ଉତ୍ତରପ୍ରଦେଶର ବରେଲିରୁ ଏକ ଅଦ୍ଭୁତ ବିବାହ ସାମ୍ନାକୁ ଆସିଛି । ଯେଉଁଠି ଜଣେ ଯୁବତୀ ନିଜ ପ୍ରେମିକକୁ ଅଦ୍ଭୁତ ଢ଼ଙ୍ଗରେ ବିବାହ କରିଛି । ବୟଫ୍ରେଣ୍ଡକୁ ସ୍ୱାମୀ ଭାବରେ ପାଇବାକୁ ଗାର୍ଲଫ୍ରେଣ୍ଡ ୨୦ କିଲୋମିଟର ଦୌଡ଼ିଛି । ତେବେ ସେଠାରେ ଥିବା ଏକ ମନ୍ଦିରରେ ପ୍ରେମୀ ଯୁଗଳଙ୍କ ବିବାହ ଆୟୋଜିତ ହୋଇଥିଲା କିନ୍ତୁ ହଠାତ ଯୁବକର ମନ ବଦଳି ଯାଇଥିଲା ଏବଂ ସେ ବିବାହ କରିବାକୁ ମନା କରି ଦେଇଥିଲା । ଏହା ଜାଣିପାରି ପ୍ରେମିକା ଦ୍ଵନ୍ଦରେ ପଡ଼ି ଯାଇଥିଲା ଏବଂ ପ୍ରେମିକ ପଛରେ ଗୋଡ଼ାଇ ଗୋଡ଼ାଇ ୨୦ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲା । ଶେଷରେ ଯୁବତୀ ଜଣକ ନିଜ ପ୍ରେମିକକୁ ଧରି ମନ୍ଦିରକୁ ଆଣିଥିଲେ ।
ପରେ ଉଭୟଙ୍କର ବିବାହ ହୋଇଥିଲା । ତେବେ ଉକ୍ତ ଘଟ-ଣାଟି ବରେଲିର ରାମନଗର ରୋଡ଼ରେ ଥିବା ମନ୍ଦିରର ମଣ୍ଡପରେ ପ୍ରେମୀ ଯୁଗଳଙ୍କ ପଳା-ୟନ ମାମ-ଲା ସାମ୍ନାକୁ ଆସିଛି । ଏହି ମାମ-ଲାକୁ ନେଇ ବର୍ତ୍ତମାନ ସମୟରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ପ୍ରେମିକା ଭାମୁରା ଠାରୁ ୨୦ କିଲୋମିଟର ଦୂରରେ ଏକ ବସରେ ଯାତ୍ରା କରୁଥିବା ନିଜ ପ୍ରେମିକକୁ ଧରିଥିଲେ ।
ତେବେ କହି ରଖିବୁ ଯେ ଏହି ବିବାହ ମାମ-ଲା ପ୍ରାୟ ୨ ଘଣ୍ଟା ଧରି ଜାରି ରହିଥିଲା । ଗାର୍ଲଫ୍ରେଣ୍ଡ ନିଜ ବୟଫ୍ରେଣ୍ଡକୁ ବଳପୂର୍ବକ ମନ୍ଦିରକୁ ନେଇ ଯାଇଥିଲା ଏବଂ ସେଠାରେ ବିବାହ କରିଥିଲେ । ସୂଚନା ଅନୁଯାୟୀ ବରେଲିର ପୁରୁଣା ସହରର ଜଣେ ଯୁବତୀଙ୍କର ବିଶଲିବଦାୟୁର ଜଣେ ଯୁବକଙ୍କ ସହିତ ଅଢେ଼ଇ ବର୍ଷ ଧରି ପ୍ରେମ ସମ୍ପ-ର୍କ ଗଢ଼ି ଉଠିଥିଲା ।
ତେବେ ଏ ସମ୍ପ-ର୍କରେ ଯୁବତୀଙ୍କ ଘର ଲୋକେ ଜାଣି ପାରିଥିଲେ । ଏହାପରେ ପ୍ରେମୀ ଯୁଗଳ ଉଭୟେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ସୋମବାର ଦିନ ରାମନଗର ରାସ୍ତାର ଭୁଟଶ୍ବରନାଥ ମନ୍ଦିରରେ ଯୁବତୀଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା । କିନ୍ତୁ ବିବାହ ସମୟରେ ପ୍ରେମିକଙ୍କ ମନରେ ପରିବର୍ତ୍ତନ ଆସି ଯାଇଥିଲା ।
ପ୍ରେମିକ ସେତେବେଳେ ସୁଯୋଗ ଦେଖି ସେଠାରୁ ଫେ-ରାର ହେବାକୁ ବସିଥିଲା । ଏହାପରେ ଯୁବତୀ ଏହି କଥା ଜାଣିପାରି ପ୍ରେମିକ ପଛରେ ୨୦ କିଲୋମିଟର ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ମନ୍ଦିରକୁ ଆଣି ବିବାହ କରିଥିଲେ । ଯେଉଁ ବିବାହର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି ।