ବିଜେପି ଛାଡୁ ଛାଡୁ ଲେଖାଶ୍ରୀଙ୍କୁ ଟାର୍ଗେଟ। ନାଁ ନନେଇ ବରିଷ୍ଠ ନେତା କହିଲେ ସାଂଘାତିକ କଥା।

ବିଜେପି ଛାଡୁ ଛାଡୁ ଲେଖାଶ୍ରୀଙ୍କୁ ଟାର୍ଗେଟ। ସାମ୍ନାକୁ ଆସିଲେ ଦଳର ବରିଷ୍ଠ ନେତା। ନାଁ ନନେଇ କହିଲେ ସାଂଘାତିକ କଥା। ହଁ ବନ୍ଧୁଗଣ ବିଜେପିରୁ ଇସ୍ତଫା ଦେବା ପରେ ବିଜେଡିରେ ମିଶିଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର। ଆଜି ସକାଳେ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନିଜ ଇସ୍ତଫା ପତ୍ରକୁ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ ଲେଖାଶ୍ରୀ। ଏହା ପରେ ଶଙ୍ଖ ଭବନରେ ସେ ବିଧି ବଧ ଭାବେ ବିଜେଡିର ସାମିଲ ହୋଇଥିଲେ। ଆଉ ଏହା ପରେ ଲେଖାଶ୍ରୀ କହିଥିଲେ ମୋର ଯେତିକି ଦକ୍ଷତା ଥିଲା ସେହି ଅନୁସାରେ ମୁଁ ଦୀର୍ଘ ୧୦ ବର୍ଷ ଧରି ଭାରତୀୟ ଜନତା ପାର୍ଟି ପାଇଁ କାର୍ଯ୍ୟ କରିବି। ତଥାପି ଶୀର୍ଷ ନେତୃତ୍ୱ ବିଶ୍ୱାସ ଭାଜନ ହୋଇପାରିଲିନାହିଁ।

ପ୍ରତିବଦ୍ଧତାର ସହିତ କଠିନ ପରିଶ୍ରମ କରିବା ସ୍ୱତେ ଦଳୀୟ ନେତୃତ୍ୱଙ୍କ ନିକଟରେ ମୁଁ ଆଶା ଭାଜନ ହୋଇପାରିଲି ନାହିଁ। କୌଣସି କାରଣରୁ ମୋ ଉପରେ ସେମାନେ ଭରସା କରି ପାରିଲେ ନାହିଁ। ତେଣୁ ମୁଁ ଅନୁଭବ କଲି ଭାରତୀୟ ଜନତା ପାର୍ଟିରେ ମୋର କାମ ସରିଯାଇଛି ଆଉ କାମ କରିବାର ସୁଯୋଗ ନାହିଁ। ତେଣୁ ଆଗକୁ ବଢ଼ିବାରେ ପାଇଁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଯାତ୍ରାରେ ସାମିଲ ହେବାକୁ ନିଷ୍ପତ୍ତି ନେଲି।

ତେବେ ଲେଖାଶ୍ରୀ ବିଜେଡିର ମିଶିବା ପରେ ସେପଟେ ସାମ୍ନାକୁ ଆସିଛି ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ରଙ୍କ ବୟାନ। ଜଣକ ପରେ ଜଣେ ବରିଷ୍ଠ ନେତା ଦଳ ଛାଡିବା ପଛରେ ସଫେଇ ରଖିଛନ୍ତି ଦଳର ଉପସଭାପତି ଗୋଲକ ମହାପାତ୍ର। ସେ କହିଛନ୍ତି କି ବିଜେପି ଯେତେବେଳେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ତ ସେତେବେଳେ ଦଳର ନେତା ମାନଙ୍କର ଆଶା ରହିବା ସ୍ୱାଭାବିକ କି ସେମାନଙ୍କୁ ଦଳ ଟିକେଟ ଦେଉ। ଯେତେବେଳେ ସେମାନଙ୍କ ଏହି ଆଶା ପୂରଣ ହୋଇପାରୁନାହିଁ ସେମାନେ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଉଛନ୍ତି।

ଲେଖାଶ୍ରୀଙ୍କ ନାଁ ନନେଇ ଗୋଲକ କହିଛନ୍ତି କି ଯେଉଁମାନେ ବିଜେପି ଛାଡି ବିଜେଡିର ଯୋଗ ଦେଉଛନ୍ତି ସେହିମାନେ କିଛି ଦିନ ତଳେ ବିଜେଡି ବିରୋଧରେ ବୟାନ ଦେଉଥିଲେ। ବିଜେପିରେ ଥାଇ ବିଜେଡିକୁ ଯେଉଁମାନେ ଗାଳି ଦେଉଥିଲେ ଆଉ ଆଜି ସୁଯୋଗ ଦେଖି ବିଜେଡିର ଯୋଗ ଦେଉଛନ୍ତି ସେମାନେ ସେତେବେଳେ ଠିକ କହୁନଥିଲେ। ନାଁ କେବଳ ନିଜ ସ୍ୱାର୍ଥ କଥା କହୁଥିଲେ। ସେମାନେ କେବେବି ଦଳ ଦେଶ ମାଟି କଥା ଚିନ୍ତା କରୁନଥିଲେ ବୋଲି କହିଛନ୍ତି ଗୋଲକ।ସେମାନଙ୍କ ପାଇଁ ଟିକଟ ବଡ଼ ହେଲେ ଆମ ପାଇଁ ଦେଶ ଓ ଓଡ଼ିଶାର ବିକାଶ ବଡ଼। କୌଣସି ବିଜେପି ନେତାଙ୍କର ସର୍ତ ପ୍ରାପ୍ତିର ଲକ୍ଷ୍ୟ ନାହିଁ। ଲୋକଙ୍କୁ ସୁଶାସନ ଯୋଗାଇବା କେବଳ ବିଜେପିର ଦାୟିତ୍ୱ ବୋଲି କହିଛନ୍ତି ଗୋଲକ ମହାପାତ୍ର।

ଏହା ସହିତ ସେ ଏହା ମଧ୍ୟ କହିଛନ୍ତି କି ଯେଉଁମାନେ ବିଜେପି ଛାଡି ବିଜେଡିରେ ଯୋଗ ଦେଉଛନ୍ତି ସେମାନଙ୍କ କଥା ଛାଡ଼ନ୍ତୁ କିନ୍ତୁ କାଲି ରାଜ୍ୟରେ ବିଜେପି ବିଜେଡି ବିରୋଧରେ ଲଢ଼ୁଥିଲା ଆଉ ଆଜିବି ଲଢେଇ ଜାରି ରହିବ ବୋଲି କହିଛନ୍ତି ଏହି ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ବିଜେପିରେ ଥିଲା ବେଳେ ମୁଁ ଲେଖାଶ୍ରୀ ସାମନ୍ତ ସିଂହାର ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରୁଥିଲେ ସେ ଦଳ ଛାଡିବାର ଦିନଟିଏ ନପୁରୁଣୁ ନିଜ ପୁରୁଣା ଦଳ ତାଙ୍କୁ ପରୋକ୍ଷରେ ସ୍ୱାର୍ଥପର ଆଉ ଟିକେଟ ଲୋଭି ବୋଲି କହିବାକୁ ପଛାଇ ନାହିଁ।

Leave a Reply

Your email address will not be published. Required fields are marked *