ସେ ଯେଉଁ ଫୋଟୋଟି ଆପଣଙ୍କ ପାଖକୁ ହ୍ୱାଟସ୍ ଆପରେ ସେଣ୍ଡ୍ କରୁଥିଲେ,ସେ କାହା ଫୋଟୋ ସବୁ ସେଣ୍ଡ୍ କରୁଥିଲେ। ସେ ଫୋଟୋ ସବୁ ସେଣ୍ଡ୍ କରୁଥିଲା ତାଙ୍କ ଝିଅର। ଜାଣି ପାରିଲିନି କଣ ଟୋନଟା ଝିଅର ଟୋନ୍ କରେ ସିଏ। ମହିଳା ଟୋନ୍ କେବେ ଜାଣି ପାରିବେନି ଆପଣ। ଷାଠିଏ ବର୍ଷର ମହିଳା ଆପଣ ଜାଣି ପାରିବେନି ତାଙ୍କର ଟୋନଟା। ଆଗ ଫାଷ୍ଟ୍ ଅନଲାଇନରେ ସେ ମୋ ସହ ବନ୍ଧୁତା କଲା। ସେ ଫ୍ରେଣ୍ଡ୍ ରିକ୍ୱେଷ୍ଟ୍ ପଠେଇଲା। ଫେସବୁକ୍, ଇନଷ୍ଟାଗ୍ରାମରେ ଫ୍ରେଣ୍ଡ୍ ରିକ୍ୱେଷ୍ଟ୍ ପଠେଇଲା। ତାପରେ ସେ ମୋ ପାଖରୁ ମୋ ନମ୍ୱର୍ ବି ନେଲା। ଆମେ କଥା ହେବା, ସାଙ୍ଗ ହେବା, ବନ୍ଧୁ ହେବା।
ସେଇ ଯେଉଁ ମହିଳାଙ୍କୁ ଲିଙ୍ଗରାଜ ଥାନା ପୋଲିସ୍ ଅଟକ ରଖିଛି , ଆପଣ ତାକୁ କେମିତି ଚିହ୍ନିଲେ। ଆପଣଙ୍କର ବନ୍ଧୁତା କେମିତି ହେଲା ଆଉ ପ୍ରକୃତରେ ସେ ଆପଣଙ୍କଠୁ କେମିତି କହି ଠକି ନେଲା ପଇସା। ସାଙ୍ଗ ହିସାବରେ ମ୍ୟାରେଜ୍ କରିବା ବାହାନାରେ ମୋତେ ପ୍ରଲଭନ ଦେଖାଇଲା। ଯେ ମୁଁ ତୋତେ ବାହା ହେବି ମୋର ଘର ଅଛି, ଦ୍ଵାର ଅଛି ମୋର ଜାଗା ଏମିତି ପଡ଼ିଛି ଭୁବନେଶ୍ୱରରେ ଜାଗା ଅଛି। ଆଉ ଗାଁରେ ବି ମୋର ଜାଗା ଅଛି। ମୁଁ କହିଲି ସେଇଟା ତ ବହୁତ୍ ଦୂରର କଥା। ମୁଁ ଜାଗାବାଡ଼ି ପାଇଁ ତା ସହ ବନ୍ଧୁତା କରି ନଥିଲି। ସେ କହିଲା ହଁ ମୁଁ ତମକୁ ବାହା ହେବି।
ମୁଁ କହିଲି ମୋର ଚାକିରି ନାହିଁ କି ଜାଗାବାଡ଼ି ନାହିଁ। ସେ ମୋତେ କହିଲା ମୁଁ ଗଭର୍ଣମେଣ୍ଟ ଚାକିରି କରିଛି,ପୋଷ୍ଟାଲରେ ଅଛି। ମୁଁ କହିଲି ପୋଷ୍ଟାଲରେ ରହ କି ଯେଉଁଠି ରହ ମୋର କିଛି ନାହିଁ। ମୁଁ ଭାଈ ଗରିବ ଲୋକ।ମୋର ଚାକିରୀ ନାହିଁ କି ଜାଗାବାଡ଼ି ନାହିଁ। ମୋର କେବଳ ମୋ ମାଆ ଅଛି ମୋ ବାପା ବି ନାହାଁନ୍ତି। ଥରେ ମୋତେ କହିଲା ମୋ ମାଆ ମରିଗଲେ ଶୁଦ୍ଧି କ୍ରିୟା କରିବି ମୋ ପାଖରେ ପଇସା ନାହିଁ ମୋତେ ପଇସା ଦିଅ।
ମୋ ପାଖରେ ବି ପଇସା ନଥିଲା ହଜାରେ ଦୁଇ ହଜାର ଦେଲି। ଆଉଥରେ ପୁଣି କହିଲା ମୋ ବାପାଙ୍କର ଏକ୍ସିଡେଣ୍ଟ୍ ହେଇଛି ମୋତେ ପଇସା ଦିଅ। ସେଥିରେ ବି ମୁଁ ପଇସା ଦେଲି। ତାପରେ ପୁଣି କହିଲା ଯେ ମୁଁ ମେଡିକାଲରେ ପଡ଼ିଛି। ମୋତେ ଇଞ୍ଜେକ୍ସନ ଦରକାର, ସେଲାଇନ୍ ଦରକାର୍ ତା ପାଇଁ ମୋତେ ପଇସା ଦିଅ। ତାକୁ ବି ଦେଲି। ସେ ପର୍ଯ୍ୟନ୍ତ ମୁଁ ସେ ଝିଅକୁ ବି ଦେଖି ନଥିଲି। ଦେଖି ନଥିଲି କଣ ଯେ ମୁଁ ତାକୁ ବିଶ୍ବାସ କରୁଥିଲି ଯେ ହଁ ଝିଅଟାର ବାପା ମାଆ ମରିଗଲେ ମୁଁ ତାକୁ କିଛି ସାହଯ୍ୟ କରିବି। ହଁ ସେ ଚାକିରୀ କରିଛି ବାପାମାଆ ମରିଯିବାକୁ ଦୁଇ ତିନି ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲାଣି। ତା ପାଖରେ ପଇସା ନାହିଁ। ମୁଁ ତାକୁ ଦେଖି ବି ନାହିଁ।