ଟ୍ରେନ ଦୁର୍ଘ-ଟଣାରେ ମୃ-ତ ଗୋବିନ୍ଦଙ୍କୁ ମିଳିଥିବା ଟଙ୍କା ରଖିବ କିଏ , ଶଶୁର ବୋହୂ ମଧ୍ୟରେ ଆରମ୍ଭ ହେଲା ବି-ବାଦ

ସାରା ଓଡ଼ିଶା ତଥା ଭାରତକୁ ଥରାଇ ଦେଇଥିଲା ସେଦିନର ବିଶାଳ ଟ୍ରେନ ଦୁର୍ଘ-ଟଣା। ମୁହୂର୍ତ୍ତକ ମଧ୍ୟରେ ସବୁକିଛି ଶେଷ କରି ଦେଇଥିଲା ଆଉ ଶହ ଶହ ଲୋକ ଶେଷ ଥର ପାଇଁ ବି ନିଜ ପରିବାର ଲୋକଙ୍କୁ ଦେଖି ପାରିଲେ ନାହିଁ । ସତରେ ଯେମିତି ବାଟରେ ଅନାଇ ବସିଥିଲା ଯମ ଆଉ ସବୁକିଛି ଛାରଖାର କରିଦେଲା । ତେବେ ହଁ ଆଜ୍ଞା ଆମେ କହୁଛୁ ବାହନଗାର ସେହି କାଳ ରାତି କଥା , ଯେଉଁ ଦିନ ସିଗନାଲ ତ୍ରୁଟି କାରଣରୁ ୨୯୩ ଜଣ ଲୋକଙ୍କ ଜୀବନ ଚାଲି ଯାଇଥିଲା । ଆଉ ଶହ ଶହ ଲୋକ ଗୁରୁ-ତର ଆ-ହତ ହୋଇଥିଲେ ।

ଏହି ଦୁର୍ଘ-ଟଣା କେତେ ଯେ ପରିବାରକୁ ଛାରଖାର କରିଦେଲା ତାର କିଛି ବି ହିସାବ ନାହିଁ । ତେବେ ସେହି ଦୁର୍ଘ-ଟଣା ଘଟିବା ପର ଦିନ ହିଁ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା । ଜଣେ ବାପା ନିଜ ପୁଅର ଶ-ବକୁ ଖୋଜି ଖୋଜି କା-ନ୍ଦି ପକାଉଥିଲେ ଆଉ ତାଙ୍କ ଘର ଭଦ୍ରକ ଥିଲା । ତେବେ ସେ ଥିଲେ ମୃ-ତ ଗୋବିନ୍ଦ ସାହୁଙ୍କ ବାପା । ଗୋବିନ୍ଦ ମାତ୍ର ଗୋଟିଏ ବର୍ଷ ପୂର୍ବରୁ ବିବାହ କରିଥିଲେ ଆଉ ତାଙ୍କର କୁନି ଝିଅଟିଏ ଥିଲା । ତେବେ ସେହି ସମୟରେ ଅନେକ ଲୋକ ଗୋବିନ୍ଦଙ୍କ ବାପାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ ।

କେବଳ ଏତିକି ନୁହେଁ , ସରକାର ମଧ୍ୟ ସାହାଯ୍ୟ ଘୋଷଣା କରିଥିଲେ । ସରକାରଙ୍କ କହିବା ଅନୁଯାୟୀ , ୧୫ ଲକ୍ଷ ଟଙ୍କା ମୃ-ତକ ମାନଙ୍କ ପରିବାରକୁ ଦିଆ ଯାଇଥିଲା । ତେବେ ବର୍ତ୍ତମାନ ସମୟରେ ସେହି ୧୫ ଲକ୍ଷ ଟଙ୍କାକୁ ନେଇ ବି-ବାଦ ଆରମ୍ଭ ହୋଇ ଯାଇଥିଲା ମୃ-ତ ଗୋବିନ୍ଦଙ୍କ ବାପା ଆଉ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ । ତେବେ ଗତକାଲି ଗୋବିନ୍ଦଙ୍କ ସ୍ତ୍ରୀ ଅଭି-ଯୋଗ ଆଣିଥିଲେ କି , ତାଙ୍କ ଶଶୁର ତାଙ୍କ ଠାରୁ ସବୁ ଟଙ୍କା ନେଇ ଯାଇଛନ୍ତି ଆଉ ବର୍ତ୍ତମାନ ସେ କିପରି ଚଳିବେ , ତାଙ୍କର କୁନି ଝିଅ କିପରି ବା ବଡ ହେବ । ସେ କଣ କରିବେ ବୋଲି ଅଭି-ଯୋଗ ଆଣିଥିଲେ ।

ଏହାପରେ ଗୋବିନ୍ଦଙ୍କ ବାପାଙ୍କୁ ପଚ-ରା ଉ-ଚରା କରା ଯାଇଥିଲା ଆଉ ସେ ଏହି କଥାକୁ ପୁରା ପୁରି ଖଣ୍ଡନ କରିଥିଲେ । ତାଙ୍କ କହିବା ଅନୁଯାୟୀ , ଟଙ୍କା ନେବା କଥା ପୁରାପୁରି ସତ ଥିଲା । କିନ୍ତୁ ସେ ଲୁଚାଇ କରି ଏହି ଟଙ୍କା ନେଇ ନାହାନ୍ତି । ସେ ତାଙ୍କ ବୋହୂଙ୍କ ଜ୍ଞାତରେ ଆଉ ଅନୁମତିରେ ଏହି ଟଙ୍କା ନେଇଛନ୍ତି । ଅନ୍ୟ ପକ୍ଷରେ ଗୋବିନ୍ଦଙ୍କ ମାଆ କହିଥିଲେ କି , ବୋହୂକୁ ତାର ବାପ ଘର ଲୋକ ଏପରି କରିବା ପାଇଁ କହିଛନ୍ତି , ସେଥିପାଇଁ ସେ ଶଶୁର ନାମରେ ଅଭି-ଯୋଗ ଆଣିଛି । ଆଉ ଏବେ ବି ସେ ବାପା ଘରକୁ ଚାଲି ଯାଇଛି । ତେବେ କିଏ ସତ କହୁଛି , ତାହା ତ ସମୟ କହିବ ।

Leave a Reply

Your email address will not be published. Required fields are marked *