ରାଣୀ ଦିଦିଙ୍କୁ ଏମିତି କହିଲେ ମିଷ୍ଟର ଗଜପତି । କହିଲେ ” ରାଣୀ ପଣ୍ଡା – ପୀୟୂଷ ତ୍ରିପାଠୀ ଠିଆହେଲେ ଦୈତାରୀ ପଣ୍ଡା , ବାପି ପଣ୍ଡା ସବୁ ତଳେ ଗଳିକି ପଳେଇବେ । “

ଅନେକ ସମୟରେ ରୋଷ୍ଟର ମିଷ୍ଟର ଗଜପତିଙ୍କୁ ସୋସିଆଲ ମିଡିଆରେ ନିଜର ଉକ୍ତି ଦେଉଥିବା ଦେଖିବାକୁ ମିଳିଥାଏ । ଆଉ ବର୍ତ୍ତମାନ ସେ ଅଲିଉଡ଼ ତଥା ଯାତ୍ରା କଳାକାର ରାଣୀ ପଣ୍ଡା ଏବଂ ପୀୟୂଷ ତ୍ରିପାଠୀଙ୍କୁ ନେଇ ନିଜର ମତ ଦେଇଛନ୍ତି । ପୀୟୂଷ ତ୍ରିପାଠୀ ଜଣେ ଏମିତି କଳାକାର ଯାହାଙ୍କର ଗୋଟିଏ ଝଲକ ଦେଖିବାକୁ ଲୋକଙ୍କର ଭିଡ଼ ଲାଗିଥାଏ । ସେ ଯାତ୍ରାରେ କୌଣସିବି ଚରିତ୍ରରେ କାମ କରନ୍ତୁ ନା କାହିଁକି ସେ ସମ୍ପୂର୍ଣ୍ଣ ବାସ୍ତବ ଅଭିନୟ କରନ୍ତି । କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଅଛି ଏବଂ ପଡ଼ିଯିବା କାରଣରୁ ତାଙ୍କ ଦେହରେ ଆଘାତ ଲାଗିଥିବା କୁହାଯାଉଛି । ତେଣୁ ଏହାରି ମଧ୍ୟରେ ରାଣୀ ପଣ୍ଡା କିଭଳି ପୀୟୂଷଙ୍କୁ ଦେଖିବାକୁ ଯାଇନଥିବା କଥା ଉଠିବା ପରେ ମିଷ୍ଟର ଗଜପତି ଏହାକୁ ନେଇ ନିଜର ମତ ରଖିଛନ୍ତି ।

ମିଷ୍ଟର ଗଜପତିଙ୍କ କହିବା କଥା ଯେ ରାଣୀ ପଣ୍ଡା ନିହାତି ଭାବରେ ପୀୟୂଷ ତ୍ରିପାଠୀଙ୍କୁ ଦେଖା କରବାକୁ ଯିବେ ଏବଂ ତାଙ୍କୁ ଆଶ୍ୱାସନା ମଧ୍ୟ ଦେବେ । ଲୋକେ ସାଧରଣତଃ କହିଥାନ୍ତି ଯେ ରାଣୀ ପଣ୍ଡା ଏବଂ ପୀୟୂଷଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ । କିନ୍ତୁ ବାସ୍ତବରେ ସେମିତି କୌଣସି କଥା ନାହିଁ । ରାଣୀ ପଣ୍ଡା ଏବଂ ପୀୟୂଷ ଭାଇ ଭଉଣୀ ଭଳି ।

କିନ୍ତୁ ଯାତ୍ରା ଦୁନିଆରେ ଆଉ କିଛି କଳାକାର ଅଛନ୍ତି ଯେଉଁମାନେ ରାଣୀ ପଣ୍ଡା ଏବଂ ପୀୟୂଷଙ୍କ ଉନ୍ନତି ସଫଳତା ସହ୍ୟ କରି ପାରନ୍ତି ନାହିଁ । ଯେଉଁ କାରଣରୁ ସେମାନେ ସମୟରେ ଏଭଳି ଉକ୍ତି ଦେଉଛନ୍ତି । ତେବେ ଗତ କିଛିଦିନ ତଳେ ଯେତେବେଳେ ଖଣ୍ଡଗିରିରେ ରାଣୀ ପଣ୍ଡାଙ୍କ ନାଟକ ଥିଲା ସେତେବେଳେ ସେ ଅନେକ ଲୋକଙ୍କୁ ଖାଇବାକୁ ଦେଇଥିଲେ ।

କିନ୍ତୁ ଆଉ କିଛି କଳାକାର ତାଙ୍କୁ ବିରୋଧ କରି ସେହି କାମକୁ ଅଟକାଇ ଦେଇଥିଲେ । ଏହାକୁ ନେଇ ଗଜପତି କହିଛନ୍ତି ଯେ ରାଣୀ ପଣ୍ଡା ଏବଂ ପୀୟୂଷ ଦୁହିଁଙ୍କର ଗୋଟିଏ ନାଟକ ଆସିଲେ ତାହାକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି । ଏହି ଦୁହିଁଙ୍କ ଅଭିନୟକୁ ଲୋକେ ନିହାତି ପସନ୍ଦ କରିବେ । ଆଉ ବାକି ରହିଲା ପୀୟୂଷଙ୍କ କଥା , ଅଭିନୟ ସମୟରେ ତାଙ୍କର ସେମିତି ଆଘାତ ଲାଗିଥାଇ ପାରେ । କିନ୍ତୁ ବହୁତ ଜଲଦି ସେ ସୁସ୍ଥ ହେବେ ସେତେ ଜଲଦି ସେ ପୁଣି ନାଟକରେ ନଜର ଆସିବେ ।

ଏପଟେ ପ୍ରଶ୍ନ ଏହା ଉଠୁଛି ଯେ ରାଣୀ ପଣ୍ଡା ପୀୟୂଷଙ୍କୁ କାହିଁକି ଦେଖିବାକୁ ଯାଇ ନାହାଁନ୍ତି ? ଏହାକୁ ନେଇ ମିଷ୍ଟର ଗଜପତି କହିଛନ୍ତି ଯେ ରାଣୀ ଦିଦି ନିଶ୍ଚୟ ପୀୟୂଷଙ୍କୁ ଦେଖିବାକୁ ଯିବେ ଏବଂ ” ଯଦି ରାଣୀ ପଣ୍ଡା – ପୀୟୂଷ ତ୍ରିପାଠୀ ଠିଆହେଲେ ତେବେ ଦୈତାରୀ ପଣ୍ଡା , ବାପି ପଣ୍ଡା ଏମାନେ ଆଉ କିଛି ନୁହେଁ । “

Leave a Reply

Your email address will not be published. Required fields are marked *