ଜଣେ ନାରୀର ଅନେକ ରୂପ ରହିଛି । କେତେବେଳେ ସେ କାହାର ଝିଅ ଆଉ କାହାର ମାଆ ସାଜି ଯାଏ ଆଉ କେତେବେଳେ କାହାର ସ୍ତ୍ରୀ । ତେବେ ଏହି ପରିବର୍ତ୍ତନ ମଧ୍ୟରେ ସମାଜ ତା ଉପରେ ଆଙ୍ଗୁଠି ଉଠାଇ ଦେଇଥାଏ ଆଉ ଅନେକ କଥା କହିବାକୁ ଲାଗିଥାଏ । ତେବେ ଯଦି ସେ ସବୁକୁ ସେ ନ ଖାତିର କରେ , ତେବେ ଆଗକୁ ବଢିଯାଏ ଆଉ ଶୁଣିଲେ ସେଠାରେ ହିଁ ରହିଯାଏ । ତେବେ ଆଜି ଆମେ ଏପରି ଜଣେ ନାରୀଙ୍କ ଠାରୁ ନିଜ ଦୁଃ-ଖ କାହାଣୀ ଶୁଣିବା , ଯିଏ ନିଜ ଜୀବନରେ ଅନେକ ସଂ-ଘର୍ଷ କରିଛନ୍ତି ।
ନିଜ ଶାଶୁ ଘର ଠାରୁ କଷ୍ଟ ଯ-ନ୍ତ୍ରଣା ସହିବା ସହିତ ନିଜ ସ୍ଵାମୀଙ୍କ ଠାରୁ ଅନେକ ଖରାପ କଥା ଶୁଣୁଛନ୍ତି । ତଥାପି ହାରି ନାହାଁନ୍ତି ସେ । ଆଉ ସେ ହେଉଛନ୍ତି ଲୋପାମୁଦ୍ରା । ନିଜ ଜୀବନର ଶେଷ ନିଷ୍ପତ୍ତି ଭାବି ନେଇଥିଲେ ଛା-ଡ଼ପ-ତ୍ର । ଆଉ ଶେଷରେ ସେଇ ଜିନିଷ କରିଥିଲେ । ନିଜ ସ୍ବାମୀଙ୍କୁ ଛା-ଡପ-ତ୍ର ଦେଇ ନିଜ ଝିଅକୁ ସାଙ୍ଗରେ ଧରି ବାହାରି ଆସିଥିଲେ ବାପ ଘରକୁ ଆଉ ସେଦିନ ଠାରୁ ଅଛନ୍ତି ନିଜ ବାପା ଘରେ । ଝିଅର ପାଠ ପଢା ତାଙ୍କ ଭାଇ ଆଉ ମାଆ ବୁଝନ୍ତି ବୋଲି କହିଛନ୍ତି ସେ ।
ଅନ୍ୟ ପକ୍ଷରେ ସେ ତାଙ୍କର ସବୁ ସମୟ ସମାଜର ସେବା କରିବାରେ ଲାଗି ପଡିଥାନ୍ତି। ଘରେ ସେ କେତେବେଳେ ବି ରୁହନ୍ତି ନାହିଁ । ଯେତେବେଳେ ସମୟ ମିଳେ , ସେ ଯାଆନ୍ତି ଅସହାୟ ଆଉ ଦୁଃ-ଖୀ ବୃଦ୍ଧ ମାନଙ୍କ ସାହାଯ୍ୟ କରିବା ପାଇଁ । ସେ କହିଛନ୍ତି କି , ଜୀବନରେ ସେ ଯେତେ ଦିନ ବଞ୍ଚିବେ , କେବଳ ସେହି ମାନଙ୍କ ସେବା କରିବେ ଆଉ ସେଥିରେ ହିଁ ତାଙ୍କ ଜୀବନ ଚାଲିଯିବ । ସେମାନଙ୍କ ଆଶୀର୍ବାଦ ପାଇଲେ , ଲାଗେ ଦୁନିଆଁର ସବୁ ତାଙ୍କୁ ମିଳି ଯାଇଛି । ଆଉ ତାଙ୍କୁ ବହୁତ ଖୁସି ଅନୁଭବ ହୁଏ ।
ଅନ୍ୟ ପକ୍ଷରେ ନିଜ ଶାଶୁ ଘର କଥା କହିଛନ୍ତି କି , ଏତେ ଟଙ୍କା ପଇସା ଥାଇ ମଧ୍ୟ ସେମାନଙ୍କ ପାଖରେ ମଣିଷପଣିଆ ନାହିଁ । ଅନେକ ନିର୍ଯ୍ୟା-ତନା ସେମାନେ ଦେଇଛନ୍ତି । ସବୁବେଳେ କହନ୍ତି , ଅନ୍ୟ ଘର ବୋହୂ କେତେ ଭଲ କିନ୍ତୁ ଆମ ଘର ବୋହୂ ଭଲ ନୁହେଁ । ଏପରି ସମୟ ଆସିଛି , ସେମାନେ ତାଙ୍କ ବାପା ସହିତ ତାଙ୍କୁ ଯୋଡ଼ି ଦେଇଛନ୍ତି । ଆଉ ତାଙ୍କ ବାପା ଯାଇ ମଧ୍ୟ ତାଙ୍କ ଗୋଡ ଧରିଛନ୍ତି । କିନ୍ତୁ ଯେତେ କରିବା ପରେ ମଧ୍ୟ ଏପରି ସମୟ ଆସିଲା , ସେ ଭାବି ଦେଲେ ନା ଆଉ ଏଥିରେ ସମୟ ଖର୍ଚ୍ଚ କରିବି ନାହିଁ ଆଉ ଲୁ-ହ ଝରାଇବି ନାହିଁ । ଆଉ ସେଇଠି ହିଁ ଶେଷ କରି ସେ ଆଗକୁ ବଢ଼ି ଆସିଥିଲେ ବୋଲି କହିଛନ୍ତି ।