ମୃ-ତ୍ୟୁ ପୂର୍ବରୁ ବିଡ଼ିଓଙ୍କ ଶେଷ ଫୋନ । କଣ ଘଟିଥିଲା ସବୁକିଛି ଖୋଲି କହିଲେ ପୁଅ …….

ଆଗକୁ ମକର ସଂକ୍ରାନ୍ତି ଆସୁଛି । ଯେଉଁଥିରେ ପରିବାରର ବାପା ବାହାରେ କାମରେ ବ୍ୟସ୍ତ ଥିବାରୁ ପରିବାରର ସ୍ତ୍ରୀ ଏବଂ ପୁଅ ବେଶ ଖୁସି ହୋଇ ତାଙ୍କ ପାଖକୁ ଯିବାକୁ ବାହାରି ଥିଲେ । ପୂର୍ବ ଦିନ ପୁଅ କଲ କରି କଥା ହେଲେ । ବାପାଙ୍କ ବ୍ୟବହାରରେ କିଛି ପରିବର୍ତ୍ତନ ହୋଇଥିବା ଭଳି ମନେ ହେଉ ନଥିଲା । ବାପା ଅକ୍ଟୋବର ୨୫ ରେ କାମରେ ଯୋଗ ଦେବା ପରଠାରୁ ସେ ଆଉ ଘରକୁ ଆସି ନଥିଲେ । ସରକାରୀ କ୍ୱାର୍ଟରରେ ଏକୁଟିଆ ରହୁଥିଲେ ବିଡ଼ିଓ ବିଶ୍ୱରଞ୍ଜନ ମୋହାନ୍ତି । ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡ଼ିଓ ଭାବରେ ନିଯୁକ୍ତି ହୋଇଥିଲେ । ସବୁଠାରୁ ବଡ଼ କଥା ହେଉଛି ଯେ ତାଙ୍କର ଚାକିରୀ ମାତ୍ର ଆଉ ଅଢେ଼ଇ ବର୍ଷ ଥିଲା ।

ଏହାପରେ ନିଜର ବୁଢ଼ା ବାପା ଏବଂ ପରିବାର ସହିତ ବେଶ ଖୁସିରେ ରହିଥାନ୍ତେ ବିଶ୍ୱରଞ୍ଜନ । କିନ୍ତୁ ଆଜି ସେ ନିଜ ପରିବାରକୁ ସବୁଦିନ ପାଇଁ ଛାଡ଼ି ଚାଲି ଯାଇଛନ୍ତି । ଅନ୍ୟପଟେ ବିଡ଼ିଓ ବିଶ୍ୱରଞ୍ଜନ ମୋହାନ୍ତିଙ୍କ ସ୍ତ୍ରୀ କହିଛନ୍ତି ଯେ ସରକାରୀ କ୍ୱାର୍ଟରରେ ସେ ଏକା ରହୁଥିଲେ । ସେଥିପାଇଁ ମନରେ ଡର ଆସୁଥିଲା ।

ସେପଟେ ପାର୍ଟି ପୋଲିଟିକ୍ସ ପାଇଁ ମଧ୍ୟ ସେ ଟିକିଏ ଟେନ୍ସନରେ ଥିଲେ । ସରକାରୀ ବାସଭବନରୁ ବିଡ଼ିଓଙ୍କ ମୃ-ତ ଦେହକୁ ଜ-ବତ କରି ବ୍ୟବ-ଚ୍ଛେଦ ପାଇଁ ସୋରକୁ ପଠାଇ ଦିଆଯାଇଛି । ଏପଟେ ସ୍ତ୍ରୀ କହୁଛନ୍ତି ଯେ ତାଙ୍କ ମୃ-ତ୍ୟୁ ପରେ ପ୍ରଶାସନ ଅଧିକାରୀ ଦେଖିବାକୁ ଆସିବା ତ ଦୂରର କଥା ପରିବାରକୁ ସମବେଦନା ମଧ୍ୟ ଜଣାଇ ନାହାଁନ୍ତି ।

ପୁଅଙ୍କ କହିବା କଥା ଯେ ତାଙ୍କ ବାପା ଏତେ ଦିନର କାର୍ଯ୍ୟକାଳରେ କେବେବି କାମ କାରଣରୁ ଚାପରେ ଥିବା ସେ କେବେ ଶୁଣି ନାହାଁନ୍ତି କିମ୍ବା ଅନୁଭବ ମଧ୍ୟ କରି ନାହାଁନ୍ତି । ସେଥିପାଇଁ ପରିବାର ଲୋକଙ୍କୁ ଏହି ଘ-ଟଣା ଅସମ୍ଭବ ମନେ ହେଉଛି । ଗତକାଲି ସ୍ତ୍ରୀ ଏବଂ ପୁଅ କଥା ହେବା ବେଳେ ମଧ୍ୟ ତାଙ୍କ ପାଖକୁ ଆଜି ଯିବା କଥା ହୋଇଥିଲା କିନ୍ତୁ ସେତେବେଳେ ମଧ୍ୟ ବାପା ବେସ ଖୁସିରେ କଥା ହୋଇଥିଲେ । କିନ୍ତୁ ହଠାତ ଯେ ଏଭଳି କିଛି ଘଟିଯିବ ତାହା କେହିବି ବିଶ୍ୱାସ କରିପାରି ନାହାଁନ୍ତି । ଏପଟେ ଘରେ ୮୫ ବର୍ଷର ବୃଦ୍ଧ ବାପା କହିଛନ୍ତି ଯେ ତାଙ୍କ ସ୍ତ୍ରୀନଙ୍କର କିଛି ବର୍ଷ ପୂର୍ବରୁ ମୃ-ତ୍ୟୁ ହୋଇଥିବା ବେଳେ ସେ ମଧ୍ୟ ଜୀବିତ ଅଛନ୍ତି । କିନ୍ତୁ ନିଜ ଆଖି ସାମ୍ନାରେ ନିଜ ପୁଅର ଜୁ-ଇ ଜଳୁଥିବା ଦେଖି ସେ ଭାଙ୍ଗି ପଡ଼ିବେ ।

Leave a Reply

Your email address will not be published. Required fields are marked *