ଆସିଲା ନୂଆ ନିୟମ । ଏଥର ମହିଳା ସରକାରୀ କର୍ମଚାରୀ ସ୍ୱାମୀଙ୍କ ପରିବର୍ତ୍ତେ ପିଲାଙ୍କ ନାମରେ ମଧ୍ୟ କରି ପାରିବେ ପେନସନ ।

ଦେଶରେ ସରକାରୀ କର୍ମଚାରୀ ନିଜର ଏକ ନିର୍ଦିଷ୍ଟ ବୟସ ସୀମା ମଧ୍ୟ ସରକାରଙ୍କ ନିୟମ ଆଧାରରେ ପେନସନ ରାଶି ପାଇବା ଆରମ୍ଭ କରନ୍ତି । ଯେଉଁ ନିୟମ ଅନୁଯାୟୀ ଯଦି କୌଣସି ମହିଳା ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୁଏ କିମ୍ବା କୌଣସି ପୁରୁଷ କର୍ମଚାରୀଙ୍କ ମୃତ୍ୟୁ ହୁଏ ତେବେ ପେନସନ ତାଙ୍କ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ମିଳିବା ବିଧିବଦ୍ଧ ଥିଲା । ଯେଉଁ ନିୟମରେ ବର୍ତ୍ତମାନ ଏକ ବଡ଼ ପରିବର୍ତ୍ତନ ଆସିଛି । ଯାହାକୁ କେନ୍ଦ୍ର ପକ୍ଷରୁ ବର୍ତ୍ତମାନ ଆଧିକାରିକ ଭାବରେ ଘୋଷଣା କରାଯାଇଛି ଏବଂ ତାହାକୁ ସମସ୍ତେ ସମର୍ଥନା ମଧ୍ୟ ଜଣାଇଛନ୍ତି । ବର୍ତ୍ତମାନ ଏହି ନିୟମରେ ଏକ ବଡ଼ ପରିବର୍ତ୍ତନ ଆସିଛି ।

ମହିଳା ମାନେ ଯେତେବେଳେ ନିଜର ଦରମା ଆକାଉଣ୍ଟ ଖୋଲୁଛନ୍ତି ସେତେବେଳେ ସେମାନଙ୍କୁ କେବଳ ନିଜ ସ୍ୱାମୀଙ୍କର ନାମ ନୋମିନି ଆକାରରେ ରଖିବାକୁ ପଡ଼ୁଥିଲା । କିନ୍ତୁ ଏଥର ମହିଳା ମାନେ ନିଜ ପିଲା ମାନଙ୍କୁ ନୋମିନି ଆକାରରେ ରଖି ପାରିବେ । ଯେଉଁଠି ପୂର୍ବରୁ କେନ୍ଦ୍ରୀୟ ସିଭିଲ ସର୍ଭିସ ପେନସନ ନିୟମ ୨୦୨୧ ର ଆଇନ ୫୦ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ଜୀବନସାଥୀ ହିଁ ପେନସନ ପାଇବାକୁ ହକଦାର ହେଉଥିଲେ । ସେଠାରେ ବର୍ତ୍ତମାନ ବଡ଼ ପରିବର୍ତ୍ତନ କରାଯାଇଛି । ଏଥର ମହିଳା ମାନେ ନିଜ ନୋମିନି ନିଜେ ବାଛି ପାରିବେ । ଏଭଳି ନିୟମ ପରିବର୍ତ୍ତନର କାରଣ ମଧ୍ୟ ରହିଛି ।

କହିରଖିବୁ ଯେ ଅଧିକାଂଶ ସମୟରେ ମହିଳା ମାନେ ନିଜ ଶାଶୁ ଘରେ ଘରୋଇ ହିଂସା ମାମଲା କାରଣରୁ ପୀଡ଼ିତ ହୁଅନ୍ତି । ଅନେକ ମହିଳା ନିଜ ଶାଶୁ ଘରେ ନିର୍ଯାତିତ ହୁଅନ୍ତି । ତଥାପି ତାଙ୍କ ମୃତ୍ୟୁ ପରେ ତାଙ୍କ ପେନସନ ତାଙ୍କ ସ୍ୱମୀଙ୍କୁ ଯାଇଥାଏ । ଯେଉଁଥିରେ ତାଙ୍କ ପିଲାଙ୍କର କୌଣସି ଅଧିକାର ନଥାଏ ।

ପୁଣି ଯଦି କୌଣସି କ୍ଷେତ୍ରରେ ଘରୋଇ ହିଂସା ଦେଖାଦିଏ କିମ୍ବା ମହିଳାଙ୍କୁ ନିର୍ଯାତନା ଦେବା ସହ ଛାଡ଼ପତ୍ର ମାମଲା ଚାଲିଥାଏ । ତେବେ ସେହି କ୍ଷେତ୍ରରେ ମହିଳା ଚାହିଁଲେ ନିଜ ପେନ୍‌ସନ୍‌ର ନୋମିନି ବଦଳାଇ ସ୍ୱାମୀ ପରିବର୍ତ୍ତେ ପିଲାଙ୍କୁ ରଖିପାରିବେ । ଯଦି ସ୍ୱାମୀ ନିଜ ସ୍ତ୍ରୀକୁ ଛାଡ଼ି ଅନ୍ୟ ମହିଳାଙ୍କ ସହିତ ରହୁଛନ୍ତି ତେବେ ଏଭଳି କ୍ଷେତ୍ରରେ ମଧ୍ୟ ମହିଳା ତାଙ୍କୁ ଛାଡ଼ି ନିଜ ପେନସନ ସହିତ ମିଶି ନିଜ ପିଲାଙ୍କ ସହିତ ରହି ପାରିବେ ।

Leave a Reply

Your email address will not be published. Required fields are marked *