ଅନଲିମିଟେଡ ନନଭେଜ ମିଲ ମାତ୍ର ୫୦ ଟଙ୍କାରେ :- କଟକ ପଞ୍ଚସଖା ହୋଟେଲ

ଯୁଗ ଯେଉଁଭଳି ଭାବରେ ମହଙ୍ଗା ହେଲାଣି ସେହି ଅନୁସାରେ ଖାଦ୍ୟ ଏବଂ ଅନ୍ୟାନ୍ୟ ଜିନିଷ ମଧ୍ୟ ମହଙ୍ଗା ହେଲାଣି । ଏମିତିରେ କହିବାକୁ ଗଲେ ଏକ ଭେଜ ମିଲ ଖାଇବାକୁ ହେଲେ ଅତିକମରେ ୬୦ ଟଙ୍କା ଦେବାକୁ ପଡ଼ିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ହୋଟେଲ ବିଷୟରେ କହିବୁ ଯେଉଁଠି ନିରାମିଷ ଠାରୁ ଆରମ୍ଭ କରି ନନ୍ ଭେଜର ଯେଉଁ ମିଲ ଖାଇଲେ ବି ମାତ୍ର ୫୦ ଟଙ୍କା ଦେବାକୁ ପଡ଼ିବ ।

ଓଡ଼ିଶା ଭିତରେ ହେଉ କିମ୍ବା ଓଡ଼ିଶା ବାହାରେ ହେଉ ସବୁଠି ନନ୍ ଭେଜ ମିଲର ଅତିକମ ମୂଲ୍ୟ ହେଉ ୧୨୦ ଟଙ୍କା ଏବଂ ଆଉ କେଉଁଠି ତାହା ୨୦୦ ଟଙ୍କା ଉପରେ ରହିଛି । ତେଣୁ ଏହି ମହଙ୍ଗା ଯୁଗରେ ୫୦ ଟଙ୍କା ମିଲ ମିଳିବା ଖୁବ କଷ୍ଟକର ଅଟେ । କିନ୍ତୁ କଟକର ଏକ ହୋଟେଲ ଏପରି ରହିଛି ଯେଉଁଠି ୫୦ ଟଙ୍କାରେ ଆପଣ ମନ ମୁତାବକ ମିଲ ଖାଇ ପାରିବେ । ତାହା ଚିକେନ୍ ହେଉ , ମାଛ ହେଉ , ଭେଜ ହେଉ , ମାଛ ମୁଣ୍ଡ ହେଉ କିମ୍ବା ନଦୀ ମାଛ ହେଉ ।

ତେବେ ସେହି ହୋଟେଲ ପଞ୍ଚସଖା ଓଡ଼ିଶାର ଏପରି ଏକ ହୋଟେଲ ଯେଉଁଠି ମାତ୍ର ୫୦ ଟଙ୍କାରେ ଆପଣ ସବୁ ପ୍ରକାରର ମିଲ ଖାଇ ପାରିବେ । ଯାହାକି ପ୍ରତାପନଗର ଅଭରବ୍ରିଜ ଠାରୁ ମାତ୍ର ୫୦ ମିଟରରେ ଅବସ୍ଥିତ । ହୋଟେଲ ଖୋଲିବାର ସମୟ ସକାଳ ୧୦ ରୁ ସନ୍ଧ୍ୟା ୪ ପର୍ଯ୍ୟନ୍ତ ରହିଥାଏ । ତେବେ ହୋଟେଲ ମାଲିକ ବାସୁଦେବ ସେନାପତିଙ୍କ କହିବା କଥା ଯେ ସେ ସେଠାରେ ୩୦ ବର୍ଷ ହେବ ହୋଟେଲ ଖୋଲି ବ୍ୟବସାୟ କରି ଆସୁଛନ୍ତି ଏବଂ ମହଙ୍ଗା ଯୁଗରେ ୫୦ ଟଙ୍କାର ବ୍ୟବସାୟ ତାଙ୍କୁ ବେଶ ସୁହାଉଛି ।

ଆଉ ସେହି ହୋଟେଲର ସବୁଠାରୁ ସ୍ୱତନ୍ତ୍ରତା ଏହା ଯେ ସେଠାକାର ଚିକେନ୍ ଲୋକଙ୍କୁ ବେଶ ପସନ୍ଦ । ଏହାକୁ ନେଇ ବାସୁଦେବ କହନ୍ତି ଯେ ପ୍ରଥମେ ଚେକେନ୍ ତିଆରି କରିବା ସମୟରେ ଭିନଂ ଶୈଳୀରେ ଚିକେନ୍ ବନାଇବା କାରଣରୁ ତାହା ଆଦୌ ଭଲ ହୋଇ ନଥିଲା । କିନ୍ତୁ ଗ୍ରାହକଙ୍କୁ ତାହା ବେଶ ପସନ୍ଦ ଆଇଥିଲା । ତେଣୁ ସେହି ଦିନ ଠାରୁ ସମାନ କୌଶଳରେ ସେ ଚିକେନ୍ ବନାଇ ଆସନ୍ତି ଯାହା ଲୋକଙ୍କୁ ବେଶ ପସନ୍ଦ ଆସିଥାଏ । ତେବେ ଚିକେନ୍ ମିଲ ସହିତ ଯେ କେବଳ ଚିକେନ୍ ତାହା ନୁହେଁ ଆଉ କିଛି ଭିନ୍ନ ଆଇଟମ ମଧ୍ୟ ଦେଇଥାଏ ।

ଯେହେତୁ ଲୋକେ ଏଠାରେ ମାତ୍ର ୫୦ ଟଙ୍କାରେ ଉପଯୁକ୍ତ ମାତ୍ରାରେ ଖାଇବା ପାଆନ୍ତି ସେଥିପାଇଁ ହୋଟେଲରେ ବେଶ ଭିଡ଼ ଦେଖିବାକୁ ମିଳିଥାଏ । ଆଉ ଲୋକେ ମଧ୍ୟ ପଞ୍ଚସଖା ହୋଟେଲର ଚିକେନକୁ ବେଶ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *