କାହାକୁ ବି ଅଛପା ନୁହେଁ ବାହାନଗା ଟ୍ରେନ ଦୁର୍ଘଟଣା ମାମଲା । ଗତ ଜୁନ ୨ ତାରିଖ ସନ୍ଧ୍ୟା ୭.୨୦ ରେ ଯେଉଁ ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାଇଥିଲା ତାହାକୁ କେହିବି ଭୁଲି ପାରିବେ ନାହିଁ । ତିନି ତିନୋଟି ଟ୍ରେନ ପରସ୍ପରକୁ ଧକ୍କା ଦେବା ଦ୍ୱାରା ଶହ ଶହ ଲୋକଙ୍କ ଜୀବନ ଯାଇଥିଲା । ତେବେ ସେହି ଘଟଣା ପରଠାରୁ ଲୋକଙ୍କ ମନରେ ଏଭଳି ଭୟ ସୃଷ୍ଟି ହୋଇଛି ଯେ ଲୋକେ ଟ୍ରେନରେ ଯାତ୍ରା କରିବାକୁ ଡରୁଛନ୍ତି ।
ପୁଣି ମନକୁ ବୁଝାଇ ଲୋକେ ପୁଣିଥରେ ଟ୍ରେନରେ ଯାତ୍ରା କରିବାକୁ ସାହସ ଆଣିବା ପରେ ସେମାନଙ୍କ ମନରେ ଆଉ ଏକ ଘଟାଣ ଆହୁରି ଭୟ ସୃଷ୍ଟି କରିଛି । ହଁ , ବାହାନଗା ଟ୍ରେନ ଦୁର୍ଘଟଣା ପରେ ପରେ ବର୍ତ୍ତମାନ ସମୟରେ ଆଉ ଏକ ଟ୍ରେନ ଦୁର୍ଘଟଣା ସମସ୍ତଙ୍କ ହୋସ ଉଡ଼ାଇ ଦେଇଛି ।
ବାହାନଗା ଟ୍ରେନ ଦୁର୍ଘଟଣାକୁ ଏକ ମାସ ନପୁରୁଣୁ ଆଉ ଏକ ଟ୍ରେନ ଦୁର୍ଘଟଣା ସମସ୍ତଙ୍କୁ ଭୟଭୀତ କରିଛି । କହିରଖିବୁ ଯେ ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ଆଜି ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟି ଯାଇଛି । ଯାହାକି ସମ୍ପୂର୍ଣ୍ଣ ସେହି ବାହାନଗା ଟ୍ରେନ ଦୁର୍ଘଟଣା ଭଳି ଥିଲା । ବାହାନଗା ଟ୍ରେନ ଦୁର୍ଘଟଣା ଭଳି ଏହି ଘଟଣା ପୂର୍ବରୁ ମଧ୍ୟ ଏକ ଜୋରସୋର ଶବ୍ଦ ଶୁଣିବାକୁ ମିଳିଥିଲା । ଯାହାକୁ ଶୁଣିବା ପରେ ସ୍ଥାନୀୟ ଲୋକେ ଧାଇଁ ଆସିଥିଲେ । ଏହି ଘଟଣାରେ ଗୋଟିଏ ମାଲବାହୀ ଟ୍ରେନ ଆଉ ଏକ ମାଲବାହି ଟ୍ରେନକୁ ଧକ୍କା ଦେଇଛି । ଖାଲି ସେତିକି ନୁହେଁ ଗୋଟିଏ ଗାଡ଼ି ଅନ୍ୟ ଗାଡ଼ି ଉପରେ ଚଢ଼ି ଯାଇଛି । ଯେଉଁ କାରଣରୁ ଘଟଣା ଅତ୍ୟନ୍ତ ଭୟଙ୍କର ହୋଇ ଯାଇଛି ।
ଦୁର୍ଘଟଣା କାରଣରୁ ୧୩ ଟି ୱାଗନ ଲାଇନଚ୍ୟୁତ ହୋଇଛି । ମାତ୍ର ଏବେ ସୁଦ୍ଧା କେତେ କ୍ଷୟ କ୍ଷତି ହୋଇଛି ତାହା ଜଣା ପଡ଼ିନାହିଁ । ସୂଚନା ଅନୁଯାୟୀ ଆଜି ଖଡ଼ଗପୁର ବାଙ୍କୁଡ଼ା ଆନ୍ଧ୍ର ଲାଇନରେ ଏଭଳି ଏକ ଦୁର୍ଘଟଣା ଘଟିଛି । ଗୋଟିଏ ଲାଇନରେ ମାଲ ଗାଡ଼ି ଛିଡ଼ା ହୋଇଥିବା ବେଳେ ପଛରୁ ଆଉ ଏକ ମାଲବାହୀ ଗାଡ଼ି ଆସି ଧକ୍କା ଦେଇଛି । ଯେଉଁ କାରଣରୁ ଖଡ଼ଗପୁର ବାଙ୍କୁଡ଼ା ଆନ୍ଧ୍ର ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହାସହିତ ଆଜି ଏଭଳି ଏକ ଘଟଣା ପୁଣିଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଘଟଣାରେ କେତେ କ୍ଷୟକ୍ଷତି ହୋଇଛି ତାହା ଜଣା ପଡ଼ିନାହିଁ ।