ମାତ୍ର ୧୦ ଟଙ୍କାରେ ପେଟ ପୁରା ଖାଇବା ଏବଂ ୩୦ ଟଙ୍କାରେ ଗାଡ଼ି ସୁବିଧା । ନିଜ ରୋଜଗାର ଟଙ୍କାକୁ ଲଗାଇଲେ ଜନସାଧାରଣ ସେବାରେ ।

ଆଜିକା ଭଳି ସ୍ୱାର୍ଥପର ଦୁନିଆରେ କିଏ ବା କାହା କଥା ଚିନ୍ତା କରେ । ଯେଉଁଠି ଲୋକେ ନିଜ ପାଇଁ ଚିନ୍ତା କରିବାକୁ ସମୟ ନାହିଁ ସେଠାରେ ପରେ ଜଣେ ଅନ୍ୟ ଲୋକଙ୍କ କଥା ଚିନ୍ତା କରୁଛନ୍ତି । କିଭଳି ଲୋକେ ଖାଇବେ କିଭଳି ଆବଶ୍ୟକତା ଥିବା ଲୋକ ଗାଡ଼ି ସୁବିଧା ପାଇବେ । ଏମିତି ଅନେକ କଥା ଯାହା ମନରେ ଆସିଥାଏ ସେଭଳି ମଣିଷ ଆଜିକା ଦୁନିଆରେ ବି କଣ ଥାଇପାରେ । ପୁଣି ଏଭଳି ମାମ-ଲା ଅନେକ ସମୟରେ ସୋସିଆଲ ମିଡ଼ିଆରେ ଦେଖିବାକୁ ମଧ୍ୟ ମିଳିଥାଏ ଯେଉଁଠି ଲୋକେ ଅନ୍ୟକୁ ସାହାଯ୍ୟ କରୁଛନ୍ତି ।

ଆଉ ବର୍ତ୍ତମାନ ସମୟରେ ଆଉ ଜଣେ ବ୍ୟକ୍ତିତ୍ୱଙ୍କ ସମ୍ବନ୍ଧରେ ଖବର ଆସିଛି ଯାହା ଜାଣିଲେ ଆପଣବି ସେହି ବ୍ୟକ୍ତିଙ୍କ ଉପରେ ଗର୍ବିତ ହେବେ । ମାତ୍ର ୧୦ ଟଙ୍କାରେ ଖାଦ୍ୟ ଏବଂ ୩୦ ଟଙ୍କାରେ ରୋଗୀଙ୍କୁ ଗାଡ଼ି ସେବା ସୁବିଧା ଯୋଗାଇ ଦେଉଛନ୍ତି ବରଗଡ଼ର ଜଣେ ବ୍ୟକ୍ତି ।

ମାତ୍ର ୧୦ ଟଙ୍କାରେ ପେଟ ପୁରା ଖାଇବା ଏବଂ ୩୦ ଟଙ୍କାରେ ଗର୍ଭ-ବତୀ ମହିଳାଙ୍କ ପ୍ରସବ ସମୟରେ ହସ୍ପିଟାଲକୁ ନେବା ଏବଂ ହସ୍ପିଟାଲରୁ ଆଣିବା ସୁବିଧା ଯୋଗାଇ ଦେଉଛନ୍ତି ବରଗଡ଼ ଜିଲ୍ଲା ବିଜେପୁରର ବୁଲୁ ଷ୍ଟାର ଅର୍ଥାତ ବୁଲୁ ମେହେର । ତାଛଡ଼ା ବୁଲୁ ଷ୍ଟାର ଆହାର କେନ୍ଦ୍ରରେ ୪୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ପ୍ରତିଦିନ ବିନା ମୂଲ୍ୟରେ ଖାଇବା ମଧ୍ୟ ଯୋଗାଇ ଦେଉଛନ୍ତି । ବୁଲୁ ବର୍ତ୍ତମାନ ସମାଜସେବାରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି ।

ନିଜ ରୋଜଗାର ଟଙ୍କାରୁ ଲୋକଙ୍କୁ ଖାଦ୍ୟ , ଗାଡ଼ି ସେବା ପରି ସୁବିଧା ଉପଲବ୍ଧ କରୁଛନ୍ତି । ତେବେ ସେଠାରେ ଏକାଧିକ ଲୋକ ଖାଦ୍ୟ ଖାଉଛନ୍ତି ଏବଂ ସମସ୍ତେ ବେଶ ଖୁସି ମଧ୍ୟ ଅଛନ୍ତି ବୁଲୁଙ୍କର ଏଭଳି ସାହାଯ୍ୟ ପାଇଁ । ସେଠାରେ କେବଳ ଖାଦ୍ୟ ୧୦ ଟଙ୍କା ନୁହେଁ ବରଂ ବାହାରେ ଯେଉଁ ପାଣି ବୋତଲ ୨୦ ଟଙ୍କା ତାହାକୁ ସେଠାରେ ୧୦ ଟଙ୍କାରେ ମଧ୍ୟ ଉପଲବ୍ଧ କରାଯାଉଛି ।

ଯାହାଦ୍ୱାରା ଗରିବ ଦିନ ଦୁହିଁଙ୍କୁ ଅତ୍ୟନ୍ତ ଆଶ୍ୱସ୍ତି ମିଳି ପାରୁଛି । ସେଠାକୁ ଆସୁଥିବା ଲୋକେ ଏହା ମଧ୍ୟ କହୁଛନ୍ତି ଯେ ଅନ୍ୟ ହୋଟେଲ ଅପେକ୍ଷା ସେହି ସ୍ଥାନ ଖୁବ ଭଲ ଏବଂ ବେଶ ସଫାସୁତୁରା ଏବଂ ଖାଦ୍ୟରେ ଭାତ , ଡାଲମା , ଆଚାର , ଚଟନି ଦେଉଛନ୍ତି ଯାହାକୁ ଲୋକେ ପେଟ ପୁରା ଆରାମରେ ଖାଇ ପାରୁଛନ୍ତି । ତେବେ ଏଠାରେ କହି ରଖିବୁ ଯେ ଯେଉଁଠି ଆଜିକାଲି ଲୋକେ ନିଜ ଜନ୍ମ କଲା ବାପା ମା’ଙ୍କୁ ଖାଇବାକୁ ଗଣ୍ଡେ ଦେଉ ନାହାଁନ୍ତି , ଏପରି ସ୍ଥଳେ ଭୋକିଲା ଲୋକଙ୍କ ପେଟ ପୁରାଉଛନ୍ତି ବୁଲୁ ଷ୍ଟାର ।

ପ୍ରତ୍ୟେକ ଦିନ ଶହ ଶହ କୁଲି , ମଜୁରିଆ , ଡ୍ରାଇଭର , ଡାକ୍ତରଖାନା , ବ୍ଲକ ଅଫିସ , ବ୍ୟାଙ୍କ , ତହସିଲ ଅଫିସକୁ ଆସୁଥିବା ଲୋକେ ୧୦ ଟଙ୍କାରେ ଉନ୍ନତମାନର ପେଟପୁରା ଖାଦ୍ୟ ପାଇ ପାରୁଛନ୍ତି । ବୁଲୁଙ୍କ ଏଭଳି କାମ ପାଇଁ ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟିଛି ।

ଏଠାରେ କହି ରଖିବୁ ଯେ ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏମିତି ଅନେକ ସ୍କିମ ବାହାର କରିଛନ୍ତି ଏବଂ କାର୍ଯ୍ୟକାରୀ ମଧ୍ୟ କରିଛନ୍ତି କିନ୍ତୁ ପରିଣାମ ଏହା ଯେ ବରଂ ଧନୀ ଲୋକେ ତାହାର ଲାଭ ଉଠାଉଛନ୍ତି କିନ୍ତୁ ଯାହାକୁ ବାସ୍ତବରେ ସାହାଯ୍ୟ ଆବଶ୍ୟକ ସେ ପାଇ ପାରୁନାହିଁ । ଆଉ ବର୍ତ୍ତମାନ ସମୟରେ ସେଭଳି ସମସ୍ୟାକୁ ହୃଦୟଙ୍ଗମ କରି ବୁଲୁ ନିଜର ଏଭଳି ଏକ ଅଭିଯାନ ଆରମ୍ଭ କରିଛନ୍ତି ।

ଏଭଳି କାମ ଆରମ୍ଭ କରିବାର ପ୍ରାୟ ଏକ ମାସ ଉପରେ ବିତି ଗଲାଣି । ପୁଣି ୪୦ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଫ୍ରି ରେ ଖାଇବା ଯୋଗାଇ ଦେଉଛନ୍ତି ବୁଲୁ । ଆଉ ତାଙ୍କର ଏଭଳି କାମ ପାଇଁ ଅଞ୍ଚଳ ଲୋକେ ଗର୍ବିତ ହୋଇଛନ୍ତି ଏବଂ ସର୍ବସାଧାରଣରେ ତାଙ୍କର ଚର୍ଚ୍ଚା ହେବା ସହିତ ଲୋକେ ତାଙ୍କୁ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *