ରାମ ମନ୍ଦିରର ପ୍ରତିଷ୍ଠା ପଛରେ ରହିଛି ଦିବ୍ୟ ମାଙ୍କଡ଼ର ହାତ । କୋର୍ଟରେ ରାୟକୁ କରିଥିଲେ ସଫଳ ।

ଜାନୁୟାରୀ ୨୨ ରେ ରାମ ମନ୍ଦିରର ପ୍ରତିଷ୍ଠା ହେବାକୁ ଯାଉଛି । ବହୁ ବର୍ଷର ତପସ୍ୟା ଆଉ କିଛି ଦିନ ପରେ ସଫଳ ହୋଇଯିବ । ଯାହା ପଛରେ ଏକ ମାଙ୍କଡ଼ର ମୁଖ୍ୟ ଭୂମିକା ରହିଛି ବୋଲି କୁହାଯାଉଛି । ଯଦି ସେଦିନ କୋର୍ଟରେ ରାୟ ଶୁଣାଇବା ସମୟରେ ମାଙ୍କଡ଼ଟିଏ କୋର୍ଟର ଛାତ ଉପରେ ବସି ନଥାନ୍ତା ତେବେ ହୁଏତ ଆଜି ଏସବୁ ସମ୍ଭବ ହୋଇ ନଥାନ୍ତା । ତେବେ ସେଦିନ ହନୁ ମାଙ୍କଡ଼ର ବେଶରେ ଭଗବାନ ହନୁମାନ ଆସିଥିଲେ ବୋଲି ଲୋକେ ବିଶ୍ୱାସ ପ୍ରକାଶ କରିଛନ୍ତି । ଏଥିପାଇଁ କୋର୍ଟକୁ ରାୟ ଶୁଣାଇବାରେ ଖୁବ ସାହାଯ୍ୟ ମିଳିଥିଲା । ସେତେବେଳେ ୧୯୮୬ ମସିହା ଥିଲା ମାତ୍ର ୨୦୧୯ ରେ ରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ପଥ ପରିଷ୍କାର ହୋଇଥିଲା ।

ଏହି ଲଢ଼େ-ଇର ପ୍ରଥମ ବିଜୟ ୧୯୮୬ ମସିହାରେ ମିଳିଥିଲା । ସେତେବେଳେ ବାବରୀ ମସଜିଦର ତାଲା ଖୋଲିବା ପାଇଁ କୋର୍ଟ ରାୟ ଶୁଣାଇଥିଲେ । ଏହି ରାୟ ପଛରେ ଏକ କଳା ରଙ୍ଗର ହନୁ ମାଙ୍କଡ଼ର ମୁଖ୍ୟ ଭୂମିକା ରହିଥିଲ । ଏହି ବିଷୟରେ ସେହି ସମୟରେ ରାୟ ଶୁଣାଇ ଥିବା ବିଚାରପତି କହିଥିଲେ ।

ଫୈଜାବାଦ କୋର୍ଟରେ ବାବରୀ ମସଜିଦଟ ତାଲା ଖୋଳାଯିବାକୁ ନେଇ ନିଷ୍ପତ୍ତି ହୋଇଥିଲା । ସେହି ସମୟରେ ଏକ ମାଙ୍କଡ଼ କୋର୍ଟ ଭିତରକୁ ପଶି କୋର୍ଟର ଛାତ ଉପରେ ବସି ରହିଥିଲା । ଦିନ ସାରା ମାଙ୍କଡ଼ଟି ସେହି ସ୍ଥାନରେ ଅଖିଆ ଅପିଆ ବସି ରହିଥିଲା ଏବଂ ଯେତେବେଳେ ବାବରୀ ମସଜିଦର ତାଲା ଖୋଲିବାକୁ ନିଷ୍ପତ୍ତି ନିଆଗଲା ସେତେବେଳେ ସେହି ମାଙ୍କଡ଼ଟି ସେଠାରୁ ପଳାଇ ଯାଇଥିଲା ।

ଏହି ଘଟ-ଣାକୁ ବିଚାରପତି ଆତ୍ମଜୀବନ ପାଣ୍ଡେ ନିଜର ଜୀବନ Voice Of Conscience ରେ ଲେଖିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ମାଙ୍କଡ଼ଟିକୁ ଯେତେ ଘଉଡ଼ାଇବାକୁ ଚେଷ୍ଟା କରିଲେ ବି ସୁଦ୍ଧା ମାଙ୍କଡ଼ଟି ଆଦୋୖ ଯାଇ ନଥିଲା । ଆଉ ରାୟ ଶୁଣାଇବା ପରେ ମାଙ୍କଡ଼ଟି ସେଠାରୁ ଯାଇଥିଲା । ବିଚାରପତି ଯେତେବେଳେ ନିଜ ଘରକୁ ଯାଇଥିଲେ ସେତେବେଳେ ମଧ୍ୟ ମାଙ୍କଡ଼ଟି ତାଙ୍କ ଘର ସାମ୍ନାରେ ବସିଥିଲା । ବିଚା-ରପତି ଜଣକ ତାଙ୍କୁ ଦିବ୍ୟ ମାଙ୍କଡ଼ ଭାବି ତାଙ୍କୁ ମୁଣ୍ଡିଆ ମା-ରିଥିଲେ । ସେ ନିଜ ଆତ୍ମଜୀବନୀରେ ଲେଖିଛନ୍ତି ଯେ ବୋଧହୁଏ କୋର୍ଟର ରାୟକୁ ପ୍ରଭାବିତ କରିବାରେ ଉକ୍ତ ରହସ୍ୟମୟ ମାଙ୍କଡ଼ର ଅଲୌକିକ ପ୍ର-ଭାବ ରହିଥିଲା । ଯାହାପରେ ମାଙ୍କଡ଼ଟିକୁ ଆଉ ଆଦୋୖ ଦେଖିବାକୁ ମିଳି ନଥିଲା ।

Leave a Reply

Your email address will not be published. Required fields are marked *