ ପରେ ସେହି କୁନି ଅତିଥିର ମୁଁହ ଟିକିଏ ଦେଖିଦେଲେ ସବୁ ଶାନ୍ତି ମିଳିଯିବ । କିନ୍ତୁ କୁହାଯାଏ ନା ଯାହା ଭାବିଥିବୁ ତାହା କେବେ ହେବନାହିଁ । ଆଉ ଠିକ୍ ତାହା ହେଲା ।

ଅଧା ବାଟରେ ଗର୍ଭ-ବତୀ ମହିଳାଙ୍କ ଚାଲିଗଲା ଜୀବନ ଆଉ ତାହା ପୁଣି ଅକାଳରେ । ନିଜର ଚେକ-ଅପ୍ କରିବା ପାଇଁ ସ୍ଵାମୀ ସହିତ ହସ୍ପିଟାଲ ଯାଉଥିବା ବେଳେ ଘଟି ଯାଇଥିଲା ବଡ ଅଘ-ଟଣ ଆଉ ଯେଉଁଥିରେ ମହିଳାଙ୍କର ଚାଲି ଯାଇଥିଲା ଜୀବନ । ଆଉ କେବେ ମହିଳା ଘରକୁ ଫେରି ପାରିଲେ ନାହିଁ ଏବଂ ସେହି ଅଧା ବାଟରେ ହିଁ ଖୁସି ସରିଗଲା । ତେବେ ଏପରି ଏକ ହୃଦୟ ବିଦା-ରକ ଘ-ଟଣା ଦେଖିବାକୁ ମିଳିଛି , ଭଦ୍ରକ ଜିଲ୍ଲା ଚାନ୍ଦବାଲି ଉଗ୍ରତାରା ଛକ ନିକଟରେ ।

ଅନିତା ରାଉଳ ଆଉ ଦେବବ୍ରତ ରାଉଳ କିଛି ବର୍ଷ ପୂର୍ବରୁ ଦୁହେଁ ଦୁହିଁଙ୍କ ହାତ ଧରିଥିଲେ । ସାରା ଜୀବନ ଏକାଠି ରହିବା ପାଇଁ ମଧ୍ୟ ଅଗ୍ନିକୁ ସାକ୍ଷୀ ଦେଇଥିଲେ । ଆଉ ସାତ ଜନମର ସାଥି ହୋଇଥିଲେ । ପରିବାରକୁ ନୂଆ ବୋହୂ ଆସିଥିଲା ଆଉ ଘର ଖୁସିରେ ଭରି ଯାଇଥିଲା । ଘରେ ଆଉ ଜଣେ ଅତିଥି ବଢ଼ି ଯାଇଥିଲେ । ତେବେ ଏହାପରେ ଅନିତାଙ୍କ ବହୁତ ଇଚ୍ଛା ଥିଲା ମାଆ ହେବାକୁ । ଆଉ ବିବାହର କିଛି ମାସ ପରେ ସେ ଗର୍ଭ-ବତୀ ହୋଇଥିଲେ । ଆଉ ସେମାନଙ୍କ ଖୁସି ଦୁଇ ଗୁଣ ହୋଇ ଯାଇଥିଲା ।

ତେବେ ଚେକ-ଅପ୍ କରିବା ପାଇଁ ଅନିତା ଗତକାଲି ଦେବବ୍ରତ ସହିତ ବାହାରି ଯାଇଥିଲେ । କିନ୍ତୁ ଦୁଃ-ଖର ବିଷୟବସ୍ତୁ ଏହା ଯେ , ଉଗ୍ରତାରା ଛକ ନିକଟରେ ପଛ ପଟୁ ଏକ ପିକଅପ୍ ଭେନ୍ ଆସି ସେମାନଙ୍କ ଗାଡ଼ିକୁ ଧ-କ୍କା ଦେଇଥିଲା । ଆଉ ଘ-ଟଣା ସ୍ଥଳରେ ହିଁ ଅନିତାଙ୍କ ମୃ-ତ୍ୟୁ ହୋଇ ଯାଇଥିଲା । ଅନ୍ୟ ପକ୍ଷରେ ଅଳ୍ପକେ ବର୍ତି ଯାଇଥିଲେ ଦେବବ୍ରତ । ଗୁରୁ-ତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଚିକିତ୍ସା କରାଯାଉଛି । ଅନ୍ୟ ପକ୍ଷରେ ଗାଆଁ ଲୋକ ନ୍ୟା-ୟ ଏବଂ କ୍ଷ-ତି ପୂରଣ ଦାବି କରି ରାସ୍ତା ରୋକ କରିଛନ୍ତି । ପୁରା ଗାଁରେ ଦୁଃ-ଖର ଛା-ୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *