ଭାଗ୍ୟ ଆଉ ଭଗବାନଙ୍କ ପାଇଁ ବଞ୍ଚିଗଲା ଟ୍ରକ ଡ୍ରାଇଭରଙ୍କ ଜୀବନ। ଦମକଳବାହିନୀ ଦେଲା ନୂଆ ଜୀବନ।

ଭାଇ କିଏ କୋଉଠି ଅଛ ଦୌଡ଼ି ଆସ। ମୁଁ ମରିଯିବି ଭାଇ ମୋତେ ଟିକେ କେମିତି କଣ କରି ବଞ୍ଚେଇ ଦିଅ। ମୋତେ ଟିକେ ଉଧାର କର। ବହୁତ ଚେଷ୍ଟା କରୁଛି ହେଲେ ଗୋଡ଼ ବାହାର କରି ପାରୁନି। ଯେତେ କଷ୍ଟ କଲେ ବି ଗୋଡ଼ ବହାରୁନି। ମୋ ତଣ୍ଟି ବି ଶୁଖି ଶୁଖି ଯାଉଛି। ପାଣି ଟୋପେ ଦିଅ ଭାଇ। ବଞ୍ଚେଇ ଦିଅ ଭାଇ ମୁଁ ହାତ ଯୋଡୁଛି। ଛଟପଟ ହୋଇ କେହି ଜଣେ ଗାଡି ଭିତରେ ବିକଳ ହୋଇ ଏମିତି ଚିତ୍କାର କରୁଥିଲା। ଆଉ ଲୋକେ ବିକଳ ରଡି ଶୁଣି ଯେତେବେଳେ ସେ ଆଡ଼କୁ ଦୌଡ଼ିଗଲେ ଯାହା ଦେଖିଲେ ତାଙ୍କ ଦେହ ବି ଭୟରେ ଥରିବାକୁ ଲାଗିଲା।

ବିଶାଳ ଏକ ଗଛରେ ପିଟି ହୋଇ ଛତୁ ହୋଇଯାଇଥିଲା ଟ୍ରକଟି। ଆଉ ଡ୍ରାଇଭର ଷ୍ଟେରିଂ ଭିତରେ ଚାପି ହୋଇ ଏମିତି ବିକଳ ରଡି ଛାଡୁଥିଲା। ଟିକେ ଦେଖୁ ନାହାଁନ୍ତି କେମିତି ଭୟଙ୍କର ଏ ଦୁର୍ଘଟଣା ଆଉ କେମିତି ଗଛରେ ଚିପି ହୋଇ ଛଟପଟ ହେଉଛି ଡ୍ରାଇଭର ଜଣକ। ପ୍ରାଣପଣେ ଚେଷ୍ଟା କରିବି ଇଞ୍ଚେ ବି ହଲି ପାରୁନି। ମଝିରେ ମଝିରେ ବିକଳ ହୋଇ ରଡି ଛାଡ଼ୁଛି।

ସୂଚନା ଅନୁସାରେ ଢେଙ୍କାନାଳର ମହିଷାପାଟ ଠାରେ ଏକ ଆଲୁମିନିୟମ ବୋଝେଇ ଟ୍ରକ ରାଉରକେଲା ରୁ ଭୁବନେଶ୍ୱର ଯାଉଥିବା ବେଳେ ଡ୍ରାଇଭରର ଅସାବଧାନତା ଯୋଗୁ ଟ୍ରକଟି ଏକ ଗଛରେ ଅତି ଭୟଙ୍କର ଭାବରେ ପିଟି ହୋଇଯାଇଛି। ଏତେ ଶକ୍ତ ଧକ୍କା ହୋଇଛି ଯେ ଟ୍ରକର ଆଗ ଭାଙ୍ଗି ଡ୍ରାଇଭର ସମ୍ପୂର୍ଣ୍ଣ ଗଛରେ ଚାପି ହୋଇଯାଇଛି।

ସ୍ଥାନୀୟ ଲୋକେ ଅଣାୟତ ଦୃଶ୍ୟକୁ ଦେଖି ଢେଙ୍କାନାଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଆଉ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ଆସି ପହଞ୍ଚିଥିଲେ ଅଗ୍ନିଶମ ବିଭାଗ। ଆଉ ବୋହୁ କସରତ ପରେ ଷ୍ଟେରିଂ କାଟି ଡ୍ରାଇଭରକୁ ଉଦ୍ଧାର କରିବାକୁ ସକ୍ଷମ ହୋଇପାରିଲେ। ଘଣ୍ଟା ଘଣ୍ଟା କାଳ ଯୁଦ୍ଧ କାଳୀନ ଭିର୍ତିରେ ବୋହୁ ପ୍ରଚେଷ୍ଟା ପରେ ଜୀବନ ପାଇଲା ଡ୍ରାଇଭରଟି।

ତେବେ ଆଶ୍ଚର୍ଯ୍ୟର କଥା ଏତେ ଭୟଙ୍କର ଦୁର୍ଘଟଣା ରୁ ପୁନର୍ଜନ୍ମ ପାଇଥିବା ଡ୍ରାଇଭରଟିର ସାମାନ୍ୟ ଟିକେ ଖଣ୍ଡିଆ ଛଡା କିଛି ବି ହେଇନି। ଆଉ ଜୀବନ ପାଇବା ପରେ ଡ୍ରାଇଭର ଜଣକ ହାତ ଯୋଡି ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଭାଗ୍ୟ ଏବଂ ଭଗବାନଙ୍କ ପାଇଁ ବିଚରା ଡ୍ରାଇଭର ପାଇଗଲା ନୂଆ ଜୀବନ।

Leave a Reply

Your email address will not be published. Required fields are marked *