ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠା ସରିଛି । ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ ଏଥିରେ ଭାରତର କିଏ ଅଯୋଧ୍ୟା ରାମ ମନ୍ଦିରକୁ ସବୁଠାରୁ ଅଧିକ ଦାନ କରିଛନ୍ତି । ମଝିରେ କିଛିଦିନ ଧରି ମୁରାରୀ ବାବୁଙ୍କ କଥା ଉଠୁଥିଲା ଯିଏକି ୧୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଦେଇ ସବୁଠାରୁ ଶୀର୍ଷରେ ରହୁଥିଲେ ।
ଏହାବ୍ୟତୀତ ଅମ୍ବାନୀ ଏବଂ ଅଦାନୀଙ୍କ କଥା ଉଠୁଥିଲା କିନ୍ତୁ ସେମାନେ ମୁରାରୀ ବାବୁଙ୍କ ଉପରକୁ ଯାଇ ପାରି ନଥିଲେ । କିନ୍ତୁ ବର୍ତ୍ତମାନର ଖବର ଅନୁଯାୟୀ ଅନ୍ୟ ଜଣେ ବ୍ୟକ୍ତି ସବୁଠାରୁ ଅଧିକ ଦାନ କରିଥିବା କଥା ଉଠୁଛି । ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି ଏବଂ ଭକ୍ତ ମାନେ ମୁକ୍ତ ହସ୍ତରେ ଦାନ କରିଛନ୍ତି ।
ରାମ ଭକ୍ତଙ୍କୁ ଦାନ ଅର୍ଥରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ଅନେକ ଲୋକ ଏବଂ ଫିଲ୍ମ ଷ୍ଟାର ବଡ଼ ଆକାରର ଟଙ୍କା ଦାନ କରୁଛନ୍ତି । ଏମିତିକି ୫୦୦୦ କୋଟିରୁ ଅଧିକ ମୁଲ୍ୟର ସମ୍ପତ୍ତି ଦାନ କରାଯାଇଛି । କିନ୍ତୁ ବର୍ତ୍ତମାନ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଯେ ଜଣେ ବ୍ୟକ୍ତି ସବୁଠାରୁ ଅଧିକ ଦାନ କରିଛନ୍ତି ।
ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ସବୁଠାରୁ ଅଧିକ ଦାନ କରି ବହୁତ ବଡ଼ ବଡ଼ ଧନୀଙ୍କୁ ପଛରେ ପକାଇ ଦେଇଛନ୍ତି । ରାମ ମନ୍ଦିର ପାଇଁ ୧୦୧ କିଲୋଗ୍ରାମ ସୁନା ଦାନ କରିଛନ୍ତି । ମନ୍ଦିର ଟ୍ରଷ୍ଟର ସୂଚନା ଅନୁଯାୟୀ ସୁରଟଟ ହୀରା ବେପାରୀ ଦିଲ୍ଲୀପ କୁମାର ଭିଲାଖି ଏବଂ ତାଙ୍କ ପରିବାର ଅଯୋଧ୍ୟାର ରାମ ମନ୍ଦିର ପାଇଁ ୧୦୧ କିଲୋଗ୍ରାମ ସୁନା ଦାନ କରିଛନ୍ତି ।
ବର୍ତ୍ତମାନ ସମୟରେ ବଜାରରେ ୧୦ ଗ୍ରାମ ସୁନା ଦର ୬୮ ହଜାର ଟଙ୍କା ରହିଛି । ତେବେ ତାଙ୍କ ପରିବାର ଦାନ କରିଥିବା ମୋଟ ସୁନାର ମୂଲ୍ୟ ପ୍ରାୟ ୬୮ କୋଟି ଟଙ୍କା ହେବ । ମନ୍ଦିରରେ ଲାଗିଥିବା ସୁନା କବାଟ ଦିଲ୍ଲୀପ କୁମାର ଭିଲାଖି ଦାନ କରିଥିବା ସୁନାରେ ଆବୃତ ହୋଇଛି । ଏହି ମନ୍ଦିରର କବାଟ , ଗର୍ଭଗୃହ , ତ୍ରିଶୁଳ ସବୁକୁ ପୋଲିସ କରିବା ପାଇଁ ବ୍ୟବହୃତ ହୋଇଛି । ଏହାବ୍ୟତୀତ ତଳ ମହଲାରେ ୧୪ ଟି ସୁନା କବାଟ ମଧ୍ୟ ଲାଗିଛି । ସେହିପରି ମୁରାରୀ ବାବୁ ୧୧.୩ କୋଟି ଟଙ୍କା ଦାନ କରିଥିବା ବେଳେ ଆମେରିକା , କାନାଡ଼ା ଏବଂ ବ୍ରିଟେନରେ ଥିବା ଅନୁଗାମୀ ମାନେ ୮ କୋଟି ଟଙ୍କା ଦାନ କରିଛନ୍ତି ।