ବାପା ଚାଲିଗଲେ ଆରପାରିକୁ , ମାଆ ଚାଲିଗଲା ପ୍ରେମିକ ସହ , ଏବେ ପରିବାରର ବୋଝ ମୁଣ୍ଡାଇଛି କୁନି ଝିଅ

କାହାର ଜୀବନରେ କେତେ ପ୍ରକାରର ଦୁଃ-ଖ ଥାଏ । ଜୀବନରେ କେତେବେଳେ କାହା ଜୀବନରେ ଦୁଃ-ଖ ଆସିଯାଏ , ସେ କଥା କାହାକୁ ବି ଜଣା ନଥାଏ । କିନ୍ତୁ ବଡ ହୋଇ ଦୁଃଖ ମୁଣ୍ଡାଇବା ଅଲଗା କଥା ଆଉ ଛୋଟ ବୟସରେ ଏତେ କଷ୍ଟ କରିବା ଅଲଗା କଥା । ବାପା ମାଆ ଛେଉଣ୍ଡ ତିନି ପିଲାଙ୍କୁ ଦେଖି ସମସ୍ତଙ୍କ ଆଖିରେ ଆସି ଯାଉଛି ଲୁହ । ନିଜର କୋହ ଅଟକାଇବା ଭାରି କଷ୍ଟକର ହୋଇ ପଡ଼ୁଛି । ତିନି ପିଲା ଆଉ ସେ ମଧ୍ୟରୁ ସବୁଠାରୁ ବଡ ୧୪ ବର୍ଷର ଝିଅ । ଆଉ ସେ ମୁଣ୍ଡାଇଛି ପୁରା ପରିବାରକୁ ।

ତେବେ ହଁ ଆଜ୍ଞା ଏପରି ଜଣେ ଝିଅ ହେଉଛି ସୁମିତ୍ରା ପୂଜାରୀ , ବୟସ ମାତ୍ର ୧୪ ବର୍ଷ । ଆଉ ତା ଉପରେ ଦାୟୀତ୍ବ ଦୁଇ ଛୋଟ ଭାଇଙ୍କର । ଆମେ କହୁଛୁ ପାପଡ଼ାହାଣ୍ଡି ବ୍ଲକ ମଇଦାନପୁର ପଞ୍ଚାୟତ ଚରାମୂଳା ଗାଆଁର କଥା । ଦୁଇ ଛୋଟ ଭାଇଙ୍କୁ ନେଇ ଏହି ଗାଆଁରେ ରହୁଛି ସୁମିତ୍ରା । ୬ ବର୍ଷ ପୂର୍ବରୁ ବାପା ମେଘ ପୂଜାରୀ ଆରପାରିକୁ ଚାଲି ଯାଇଛନ୍ତି । ବାପା ଥିବା ବେଳେ ବାପା ମାଆ ମିଶି କରି ପରିବାର ପୋଷି ଦେଉଥିଲେ । କିନ୍ତୁ ବାପା ଯିବା ପରେ ମାଆ ମଧ୍ୟ ନିଜ ପ୍ରେମିକ ସହିତ ଚାଲିଗଲା ।

ରାତିରେ ଶୋଇଥିବା ସମୟରେ ମାଆ ଘରୁ ଛୁ ମା-ରିଦେଲା । ଆଉ ଯାହା ପରେ ସବୁକିଛି ବଦଳି ଗଲା । ସୁମିତ୍ରା ସ୍କୁଲ ଯିବା ବୟସରେ ଦୁଇ ଭାଇର ମାଆ ସାଜିଛି । ପେଟ ପୋଷିବା ପାଇଁ ମୂଲ ଲାଗିବା ପାଇଁ ଯାଉଛି । ଆଉ ଯାହା ରୋଜଗାର କରି ଆଣୁଛି , ସେଥିରେ ପୁରା ପରିବାରକୁ ପୋଷି ନେଉଛି । ନିଜ ରୋଷେଇ କରି ଖାଇବାକୁ ଦେଉଛି ଆଉ ଭୁଲି ଯାଉଛି ନିଜ ପେଟ କଥା । ନିଜେ ଖାଇଛି କି ନାହିଁ , ସେ କଥା ବି ତାର ମନେ ପଡୁ ନାହିଁ । ଏତେ ଦୁଃ-ଖ ଦେଖିବା ପରେ ସାହି ପଡ଼ିଶା ମଧ୍ୟ ମନ ଦୁଃ-ଖ କରୁଛନ୍ତି ।

ସୁମିତ୍ରା ଆଉ ତାର ଭାଇ ମାନଙ୍କୁ ସରକାରୀ ସହାୟତା ମିଳୁ ବୋଲି ସେମାନେ ପ୍ରଶାସନକୁ ନିବେଦନ କରିଛନ୍ତି । ଅନ୍ୟ ପକ୍ଷରେ ତିନି ପିଲା ନିଜକୁ ଅନାଥ ବୋଲି କହିବାରେ ଲାଗିଛନ୍ତି । ଆମର କେହି ନାହାଁନ୍ତି ବୋଲି ସେମାନେ କହୁଛନ୍ତି । ଆଉ କହୁଛନ୍ତି ଆମେ ଏ ଦୁନିଆଁରେ ଏକୁଟିଆ । ତେବେ ଏତେ ଛୋଟ ବେଳୁ ପରିବାର ପାଇଁ କଷ୍ଟ କରିବା ଆଉ ନିଜ ଜୀବନକୁ ବାଜି ଲଗାଇବା ଦେଖି ସମସ୍ତେ ତାଯୁବ୍। ସେଥିପାଇଁ ଗାଆଁ ଲୋକ ଅନେକ ଥର ସହାୟତା ପାଇଁ ସରକାରଙ୍କୁ ମଧ୍ୟ ଅନୁରୋଧ କରି ସାରିଛନ୍ତି ।

Leave a Reply

Your email address will not be published. Required fields are marked *