ଭାଗ୍ୟ ଆଉ ଭଗବାନ ମଣିଷକୁ କେତେ ବେଳେ କେଉଁ ପଥର ପଥିକ ସଜାନ୍ତି ତାହା କଳ୍ପନା କରି ହୁଏନି । ସେଥି ପାଇଁ କୁହାଯାଏ ଆଜି ଯିଏ ଗରିବ କାଲି ସେ ଧନୀ ଆଉ କାଲି ଯିଏ ଧନୀ ଆଜି ସେ ଗରିବ । ହେଲେ ବନ୍ଧୁଗଣ ଗୋଟିଏ ମା ଟିଏ ତା ଛୁଆ ପାଇଁ ସବୁ କିଛି ବିନା ଦ୍ବିଧାରେ କରିପାରେ । କେତେବେଳେ ମୂଲ ଲାଗିପାରେ ତ ଆଉ କେତେବେଳେ ପରିସ୍ଥିତି ବାଧ୍ୟ କଲେ ଭିକ୍ଷା ବୃତ୍ତି କରିବାକୁ ପଛ ଘୁଂଚା ଦିଏ ନାହିଁ । ସେଥିପାଇଁ ତ ସେ ମା, ସେଥି ପାଇଁ ତ କୁହାଯାଏ ମାର ଋଣ ଜୀବନ ସାରା କେହି କେବେ ସୁଝି ପାରନ୍ତି ନାହିଁ ।
ବନ୍ଧୁଗଣ ଆମେ ଆଜି ଜଣେ ମାର କାହାଣୀ ଆପଣଙ୍କୁ କହିବାକୁ ଯାଉଛୁ । ଯେଉଁ ମା ତା ଛୁଆ ମୁହଁରେ ଦିନରେ ଦୁଇ ଓଳି ଖାଦ୍ୟ ଯୋଗାଇବା ପାଇଁ ଶେଷରେ ଭିକ୍ଷା ବୃତ୍ତି କରିବାକୁ ସ୍ତିର୍ କରିଥିଲା । ଭୁନେଶ୍ୱର ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ବସି ସେ ସବୁବେଳେ ଲୋକଙ୍କୁ ଭିକ୍ଷା ମାଗୁଥାଆନ୍ତି । ମନରେ ଥାଏ ଅନେକ ଆଶା ଭିତରେ ଥାଏ ଅନେକ ପ୍ରତିଭା । ହେଲେ ପରିସ୍ଥିତିର ଚାପରେ ନିଜ ପିଲା ପାଇଁ ସବୁ ଇଚ୍ଛା କୁ ଚାପ ବଳରେ ଚାପି ଦେଇ ଦିନ ରୁ ରାତି ସେହି ମହାଦେବଙ୍କ ପ୍ରାଙ୍ଗଣରେ ବସି ଭିକ୍ଷା ବୃତ୍ତି କରୁ ଥାଆନ୍ତି ।
ଘର ତାଙ୍କର ବାଲେଶ୍ଵର ଜିଲ୍ଲା । ଦିନେ ସେ ବି ବିବାହ କରି ସଂସାର କରିଥିଲେ । ପରିବାର ଥିଲା ,ସ୍ବାମୀ ଥିଲେ ଆଉ ସଂସାର ବି ଥିଲା । ହେଲେ ତାଙ୍କ କହିବା ଅନୁଯାୟୀ ତାଙ୍କ ସ୍ବାମୀ ଜଣେ ଅସାମାଜିକ ବ୍ୟକ୍ତି ହୋଇଥିବାରୁ ସେ ତାଙ୍କ ପାଖରେ ନିଜକୁ ଖାପ ଖୁଆଇ ଚଳି ପାରି ନଥିଲେ । ଶେଷରେ ତାଙ୍କୁ ବାର ଲୋକେ ବାର କଥା କହିଥିଲେ । ହେଲେ ସେ କାହା କଥାକୁ ନ ଶୁଣି ନିଜ ଛୁଆକୁ ମଣିଷ କରିବା ପାଇଁ ଚାଲି ଆସିଥିଲେ ଭୁବନେଶ୍ୱର । ଏତେ ବଡ ସହର ଭିତରେ କୁନି ଛୁଆକୁ ଧରି ରୋଜଗାର କରିବା ସମ୍ଭବ ନଥିଲା ତାଙ୍କ ପାଇଁ ।
ତା ପରେ ଲିଙ୍ଗରାଜ ମହାପ୍ରଭୁଙ୍କ ଆଗରେ ବସି ଭିକ୍ଷା ବୃତ୍ତି କରି ଛୁଆ ମୁହଁରେ ଆହାର ଦେଲେ । ହେଲେ ଦୁଃଖର କଥା ତାଙ୍କ ଭିତରେ ଥିବା ପ୍ରତିଭାକୁ ସେ ମାରିଦେଲେ । କିନ୍ତୁ ଜୀବନରେ ସବୁ ସରେ ସବୁ ମରେ ହେଲେ ପ୍ରତିଭା କେବେ ହେଲେ ସରେନି କି ମରେନି। ତେବେ ଥରେ ଗୀତ ଗାଉ ଗାଉ ତାଙ୍କ ଗୀତ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଲା । ଆଉ ତାଙ୍କୁ ଏବେ ଅନେକ ଜଣ ସୁଯୋଗ ଦେବାକୁ ଆଗେଇ ଆସିଛନ୍ତି । କାରଣ ସେ ହୃଦୟକୁ ଛୁଇଁଲା ଭଲି ଗୀତ ଗାଇଛନ୍ତି ।