ପ୍ରେମିକ ସହ ମିଶି ରାସ୍ତାରୁ ହଟାଇଦେଲା ସ୍ବାମୀକୁ ନବ ବିବାହିତା ବୋହୂ, ପ୍ରେମିକ କହୁଛି ଲଭ୍ ରେ ଏମିତି ହୁଏ

ପ୍ରେମ କାହା ପାଇଁ ସାଜିଥାଏ ଖୁସିର ମାହୋଲ ତ ଆଉ କାହା ପାଇଁ ସାଜିଥାଏ ଅଭିଶାପ ଆଉ ପୁଣି କାହା ପାଇଁ ଦୁଃଖ ଭରା ଜୀବନ । ତେବେ ବେଳେ ବେଳେ ଏହି ପ୍ରେମକୁ ପାଇ ମଣିଷ ଦୁନିଆଁର ସବୁ ସୁଖ ପାଇ ଯିବା ଭଳି ଅନୁଭବ କରିଥାଏ ତ ଆଉ କେବେ ପ୍ରେମକୁ ନ ପାଇ ହୋଇ ଯାଇ ଥାଏ ପାଗଳ । ଏହି ପ୍ରେମ ମଣିଷକୁ କେବେ ସଜାଇ ଦେଇଥାଏ ଧନୀ ତ ଆଉ କେବେ ସଜାଇ ଦେଇଥାଏ ରାସ୍ତା କଡ଼ର ଭିକାରୀ ପୁଣି ଆଉ କେବେ କରି ଦେଇଥାଏ ଜୀବନକୁ ବ-ର୍ବାଦ । ତେବେ କିଛି ଦୁଃ-ଖଦ ଖବର ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି , ଯାହା ଆପଣଙ୍କ ଛାତି ଥରାଇ ଦେବ ।

ପ୍ରେମ ପାଇଁ ପ୍ରେମିକ ସହିତ ମିଶି ନିଜ ସ୍ବାମୀଙ୍କୁ ହ-ତ୍ୟା କରିଛି ନବ ବିବାହିତ ବଧୂ । ବାହାଘର ର ମାତ୍ର କେଇ ଦିନ ପରେ ନିଜ ସ୍ୱାମୀର ନେଇ ଯାଇଛି ଜୀବନ ଆଉ ସାଜି ଯାଇଛି ବିଧବା । ତେବେ ଏପରି କିଛି ଘ-ଟଣା ଦେଖିବାକୁ ମିଳିଛି , ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥା-ନା ଦେଘାଇ ବମକାଇ ଅଞ୍ଚଳର ଲକ୍ଷ୍ମୀ ବେହେରାଙ୍କ ଘରେ । ଲକ୍ଷ୍ମୀଙ୍କର ଦୁଇ ଝିଅ ଆଉ ଗୋଟିଏ ପୁଅକୁ ନେଇ ସୁନାର ସଂସାର ରହିଥିଲା । ଲକ୍ଷ୍ମୀ ଦୁଇ ଝିଅକୁ ବିବାହ କରାଇ ଦେଇଥିଲେ । ତେଣୁ ପୁଅର ବି ବିବାହ ବୟସ ହୋଇ ଯିବାରୁ ତାଙ୍କୁ ନିକଟସ୍ଥ ଗ୍ରାମର ଅସ୍ମିତା ନାମକ ଝିଅ ସହିତ ରୀତିନୀତି ଅନୁଯାୟୀ ବିବାହ କରାଇ ଦେଇଥିଲେ ।

କିନ୍ତୁ ଏପଟେ ଅସ୍ମିତାଙ୍କ ମନ ବିବାହରେ ନଥିଲା କାହିଁକି ନା ସେ ନିଜ କଲେଜ ସମୟରୁ ଆଉ ଜଣେ ଯୁବକଙ୍କୁ ଭଲ ପାଇ ଆସୁଥିଲେ । ତେଣୁ ନିଜ ସ୍ବାମୀଙ୍କୁ ରାସ୍ତାରୁ ହଟାଇ ଦେବା ପାଇଁ ପ୍ରେମିକ ସହିତ ମିଶି ରଚି ଥିଲେ ସୁଚିନ୍ତିତ ଯୋଜନା । ପ୍ରେମିକ ଶଙ୍କର ଗୌଡ ଆଉ ଅସ୍ମିତା ଦୁହେଁ ମିଶି ଘରେ କେହି ନଥିବା ସମୟରେ ସ୍ଵାମୀ କୃଷ୍ଣଙ୍କୁ ମା-ରିବା ପାଇଁ ଯୋଜନା କରିଥିଲେ । ଆଉ ସେଥିପାଇଁ ଘରେ ତାଙ୍କ ହାତ ଗୋଡ ବାନ୍ଧି ଦେଇ ତାଙ୍କୁ ଛୁରୀ ଭୁ-ଷି ହ-ତ୍ୟା କରି ଦେଇଥିଲେ । ତେବେ ଏହାପରେ ତାଙ୍କ ଶ-ବକୁ ନେଇ ଗଜପତି ଜିଲ୍ଲା ଜି.ଉଦୟଗିରି ଥା-ନା ଅଞ୍ଚଳର ଏକ ନାଳରେ ଫୋ-ପାଡ଼ି ଦେଇଥିଲେ । ତେବେ ଘରକୁ ଫେରି ଯେତେବେଳେ ବାପା ମାଆ ପୁଅ କଥା ପଚାରିଥିଲେ , ସେତେବେଳେ ଅସ୍ମିତା କହିଥିଲେ କି , ପୁଅ ତାଙ୍କୁ ମା-ରି କୁଆଡେ ପଳାଇ ଯାଇଛନ୍ତି ।

ସନ୍ଧ୍ୟା ହୋଇ ଯିବାରୁ ପୁଅ ଘରକୁ ନ ଫେରିବାରୁ ବାପା ମାଆ ଯାଇ ଥାନାରେ ପୁଅର ନି-ଖୋଜ ଅଭି-ଯୋଗ ଦେଇଥିଲେ । ଆଉ ଏହାପରେ ଦଶ ଦିନ ପରେ ଗଜପତି ଜିଲ୍ଲା ଜି.ଉଦୟଗିରି ଥା-ନା ଅଞ୍ଚଳର ଏକ ନାଳରୁ ହାତ ଗୋଡ ବନ୍ଧା ଏକ ଶ-ବ ଦେଖି ପୋ-ଲିସ ଚିହ୍ନଟ ପାଇଁ କୃଷ୍ଣଙ୍କ ପରିବାରକୁ ଡକାଇ ଥିଲା । ଆଉ ଏହାପରେ ପରିବାର ଲୋକଙ୍କୁ ଲାଗିଥିଲା ଏକ ଶକ୍ତ ଝ-ଟକା । ପୁରା ପରିବାର ଭାଙ୍ଗି ପଡ଼ିଥିଲା । ଆଉ ତାପରେ ପୋ-ଲିସ ଆଗରେ ସବୁ ସତ କଥା କହି ଦେଇଥିଲେ ଅସ୍ମିତା । ତେବେ ପୋ-ଲିସ ବର୍ତ୍ତମାନ ତାଙ୍କୁ ଆଉ ତାଙ୍କ ପ୍ରେମିକଙ୍କୁ ଗି-ରଫ କରି ନେଇଛି । ଏହା ବ୍ୟତୀତ ପରିବାର ଲୋକ ପୁଅକୁ ନ୍ୟା-ୟ ଦେବା ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *