ଦିନେ ତୁମ ପାଇଁ ମୋ ଛାତି ଗର୍ବରେ କୁଣ୍ଡେମୋଟ ହେଇଯାଇଥିଲା । ଦିନେ ତୁମ ପାଇଁ ମୋ ମୁଣ୍ଡ ଉଚ୍ଚା ହୋଇଯାଇଥିଲା । ଦିନେ ମୁଁ ତୁମ ସ୍ତ୍ରୀ ବୋଲି ଗର୍ବ କରୁଥିଲି । ମୁଁ ଯବାନ ଦେବାଶିଷ ବିଶ୍ଵାଳଙ୍କ ପତ୍ନୀ । ଆଉ ଆଜିବି ତୁମ ପାଇଁ ସେହି ସମାନ ଗର୍ବ କରୁଛି । ହେଲେ ଆଜି ତୁମେ ମୋ ସାଥିରେ ଥାଅ । ମାଟି ମା ପାଇଁ ତୁମେ ଘର ପରିବାର ଆଉ ଆମ କୁନି ଝିଅକୁ ଛାଡ଼ି ସବୁଦିନ ପାଇଁ ଅଫେରା ରାଇଯକୁ ଚାଲିଗଲ । ଦିନେ ତୁମେ ମତେ କଥା ଦେଇଥିଲ ଯେତେ ଦିନ ବଞ୍ଚିବା ସାଥୀ ହୋଇ ବଞ୍ଚିବା ପାଦରେ ପାଦ ମିଶାଇ ଏ ଜୀବନର ଅଙ୍କା ବଙ୍କା ରାସ୍ତାକୁ ଅତିକ୍ରମ କରିବା । ହେଲେ ତୁମେ ମତେ ଠକି ଦେଲ ଦେବାଶିଷ ।
ତୁମେ ମତେ ଠକି ଦେଇ ଅଧା ରାସ୍ତାରୁ ମୋ ହାତ ଛାଡ଼ି ଦେଇ ସେହି ରାଇଜକୁ ଚାଲିଗଲ ଯେଉଁ ରାଇଜକୁ ଯିଏବି ଯାଇଛି ସେ ସେଠାରୁ କେବେ ହେଲେ ମଧ୍ୟ ଫେରି ନାହିଁ । ତୁମେ ଜାଣିଛ ଆମ କୁନି ଝିଅ ତୁମକୁ ସବୁବେଳେ ଝୁରି ହେଉଛି । ତୁମ କଲକୁ ଚାତକ ଭଳି ଚାହିଁ ରହୁଛି । ହେଲେ ସେ କିନ୍ତୁ ଜାଣିନି ତୁମେ ଆଉ କେବେ ବି ତାକୁ କଲ କରିବନି । ସେ ଜାଣିନି ତୁମେ ଆଉ କେବେ ବି ଥରେ ହେଲେ ତାକୁ ମାମା ବୋଲି ଡାକିବନି । କେବଳ ଆମ କୁନି ଝିଅ ନୁହେଁ ବାପା ମା ବହୁତ୍ କାନ୍ଦୁଛନ୍ତି । ଆଉ ମୁଁ ତୁମ ସ୍ତବ୍ଧ ପାଲଟି ଯାଇଛି । ଏଇତ ଏବେ ଏବେ ମାନେ ଏଇ କିଛି ବର୍ଷ ତଳେ ମୋ ମଥାରେ ତୁମେ ସିନ୍ଦୂର ପିନ୍ଧାଇ ଥିଲ ହେଲେ ଦେଖିଲ ଏତେ ଜଲ୍ଦୀ ମୋ ମଥାରୁ ସେ ସିନ୍ଦୂର ଲିଭୀଗଲା।
ଜାଣିଛ ଦେବାଶିଷ ମୁଁ ଆଜିବି ବିଶ୍ୱାସ କରି ପାରୁନି କି ତୁମେ ଏଦୁନିଆରେ ଆଉ ନାହଁ ବୋଲି । କେମିତି ମୁଁ ବିଶ୍ୱାସ କରିବି ତୁମେ ମତେ ଛାଡ଼ି ଚାଲି ଯାଉଛ ବୋଲି । କେମିତି ମୁଁ ଗ୍ରହଣ କରିବି ତୁମେ ଏ ଦୁନିଆରେ ନାହଁ ବୋଲି । କାହାର ନଜର ଲାଗିଲା ଆମ ସୁନାର ସଂସାର ଉପରେ । ଅଦିନିଆ ଝଡ଼ ଆସି ଆମ ସୁନା ସଂସାରକୁ ଚୁନା କରିଦେଇ ଚାଲିଗଲା । ଭାରି କଷ୍ଟ ହେଉଛି ମତେ । ଘରକୁ ଅନେକ ଲୋକେ ଆସୁଛନ୍ତି ତୁମ ପାଇଁ କେବଳ ମୁଁ କି ଆମ ପରିବାର କି ଆମ ଗାଁ ଲୋକେ ନୁହଁନ୍ତି ସାରା ଓଡ଼ିଶାବାସୀ ଲୁହ ଗଡାଉଛନ୍ତି
ମୁଁ କିନ୍ତୁ ଲୁହ ଗଡାଉ ନାହିଁ । ମୁଁ ସ୍ତବ୍ଧ ପାଲଟି ଯାଇଛି ମୋ ଛାତି ଭିତରେ ସେ କୋହ ଆଉ ଲୁହ ଗୁଡା ଫରଦ ପେଣ୍ଡୁଲା ପାଲଟିଯାଇଛି ମତେ ବହୁତ୍ କଷ୍ଟ ହେଉଛି । ମୁଁ କେବେ ବି ଭାବିନଥିଲି ତୁମେ ଏତେ ଶୀଘ୍ର ମତେ ଧୋକା ଦେଇ ଚିର ନିଦ୍ରାରେ ଶାନ୍ତିରେ ସୋଇଯିବ ବୋଲି । ଯଦି ମୁଁ ଜାଣିଥାନ୍ତି ଭଗବାନ ମୋ ଠୁ ତୁମକୁ ଛଡ଼ାଇ ନେବାକୁ ଚେଷ୍ଟା କରୁଛନ୍ତି ବିଶ୍ୱାସ କର ମୁଁ କେବେ ବି ଚାହିଁ ନଥାନ୍ତି ତୁମେ ଯାଅ ବୋଲି । ମୁଁ ମୋ ନିଜ ଜୀବନ ଦେଇ ଦେଇଥାନ୍ତି ପଛେ ତୁମକୁ ସେ ଆଫେରା ରାଇଯକୁ ଯିବାକୁ ଦେଇ ନଥାନ୍ତି ।
ତୁମର ମନେ ଅଛି ଦେବାଶିଷ ଆମେ ଦୁହେଁ ମିଶି କଣ ସ୍ୱପ୍ନ ଦେଖିଥିଲେ । ଆମ ଝିଅକୁ ବଡ କରି ଭଲ ମଣିଷ କରି ଗଢିତୋଳିବାକୁ । ହେଲେ ତୁମେ ମତେ ଅଧା ରାସ୍ତାରେ ଏକା କରି ଛାଡ଼ି ଚାଲିଗଲ । ହେଲେ ତୁମେ ସିନା ମତେ ଅଧା ବାଟରେ ଏକା କରି ଛାଡ଼ି ଚାଲିଗଲ । କିନ୍ତୁ ତୁମ ଝିଅ ପାଇଁ ମତେ ବଞ୍ଚିବାକୁ ପଡ଼ିବ । ତୁମକୁ ଦେଇଥିବା କଥା ମତେ ପୁରଣ କରିବାକୁ ପଡ଼ିବ । ସେ ଯାହା ବି କିଛି ହେଇଯାଉ ମତେ ଯେତେ କଷ୍ଟ ଆସିଲେ ଆସୁ ପଛେ ମୁଁ ହାରି ଯିବିନି ଦେବାଶିଷ ତୁମକୁ ଦେଇଥିବା କଥା ମୁଁ ନିହାତି ପାଳନ କରିବି।
ମୁଁ ତୁମ ଝିଅକୁ ଠିକ୍ ତୁମ ଭଳି ଗଢିବି ।ଏ ଦୁନିଆ କହିବ ତୁମ ଝିଅ ଭିତରେ ତୁମେ ଅଛ । ଆଜି ଯେତେବେଳେ ନେତା ମନ୍ତ୍ରୀ ବଡ ବଡ ଅଫିସର ଠୁ ନେଇ ସାଧାରଣ ଲୋକେ ଆମ ଘରକୁ ଧାଇଁ ଆସି ତୁମକୁ ମନେ ପକାଇ ଆଖିରୁ ଦୁଇ ଟୋପା ଲୁହ ଝରାଉଛନ୍ତି ସେତେବେଳେ ମତେ ଗର୍ବ ଲାଗୁଛି । ତୁମକୁ ହରାଇବାର ଦୁଃଖ ମତେ ଭିତରେ ଭିତରେ ଜାଲୁଥିବା ବେଳେ ଅନ୍ୟପଟେ ଦେଖିବାକୁ ଗଲେ ତୁମ ପାଇଁ ମୁଁ ଏବେ ବି ଗର୍ବ କରୁଛି ।
ମୁଁ ସହିଦ ଦେବାଶିଷଙ୍କ ପତ୍ନୀ । ଯିଏ ଦେଶ ମାଟି ପାଇଁ ଆଜି ସହିଦ ହୋଇଯାଇଛନ୍ତି । ମାଟି ମା ପାଇଁ ଆଜି ନିଜ ଜୀବନକୁ ଦେଇ ଦେଇଛନ୍ତି । ଡିୟୁଟି ରେ ଥାଇ ସହିଦ ହେବାର ସୁଯୋଗ ଖୁବ୍ କମ ଜଣଙ୍କୁ ମିଳେ । ତୁମେ ବହୁତ୍ ଭାଗ୍ୟବାନ ଦେବାଶିଷ । ତୁମେ ପଛ ଘୁଂଚା ଦେଇନ କି ମୁଁ ମଧ୍ୟ ହାରି ଯିବି ନାହିଁ ।