ପାରମ୍ପାରିକ ରୀତିନୀତିରେ ବିବାହ କରୁଛନ୍ତି ଡାକ୍ତର , ନାହିଁ ଡିଜେ ତଥାପି କରୁଛନ୍ତି ଲୋକ ଉପଭୋଗ

ଆଜିର ଆଧୁନିକ ସମାଜରେ ବିବାହର ରୀତିନୀତି ବଦଳି ଗଲାଣି । ଆଉ ଆଗ ଭଳି ଜମା ବି ବିବାହ ହେଉ ନାହିଁ । ଆଗରୁ ଯେମିତି ପାଲିଙ୍କିରେ ବସି ପୁଅ ଯାଉଥିଲା ବିବାହ କରିବା ପାଇଁ ଆଉ ଝିଅ ମଧ୍ୟ ସେହି ପାଲିଙ୍କିରେ ବସି ଶାଶୁ ଘରକୁ ଫେରୁଥିଲା ସେଭଳି ନିୟମ ଆଉ ନାହିଁ । ଲୋକେ ପରିବେଶକୁ ପ୍ରଦୂଷଣ କରି ଡିଜେ ବଜାଇ ନାଚି ଗାଇ ବାଣ ଫୁଟାଇ ଯାଉଛନ୍ତି ବିବାହ କରିବା ପାଇଁ ଆଉ ତାଙ୍କ ସହିତ ବରଯାତ୍ରୀ ମଧ୍ୟ ସବୁଠାରୁ ଅଧିକ ଉପଭୋଗ କରି ଯାଉଛନ୍ତି । ଆଉ ଏହାରି ମଧ୍ୟରେ ସମାଜର ପଟ୍ଟଚିତ୍ର ପୁରାପୁରି ବଦଳି ଯାଇଛି ।

କିନ୍ତୁ ଏସବୁ ମଧ୍ୟରେ ବର୍ତ୍ତମାନ ସମୟରେ ରାଜଧାନି ଭୁବନେଶ୍ୱରରେ ଦେଖିବାକୁ ମିଳିଚି ଏପରି ଏକ ବାହାଘର , ଯାହା ସବୁଠାରୁ ନିଆରା । ଆଉ ଏପରି ବାହାଘର ବର୍ଷ ବର୍ଷ ଧରି କେଉଁଠାରେ ମଧ୍ୟ ହୋଇ ନାହିଁ । ଲୋକେ ଆଜିକାଲି ଡିଜେର ତାଳେତାଳେ ମତୁଆଲା ହୋଇ ଯାଉଛନ୍ତି ବାହା କରାଇବା ପାଇଁ ।

କିନ୍ତୁ ରାଜଧାନୀରେ ଏକ ନିଆରା ଆଉ ପାରମ୍ପାରିକ ଢଙ୍ଗରେ ଦେଖିବାକୁ ମିଳିଚି ଏକ ବିବାହ । ଯେଉଁଠି ନା ଅଛି ଡିଜେ ନା ଅଛି ପରିବେଶ ପ୍ରଦୂଷଣ । ଲୋକେ ପୁରାପୁରି ରୀତିନୀତି ଅନୁଯାୟୀ ବିବାହ କରାଇବା ପାଇଁ ଯାଉଛନ୍ତି । ଆଉ ସାଙ୍ଗରେ ନେଇ ବରକୁ ଯାଉଛନ୍ତି ଆଉ ତାହା ପୁଣି ପାଲିଙ୍କିରେ ।

ତେବେ ରାଜଧାନିରେ ଏପରି ବିବାହ କରୁଛନ୍ତି ଜଣେ ଡାକ୍ତର । ଆଉ ଯାହାଙ୍କୁ ସେ ବିବାହ କରୁଛନ୍ତି ସେ ମଧ୍ୟ ଜଣେ ଡାକ୍ତରାଣୀ । ତେବେ ଉଭୟ ପରିବାରର ସହମତି ଅନୁଯାୟୀ , ଏପରି ନିଷ୍ପତ୍ତି ନିଆ ଯାଇଥିଲା ଆଉ କୁହା ଯାଇଥିଲା କି , ପୁଅ ବିବାହ କରିବା ପାଇଁ ଆଦୌ ଡିଜେ ବଜାଇ ଯିବ ନାହିଁ । ଆଉ ପାରମ୍ପାରିକ ରୀତିନୀତି ଅନୁଯାୟୀ ପାଲିଙ୍କିରେ ବସି ବିବାହ କରିବାକୁ ଯିବ । ତେବେ ସହମତି ଅନୁଯାୟୀ , ଗତକାଲି ବିବାହ କରିବା ପାଇଁ ଡାକ୍ତର ବାବୁ ଜଣକ ବାହାରି ଯାଇଥିଲେ । ଆଉ ସାଙ୍ଗରେ ରହିଥିଲେ ବରଯାତ୍ର। ଯେଉଁ ମାନେ ବ୍ୟାଣ୍ଡ ବାଜାର ତାଳେ ତାଳେ ନାଚି ନାଚି ଆଗକୁ ବଢ଼ି ଥିଲେ ।

ତେବେ ଏପରି ଏକ ନିଆରା ବାହାଘର ବିଷୟରେ ତାଙ୍କ ପରିବାର ଲୋକ କହିଛନ୍ତି କି , ବର୍ତ୍ତମାନର ଦୁନିଆଁରେ ଡିଜେର ଚାହିଦା ଅତ୍ୟନ୍ତ ବଢ଼ି ଯାଇଛି । କିନ୍ତୁ ସବୁ ପରେ ମଧ୍ୟ ରହିଛି ଆଗ କାଳର ନୀତି ନିୟମ। ଆଉ ସେହି ଅନୁଯାୟୀ ସେମାନେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇ ଥିଲେ । ଆଉ ଏଥିରେ ସମସ୍ତେ ମଧ୍ୟ ଖୁସି ହୋଇଥିଲେ । ଆଉ ସମସ୍ତେ ବହୁତ ଉପଭୋଗ ମଧ୍ୟ କରିବାରେ ଲାଗିଛନ୍ତି । ତେବେ ଭୁବନେଶ୍ୱର ଉପରେ ଏପରି ଏକ ନିଆରା ବାହାଘର ଦେଖି ସମସ୍ତେ ଖୁସି ହେଉଛନ୍ତି ଆଉ ବର ଘର ଲୋକଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *