ଦୀର୍ଘ ୩୩ ବର୍ଷ ପରେ ଘରକୁ ଫେରିଲେ ସ୍ୱାମୀ । ଆଉ ଏହାକୁ ଦେଖି ଖୁସି ହୋଇଗଲେ ସ୍ତ୍ରୀ ।

ଦୀର୍ଘ ବର୍ଷ ପୂର୍ବରୁ ଅର୍ଥାତ ୧୯୯୨ ରେ ଘରର ଅ-ଭାବ ଅନଟନ କାରଣରୁ ଘର ଛାଡ଼ି ଅଧିକ ରୋଜଗାର କରିବାକୁ ବାହାରି ଯାଇଥିଲେ କପିଳ । କିନ୍ତୁ ନିଜ ଭାଗ୍ୟ ଖୁବ ଦୃଢ଼ ଥିବାରୁ ଦୀର୍ଘ ୩୩ ବର୍ଷ ପରେ ସେ ନିଜ ପରିବାରକୁ ପୁଣିଥରେ ଫେରି ପାଇଛନ୍ତି । ଆଉ ୩୩ ବର୍ଷ ପରେ କପିଳ ଗାଁକୁ ଫେରିଛନ୍ତି । ଗାଁ ହୁଏତ ଆଉ ଆଗ ଭଳି ନାହିଁ କିନ୍ତୁ କପିଳ ସେମିତି ଅଛନ୍ତି । ଯିବା ବେଳେ ଯେଉଁ ପୁଅ କଥା ହୋଇ ପାରୁ ନଥିଲା ସେହି ପୁଅ ବଡ଼ ହୋଇ ବିବାହ କରି ସାରିଲାଣି । ସବୁ ଯେମିତି ନୂଆ ନୂଆ ମୁହଁ ଦେଖୁଛନ୍ତି କପିଳ । ସେ କାହାକୁ ଚିହ୍ନି ପାରୁ ନାହାଁନ୍ତି କିମ୍ବା ତାଙ୍କୁ ମଧ୍ୟ କେହିବି ଚିହ୍ନି ପାରୁ ନାହାଁନ୍ତି । ସ୍ୱାମୀଙ୍କ ଯିବା ପରେ ସ୍ତ୍ରୀ ଘର ଚଳାଇବା ପାଇଁ ଏବଂ ପିଲାଙ୍କୁ ପୋଷିବା ପାଇଁ ଅଙ୍ଗନୱାଡ଼ି କେନ୍ଦ୍ରରେ କାମ କରି ଆସୁଛନ୍ତି ।

ଏପଟେ ଦୀର୍ଘ ବର୍ଷ ପରେ ସ୍ୱାମୀକୁ ଦେଖି ସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇ ଯାଇଛି ଏବଂ ବହୁତ ଖୁସି ହୋଇ ଯାଇଛି । ଆଜ୍ଞା ହଁ , ଦୀର୍ଘ ୩୩ ବର୍ଷ ପରେ ସ୍ବାମୀ ଘରକୁ ଫେରିଛନ୍ତି । ସ୍ୱାମୀଙ୍କ ଫେରିବା ପରେ ପରିବାରରେ ଖୁସି କହିଲେ ନଚଳେ । ତେବେ ଏହି ଘଟ-ଣାଟି ଗପ ଭଳି ଲାଗୁଥିଲେ ମଧ୍ୟ ସତ ଅଟେ । ବର୍ତ୍ତମାନ କପିଳ ଘରେ ବସି ହଜି ଯାଇଥିବା ଅତୀତକୁ ବସି ମନେ ପକାଉଛନ୍ତି ।

ଯୁବକ ଥିବା ସମୟରେ ସେ ଅଧିକ ରୋଜଗାର କରିବାକୁ କେଉଁ ଆଡ଼େ ପଳାଇ ଯାଇଥିଲେ । ଆଉ ବର୍ତ୍ତମାନ ସେ ପୁଣିଥରେ ଘରକୁ ଫେରି ଆସିଛନ୍ତି । କପିଳ କହିଛନ୍ତି ଯେ ସେ ବିହାର ଯିବା ପରେ କିଛି ସମସ୍ୟା ହୋଇଥିଲା ଏବଂ ତାପରେ ଭୋପାଳରେ ଦୁର୍ଘଟଣା ପରେ ତାଙ୍କ ପାଖରେ ଆଉ ପଇସା ନଥିଲା ।

ପରେ ଟଙ୍କା ହେବା ପରେ ଯାଇ ସେ ଘରକୁ ଫେରି ଆସିଲେ । ଏପଟେ ସ୍ତ୍ରୀ କହିଛନ୍ତି ଯେ ଗାଁ ଲୋକେ ଯେତେ ତାଙ୍କ ସ୍ୱାମୀ ମରି ଯାଇଥିବା କଥା କହନ୍ତି ସେ କିନ୍ତୁ ବିଶ୍ୱାସ କରନ୍ତି ନାହିଁ । କାରଣ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା ଯେ ତାଙ୍କ ସ୍ୱାମୀ ନିଶ୍ଚୟ ବଞ୍ଚିଛନ୍ତି ବୋଲି । ସୂଚନା ଅନୁଯାୟୀ ଦେବେଗଡ଼ ଥାନା ଅନ୍ତର୍ଗତ ସୁବର୍ଣ୍ଣପାଲି ଗାଁର ମାକ୍ରମୁଣ୍ଡା ସାହିର କପିଳ ସାହୁ ଦୀର୍ଘ ୩୩ ବର୍ଷ ହେବ ନିଜ ଗାଁ ଏବଂ ପରିବାର ଛାଡ଼ି ଯାଇ ବାହାର ରାଜ୍ୟରେ ବୁଲୁଥିଲେ । ପ୍ରଥମେ ରାଜସ୍ଥାନ , ଛତିଶଗଡ଼ ଏବଂ ପରେ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ କାମ ଧନ୍ଦା କରିଥିଲେ ମାତ୍ର ଦେହ ଅସୁସ୍ଥ ଥିବାରୁ ଚିକିତ୍ସାରେ ସବୁ ଖର୍ଚ୍ଚ ହୋଇ ଯାଇଥିଲା । ପରେ ଯେତିକି ଟଙ୍କା ରୋଜଗାର କରୁଥିଲେ ସେତିକି ନିଅଣ୍ଟ ହେବାରୁ ନିଜ ପରିବାର ପାଖକୁ ଫେରି ଆସିବାକୁ ସେ ନିଷ୍ପତ୍ତି ନେଇଥିଲେ ।

Leave a Reply

Your email address will not be published. Required fields are marked *