ଗୋଟିଏ ବର୍ଷ ମଧ୍ୟରେ ହରାଇଥିଲେ ନିଜ ସ୍ୱାମୀ ଏବଂ ଦୁଇ ପୁଅଙ୍କୁ । ଆଉ ବର୍ତ୍ତମାନ ଯବାନ ପୁଅ ମଧ୍ୟ ଦେଶ ପାଇଁ ହୋଇଗଲା ଶହୀଦ ।

ବର୍ତ୍ତମାନ ସମୟରେ ସବୁଠି ଓଡ଼ିଆ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ଶହୀଦ ଘଟ-ଣା ଚର୍ଚ୍ଚାରେ ରହିଛି । ପୁରା ଅଞ୍ଚଳରେ ତାଙ୍କ ନାମହିଁ ଶୁଣିବାକୁ ମିଳୁଛି । ଏହାରି ମଧ୍ୟରେ ସୁଶାନ୍ତଙ୍କ ମା’ ଏବଂ ପତ୍ନୀଙ୍କ ଦୁଃ-ଖ ଦେଖିଲେ ଆପଣବି ନିଜ ଲୁହକୁ ଅଟକାଇ ପାରିବେ ନାହିଁ । ସୁଶାନ୍ତଙ୍କ ବିବାହକୁ ଗୋଟିଏ ବର୍ଷବି ସୁଦ୍ଧା ହୋଇନାହିଁ । ଆଉ ଏହାରି ମଧ୍ୟରେ ସେ ନିଜ ସ୍ତ୍ରୀକୁ ଏବଂ ମା’ ଙ୍କୁ ଏକୁଟିଆ କରି ଚାଲି ଯାଇଛନ୍ତି । ପରିବାର କହିଲେ କେବଳ ମା’ ଏବଂ ସ୍ତ୍ରୀ । ସୁଶାନ୍ତ ଯେଉଁଠି ଦେଶର ସୁର-କ୍ଷା ପାଇଁ କାର୍ଯ୍ୟରତ ଥିଲେ ସେଠାରେ ସ୍ତ୍ରୀ ଏବଂ ମା’ ପୁରା ପରିବାରକୁ ଚଳାଉ ଥିଲେ । ସବୁକିଛି ଠିକ ଚାଲିଥିଲା । କିନ୍ତୁ ହଠାତ ଏଭଳି କିଛି ଘ-ଟଣା ଘଟିଯିବ ବୋଲି କେହିବି ଭାବି ନଥିଲେ ।

ଝାଡ଼ଖଣ୍ଡ ପଶ୍ଚିମସିଂହଭୂମ ଜିଲ୍ଲା ଟଣ୍ଟ ଥା-ନା ଅନ୍ତର୍ଗତ କୋହ୍ଲାନ ଜଙ୍ଗଲରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋ-ରଣ ଏବଂ ଗୁ-ଳି ମା-ଡ଼ରେ ଶହୀଦ ହୋଇ ଯାଇଛନ୍ତି ଓଡ଼ିଆ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ । ଆଉ ଏହି ଘଟଣା ଶୁଣିବା ପରେ ପରିବାର ଏବଂ ସମଗ୍ର ଅଞ୍ଚଳ ଯେମିତି ସ୍ତବ୍ଧ ହୋଇ ଯାଇଛି ।

ସୁଶାନ୍ତ ଏଭଳି ଏକ ସ୍ଥାନକୁ ଚାଲି ଯାଇଛନ୍ତି ଯେଉଁଠାରୁ ସେ ଆଉ କେବେ ନିଜ ପରିବାର ପାଖକୁ ଫେରି ପାରିବେ ନାହିଁ । ସୁଶାନ୍ତ ଙ୍କ ମା’ କା-ନ୍ଦି କା-ନ୍ଦି କହିବାରେ ଲାଗିଛନ୍ତି ଯେ କିଭଳି ଭାଗ୍ୟ ତାଙ୍କର ସବୁକିଛି ଛଡ଼ାଇ ନେଲା । ଆଉ ବର୍ତ୍ତମାନ ତାଙ୍କ ପାଖରେ କିଛିବି ନାହିଁ । ସମ୍ପୂର୍ଣ୍ଣ ଅସହାୟ ଏବଂ ଦୁଃଖିତ ।

ଏଭଳି ଦୁଃ-ଖ ଆଉ କୌଣସି ମା’କୁ ନମିଳୁ ବୋଲି ସେ କହିଛନ୍ତି । ତେବେ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଗୋଟିଏ ବର୍ଷ ମଧ୍ୟରେ ତାଙ୍କ ସ୍ୱାମୀଙ୍କର ମୃ-ତ୍ୟୁ ହୋଇଥିଲା । ତାପରେ ପରେ ତାଙ୍କର ବଡ଼ ପୁଅ ଏବଂ ମଝିଆ ପୁଅର ମଧ୍ୟ ମୃ-ତ୍ୟୁ ହେଲା । ସବୁ ଦୁଃ-ଖକୁ ସହ୍ୟ କରି ଧୌର୍ଯ୍ୟ ନହରାଇ ନିଜ ସାନ ପୁଅ ସୁଶାନ୍ତଙ୍କ ବିବାହ କରାଇଥିଲେ । ବିବାହକୁ ମଧ୍ୟ ବର୍ଷେ ପୁରିନାହିଁ । ସୁଶାନ୍ତ ମଧ୍ୟ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ଯେଉଁ ଦୁଃ-ଖର ଭାଗିଦାରୀ କେହିବି ହୋଇ ପାରିବେନି । ନିଜ ଆଖି ଆଗରେ ନିଜର ସ୍ୱାମୀ ଏବଂ ତିନି ପୁଅକୁ ହରାଇ ସର୍ବସ୍ବ ହରାଇଛି ବୋଲି କହିଛନ୍ତି ଏହି ମା’ ଜଣକ ।

Leave a Reply

Your email address will not be published. Required fields are marked *