୬ଟି ଛୁଆର ବାପ ହେଇ ୨୪ ବର୍ଷୀୟ କନ୍ୟାକୁ ବିବାହ କଲେ ୬୩ ବର୍ଷିୟ ବୃଦ୍ଧ।

ଝିଅଟି ବାହା ହେଲା ପରେ ନିଜ ସ୍ବାମୀ ଏବଂ ପରିବାରକୁ ନେଇ କେତେ ସ୍ବପ୍ନ। ଆଗତ ଭବିଷ୍ୟତ ବିଷୟରେ ସେ ବହୁତ୍ କିଛି ଭାବିକି ରଖିଥାଏ କିନ୍ତୁ ସେ କେବେ ତା ସ୍ୱପ୍ନରେବି ଭାବି ନଥାଏ ଯେ। ସେ କେବେ ତା ବାପାଙ୍କ ବୟସର ଗୋଟେ ବୃଦ୍ଧ ଙ୍କୁ ବାହା ହେଇ ଘର ସଂସାର କରିବ। ହଁ ଆଜ୍ଞା ଏମିତି ଏକ ଘଟ-ଣା ବାରାମୁଙ୍କି ଜିଲ୍ଲାରେ ଦେଖିବାକୁ ମିଳିଛି।

ବାରାମୁଙ୍କି ଜିଲ୍ଲା ସୁମେୟା ଅଞ୍ଚଳର ୬୩ ବର୍ଷୀୟ ନାଗଚ୍ଛେଦଙ୍କ ର ୬ଟି ଝିଅ। ୬ଟି ଝିଅଙ୍କ ଦାୟିତ୍ଵ ଦେଇ ନଗସ୍କେଦଙ୍କ ପତ୍ନୀ ତାଙ୍କୁ ଏତେବଡ଼ ଦୁନିଆରେ ଏକା କରିଦେଇ ଆରପାରିକୁ ଚାଲିଗଲେ। ତାପରେ ସେ ନିଜ ଝିଅଙ୍କୁ ବଡ଼ କରି ତାଙ୍କର ବିବାହ କଲେ। ଝିଅ ମାନେ ବାହା ହେଇ ଶାଶୂଘରକୁ ଚାଲିଯିବା ପରେ ନାଗଚ୍ଛେଦ ପୁରା ଏକା ହେଇଗଲେ। ତାଙ୍କୁ ଆଉ ଏକା ରହିବାକୁ ଭଲ ଲାଗିଲାନି। ସେଥିପାଇଁ ସେ ଦ୍ୱିତୀୟ ବିବାହ କରିବା କଥା ଭାବିଲେ।

ବାପାଙ୍କ ଦ୍ୱିତୀୟ ବିବାହ କଥା ଶୁଣି ଝିଅ ମାନେ ମଧ୍ୟ ରାଜି ଥିଲେ। ତାପରେ ନାଗଚ୍ଛେଦ ରଞ୍ଚିର ବନ୍ଧିତା ନାମକ ଜଣେ ୨୪ ବର୍ଷୀୟ ଝିଅଙ୍କୁ ବାହା ହେବାପାଇଁ ଡିଜେ ବଜେଇ ୨୫ ଜଣ ବରଯାତ୍ରୀଙ୍କ ସହିତ ବନ୍ଧିତା ଘରେ ପହଞ୍ଚିଲେ। ବନ୍ଧିତାଙ୍କ ଘର ଲୋକ ମଧ୍ୟ ଗୋଟେ ଅଧ ବୁଢ଼ା ସହିତ ନିଜ ଝିଅର ବାହାଘର ପାଇଁ ରହିଥିଲେ। କିନ୍ତୁ ବିବାହ ବେଳେ ବନ୍ଧିତାଙ୍କ ମୁଁହରୁ ଲାଗୁ ନଥିଲା କି ସେ ଏ ବିବାହ ପାଇଁ ରାଜି ଥିଲେ।

ତାପରେ ବିବାହ କାମ ସରିଲା। ନାଗଚ୍ଛେଦଙ୍କ ବାହାଘରରେ ତାଙ୍କ ୬ ଝିଅ ମଧ୍ୟ ଥିଲେ। ସେମାନେ ବାହାଘର ବେଳେ ବହୁତ୍ ଖୁସି ଥିଲେ। ବର୍ତମାନ ୬୩ ବର୍ଷୀୟ ବୁଢାକୁ ୨୪ ବର୍ଷୀୟ ଝିଅର ବାହାଘର ଭିଡିଓ ସୋସିଆଲ ମିଡିଆରେ ଭିଇରାଲ ହେବାରେ ଲାଗିଛି। ଲୋକମାନେ ନିଜର ପତ୍ରିକ୍ରୀୟ ପ୍ରକାଶ କରି ୬୩ ବର୍ଷୀୟ ବୁଢାକୁ ଏବଂ ଝିଅଙ୍କ ପାରିବାର ଲୋକଙ୍କୁ ଅନେକ କଥା କହିଛନ୍ତି। କେତେଜଣ ଲେଖିଛନ୍ତି ନାତି ନାତୁଣୀ ସହ ଖେଳିବା ବୟସରେ ବୁଢ଼ା ନିଜ ଝିଅ ବୟସର କନ୍ୟାକୁ ବାହା ହଉଛି।

Leave a Reply

Your email address will not be published. Required fields are marked *