ରାଜ୍ୟରେ ପ୍ରଶାସନିକ ସ୍ଥିତି ହୁଗୁଳା ଦେଖି ରାଗି ଗଲେଣି ମୁଖ୍ୟମନ୍ତ୍ରୀ..ଏବେ ବଦଳିବେ ସବୁ ବଡ଼ ଅଫିସର।

ରାଜ୍ୟରେ ପ୍ରଶାସନିକ ସ୍ଥିତି ହୁଗୁଳା ଅବ୍ୟବସ୍ଥା ଦେଖି ରାଗିଗଲେ ମୁଖ୍ୟମନ୍ତ୍ରୀ। ମାଗିଲେ କୈଫିୟତ ମିଳିଲାନି ଉତ୍ତର। ଖୁବ ଶୀଘ୍ର ବଦଳିବେ ସବୁ ବଡ଼ ଅଫିସର।ଆଜ୍ଞା ହଁ ବନ୍ଧୁଗଣ ଦାୟିତ୍ୱ ନେଉ ନେଉ ଆକ୍ସନ ମୋଡ଼କୁ ଆସିଯାଇଛନ୍ତି ନୂଆ ସରକାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାର ସମୀକ୍ଷା। ହେଲେ ସରକାରୀ ବ୍ୟବସ୍ଥା ରାଜ୍ୟରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଥିବା ସମୀକ୍ଷା ବେଳେ ଜାଣିବାକୁ ପାଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ। ଆଉ ପ୍ରଶାସନିକ ଅବ୍ୟବସ୍ଥା ଦେଖି ଆଶ୍ଚର୍ଯ୍ୟ ବି ହୋଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟଳୟରେ ସମୀକ୍ଷା ବୈଠକ କରିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାଣିବାକୁ ପାଇଛନ୍ତି କି ଅବସର ପରେ ବିଭିନ୍ନ ବିଭାଗରେ ଅନେକ ଅଧିକାରୀଙ୍କୁ ଥଇଥାନ କରାଯାଇଛି। କେଉଁ ବିଭାଗ ପ୍ରତି କେଉଁ ଅଧିକାରୀ ଦାୟୀ ତାହା ବି କେହି କହି ପାରୁନାହାନ୍ତି। ପରିଚାଳନା ଦାୟିତ୍ବ ରହିଛି ରାଜ୍ୟ ବାହାରର ସଂସ୍ଥା ହାତରେ। କିଛି ନିର୍ଦିଷ୍ଟ ଅଫିସରଙ୍କ କବ୍ଜାରେ କ୍ଷମତା ରହିଥିବା ଜଣା ପଡ଼ିଛି। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ଏକ ପ୍ରକାର ଅଚଳ ହୋଇଯାଇଥିଲା।

ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡାକି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ହେଲେ କାହାଠାରୁ କୌଣସି ସଠିକ ସୂଚନା ପାଇପାରିନଥିଲେ। ଯାହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଗଭୀର ଅସନ୍ତୁଷ୍ଟ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଖାଲି ଅସନ୍ତୁଷ୍ଟ ହୋଇନାହାନ୍ତି ବରଂ ଥିଲା ଅପ୍ରସାସନିକ ବ୍ୟବସ୍ଥାକୁ ନେଇମୁଖ୍ୟମନ୍ତ୍ରୀ ଅଫିସର ମାନଙ୍କୁ ତାଗିଦ ବି କରିଛନ୍ତି ଏବଂ କାହିଁକି ରାଜ୍ୟରେ ପ୍ରଶାସନିକ ସ୍ଥିତି ଏତେ ହୁଗୁଳା ଏହାର କୈଫିୟତ ବି ମାଗିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ କୌଣସି ବିଭାଗୀୟ ଅଧିକାରୀ ସଠିକ ଓ ଯୁକ୍ତ ଉତ୍ତର ଦେଇପାରିନାହାନ୍ତି। ଯାହା ଫଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଫିସର ମାନଙ୍କ ଉପରେ କ୍ଷୁବ୍ଧ ହୋଇଥିବା ଜଣା ପଡ଼ିଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୁଷ୍ଟ ଭାବରୁ ଜଣାପଡୁଛି କି ଖୁବଶୀଘ୍ର ରାଜ୍ୟରେ ଅଫିସର ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇପାରେ।

କାରଣ ପ୍ରଶାସନିକ ଅଵ୍ୟଵସ୍ଥାକୁ ବରଦାସ୍ତ କରିବା ମୋଡ଼ରେ ନୂଆ ସରକାର ନାହାଁନ୍ତି ବୋଲି ଇଙ୍ଗିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ପୂର୍ବ ସରକାରଙ୍କ ସମୟରୁ କିଛି ନିର୍ଦିଷ୍ଟ ଅଧିକାରୀମାନେ ଦୀର୍ଘ ବର୍ଷ ଧରି ଗୋଟିଏ ଗୋଟିଏ ପଦବୀରେ ରହି ଆସିଛନ୍ତି। ଯେଉଁଥିପାଇଁ ପ୍ରଶାସନିକ ସ୍ତରରେ ସେମାନଙ୍କର ଦବଦବା ରହିଆସିଛି। ଆଉ ସେମାନେ ଯେ ସରକାର ଏବଂ ଜନତାଙ୍କ ପାଖରେ ଉତ୍ତରଦାୟୀ ସେ କଥା ବୋଧେ ଏଇ ବଡ଼ ବାବୁମାନେ ଭୁଲିଯାଇଛନ୍ତି।

୩ ବର୍ଷରେ ଥରେ ଅଧିକାରୀ ମାନଙ୍କ ବଦଳି ନିୟମ ରହିଥିଲେ ମଧ୍ୟ କିଛି ଅଧିକାରୀ ୭ ରୁ ୧୦ ବର୍ଷ କିମ୍ବା ତାଠାରୁ ଅଧିକ ସମୟ ଧରି ଗୋଟିଏ ଗୋଟିଏ ବିଭାଗର ପ୍ରମୁଖ ସଚିବ ଭାବେ ରହୁଛନ୍ତି। ଯେଉଁଥିପାଇଁ ସେମାଉନେ ଏକ ପ୍ରକାର ମନମାନି କରିଛନ୍ତି। ଆଜ ପୂର୍ବ ସରକାରଙ୍କ ସମୟରେ ପ୍ରଶାସନିକ ସ୍ତରରେ ବେସ ବଳିୟାନ ବି ହୋଇଛନ୍ତି। ହେଲେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକ ସୂଚାଇ ଦେଉଛି କି ଅଫିସର ମାନଙ୍କ ବିଭାଗ ଏବଂ ପଦବୀ ଖୁବଶୀଘ୍ର ବଦଳିବା ଏକ ପ୍ରକାରର ନିଶ୍ଚିତ। ବିଶେଷ କରି ସବୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ପ୍ରମୁଖ ସଚିବ ଦାୟିତ୍ୱରେ ରହିଥିବା ବଡ଼ ବଡ଼ ଅଧିକାରୀ ମାନଙ୍କୁ ମୋହନ ସରକାର ଖୁବଶୀଘ୍ର ବଦଳାଇ ପାରନ୍ତି ବୋଲି ରାଜନୀତିକ ମହଲରେ ଜୋରସୋରରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *